ଇରାନ ଜେନେରାଲ କାସେମ ସୋଲେମାନିଙ୍କୁ ହତ୍ୟା କରିବାକୁ ଡୋନାଲ୍ଡ ଟ୍ରମ୍ଫ ଦେଇଥିଲେ ନିର୍ଦ୍ଦେଶ !

ବଗଦାଦ ବିମାନ ବନ୍ଦରରେ ଆମେରିକାର ଏୟାର ଷ୍ଟ୍ର।ଇକ । ଆକ୍ରମଣରେ ଜେନେରାଲ କାସିମ ସୁଲେମାନୀଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ହୋଇଛି । ଇରାକୀ ମିଲିସିୟା ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଛି । ଆକ୍ରମଣରେ ଇରାନ ମିଲିସିୟା କମାଣ୍ଡର ଅବୁ ମହଦୀ ଅଲ ମୁହାଦିସଙ୍କ ମଧ୍ୟ ମୃତ୍ୟୁ ହୋଇଛି । ଏୟାର ଷ୍ଟ୍ର।ଇକ ପଛରେ ଆମେରିକା ଏବଂ ଇସ୍ରାଇଲର ହାତ ଥିବା ଇରାକୀ ମିଲିସିୟା ପକ୍ଷରୁ କୁହାଯାଇଛି ।

ସେପଟେ ପେଣ୍ଟାଗନ କହିଛି ବିଦେଶରେ ଥିବା ଆମେରିକୀୟ ସୈନ୍ୟଙ୍କୁ ସୁରକ୍ଷା ଦେବାକୁ ଇରାନ ଇଲାଇଟ କୁଡସ୍‌ ସେନା କମାଣ୍ଡର କାସେମ ସୋଲେମାନିଙ୍କୁ ହତ୍ୟା କରିବାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଆଦେଶ ଦେଇଥିଲେ ।

ଇରାକରେ ଥିବା ଆମେରିକୀୟ କୁଟନୀତିଜ୍ଞ ଏବଂ କର୍ମଚାରୀଙ୍କୁ ଆକ୍ରମଣ ପଛର ଷଡ଼ଯନ୍ତ୍ରରେ ସୋଲେମାନିଙ୍କ ସଂପୃକ୍ତି ରହିଥିଲା । ସେହିପରି ଶହ ଶହ ଆମେରିକୀୟ ସେନାଙ୍କୁ ଆକ୍ରମଣ ପଛରେ ଜେନେରାଲ ସୋଲେମାନି ଏବଂ ତାଙ୍କ କୁଡସ୍‌ ସେନା ଦାୟୀ ବୋଲି ପେଣ୍ଟାଗନ କହିଛି । ଶୁକ୍ରାବାର ସକାଳେ ଏୟାର ଷ୍ଟ୍ର।ଇକ ନେଇ ଟେଲିଭିଜନରେ କହିଥିଲେ ଇରାନର ୩ ଅଧିକାରୀ ।  ପରେ ପେଣ୍ଟାଗନ ପକ୍ଷରୁ ଆକ୍ରମଣ ନେଇ ସ୍ପଷ୍ଟ କରାଯାଇଥିଲା ।

Leave a Reply