IPS ଅଫିସରଙ୍କ ବଲିଉଡ୍ ଲିଙ୍କ୍, ପୂର୍ବରୁ ନଜର ଆସି ସାରିଛନ୍ତି ବଲିଉଡ୍ ଫିଲ୍ମରେ

1 min read

ବୈତୁଲ: ସୋମବାର ମଧ୍ୟପ୍ରଦେଶରେ ଆଇପିଏସ୍ ଅଧିକାରୀଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ଗୋଟିଏ ନାମ ସବୁଠାରୁ ଅଧିକ ଚର୍ଚ୍ଚାରେ ଆସିଛି ।  ସେ ହେଉଛନ୍ତି ଆଇପିଏସ୍ ସୀମାଲା ପ୍ରସାଦ । କେବଳ ସେତିକି ନୁହେଁ ଏହା ବ୍ୟତୀତ ପୋଲିସ୍ ବିଭାଗରେ କାର୍ଯ୍ୟ କରିବାର ଶୈଳୀର ମଧ୍ୟ ଚର୍ଚ୍ଚା ହେଉଛି । ଏହାସହ ତାଙ୍କର ବଲିଉଡ ଲିଙ୍କ୍ ତାଙ୍କର ଏକ  ଭିନ୍ନ ବ୍ୟକ୍ତିତ୍ୱର ଖୁଲାସା କରୁଛି । ସୀମାଲା ପ୍ରସାଦ ୨୦୧୧ର ଆଇପିଏସ୍ ଅଫିସର  । ଏହାପୂର୍ବରୁ ସେ ଏମପି ପିଏସସିରେ ମନୋନୀତ ହୋଇଥିଲେ ଡିଏସପି ମଧ୍ୟ ହୋଇଥିଲେ କିନ୍ତୁ ତାଙ୍କୁ କିଛି ନୂଆ ଏବଂ ଭିନ୍ନ କରିବା ପସନ୍ଦ ଥିଲା । ସେଥିପାଇଁ ସେ ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତ ହୋଇଥିଲେ ଏବଂ ୨୦୧୧ ବ୍ୟାଚର ଆଇପିଏସ୍ ଅଫିସର୍ ହୋଇଥିଲେ ।

ଆଇଏଏସ୍ ଅଧିକାରୀ ତଥା ସାଂସଦ ଡକ୍ଟର ଭାଗୀରଥ ପ୍ରସାଦ ଏବଂ ସାହିତ୍ୟକାର ମେହେରୁନିସା ପରବେଜଙ୍କ ଝିଅ ହେଉଛନ୍ତି ସୀମାଲା । ସେଥିପାଇଁ ତ ତାଙ୍କୁ ପ୍ରଶାସନିକ ଅଭିଜ୍ଞତା ଏବଂ ଅଭିନୟ କଳା ଉତ୍ତରାଧିକାରୀ ଭାବେ ମିଳିଥିଲା, ଯାହାର ଛାପ ତାଙ୍କ ଜୀବନରେ ରହିଛି । କେତେବେଳେ ସେ ସ୍କୁଲରେ ନୃତ୍ୟରେ ଏବଂ  ଅଭିନୟ କରୁକରୁ ସମୟରେ ସିଭିଲ ସର୍ଭିସକୁ ଯାଇଥିଲେ, ତାହା ଜଣା ପଡି ବି ନଥିଲା ।

ପ୍ରଥମ ପରୀକ୍ଷାରେ ହିଁ PSCରେ ସେ ମନୋନୀତ ହୋଇଯାଇଥିଲେ ଏବଂ ତାଙ୍କର ପ୍ରଥମ ନିଯୁକ୍ତି DSP ଭାବରେ ହୋଇଥିଲା । ସୀମାଲାଙ୍କୁ ପ୍ରଥମେ ରତଲାମରେ ସିଏସପି ଭାବେ ନିଜୁକ୍ତି ଦିଆଯାଇଥିଲା । ଏବଂ ସେହି ସମୟରେ ମଧ୍ୟ ସେ ଅଲ IPS ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଥିଲେ ଏବଂ ୨୦୧୧ରେ ସେ ଆଇପିଏସରେ ମନୋନୀତ ହୋଇଥିଲେ ।

ଆଇପିଏସ୍ ହେବା ପରେ ମଧ୍ୟ ଜଣେ କଳାକାର ତାଙ୍କ ଭିତରେ ଜୀବିତ ଥିଲେ, ତେଣୁ ସେ ନିର୍ଦ୍ଦେଶକ ଜଗମ୍ ଇମାମଙ୍କ ଫିଲ୍ମ ‘ଆଲିଫ୍’ରେ ଏକ ଭୂମିକାରେ ସେ ଅଭିନୟ କରିଥିଲେ । ନଭେମ୍ବର ୨୦୧୬ ରେ ଅଷ୍ଟ୍ରେଲିଆର କୁଇନ୍ସଲ୍ୟାଣ୍ଡର ଭାରତୀୟ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ବିଶ୍ୱ ପ୍ରିମିୟର୍ ଭାବରେ ମୁକ୍ତିଲାଭ କରିଥିଲା ​​ଏବଂ ଫେବୃଆରୀ ୨୦୧୭ରେ ମୁକ୍ତିଲାଭ କରିଥିଲା ​ ।

Leave a Reply