ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ହେଲେ ଡି.ଏସ କୁଟ୍ଟେ

1 min read

ବରିଷ୍ଠ ଆଇପିଏସ୍ ଅଫିସର ଡି.ଏସ କୁଟ୍ଟେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତି ପାଇଛନ୍ତି । ୨୦୧୭ରେ ସେ ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଭାବେ ନିଯୁକ୍ତି ପାଇଥିଲେ । ତା ପୂର୍ବରୁ ପରିବହନ କମିଶନର ଥିଲେ ଆଇପିଏସ୍ କୁଟ୍ଟେ । ୧୯୯୭ ବ୍ୟାଚର ଓଡ଼ିଶା କ୍ୟାଡର ଏ ଆଇପିଏସ୍ ଅଫିସର ଗୁଇନ୍ଦା ବିଭାଗରେ କାର୍ଯ୍ୟ କରି ବେଶ୍ ଭଲ ନାଁ କମାଇଥିଲେ । ବିଶେଷକରି ନକ୍ସଲ ଦମନ କ୍ଷେତ୍ରରେ କୁଟ୍ଟେଙ୍କ ଭୂମିକାଥିଲା ବେଶ୍ ପ୍ରଶଂସନୀୟ । ବହୁ ଜିଲ୍ଲାରେ ଏସପି ଭାବେ କାର୍ଯ୍ୟ କରି ତାଙ୍କର ଦକ୍ଷତା ପ୍ରତିପାଦନ କରିଛନ୍ତି । ନିକଟରେ ସରକାର ଆରମ୍ଭ କରିଥିବା ୫-ଟି ଓ ମୋ-ସରକାର କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ଦିଗରେ ଶ୍ରୀ କୁଟ୍ଟେଙ୍କ ଭୂମିକା ବେଶ୍ ଉଲ୍ଲେଖନୀୟ । କିଛିଦିନ ତଳେ ଅତର୍କିତ ଭାବେ ସେ ଢେଙ୍କାନାଳ ଜିଲ୍ଲା ଗସ୍ତ କରି ସେଠାରେ ରାଜ୍ୟସରକାରଙ୍କର ବିଭିନ୍ନ ଯୋଜନାର ସଫଳ ରୂପାୟନକୁ ପରଖିଥିଲେ । ତେବେ ଯେଉଁ କେତେ ଜଣ ସୀମିତ ଅଫିସରଙ୍କ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭରସା କରନ୍ତି ସେମାନଙ୍କ ମଧ୍ୟରୁ କୁଟ୍ଟେ ଅନ୍ୟତମ । ଏବେ ଏହି ନିଯୁକ୍ତି ପରେ ତାଙ୍କର ଦାୟିତ୍ୱକୁ ଆହୁରି ବଢାଇ ଦିଆଯାଇଥିବା ଚର୍ଚ୍ଚା ହେଉଛି । ')}

Leave a Reply