ବିକେ ଶର୍ମାଙ୍କୁ ମୁଦ୍ରଣ ଓ ପ୍ରକାଶନର ନିର୍ଦ୍ଦେଶକ ଭାବେ ବଦଳି

1 min read
IPS Bijay Kumar Sharma Posted As Director Of Printing Stationery & Publications

ଭୁବନେଶ୍ୱର: ୨ ବରିଷ୍ଠ IPSଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛନ୍ତି ସରକାର । ଗୃହ ବିଭାଗର ଓଏସଡି ଥିବା ବିଜୟ କୁମାର ଶର୍ମାଙ୍କ ବଦଳି ହୋଇଛି । ୧୯୮୬ ମସିହାର ବରିଷ୍ଠ ଆଇପିଏସ୍ ଅଫିସରଙ୍କୁ ମୁଦ୍ରଣ ଓ ପ୍ରକାଶନର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ୨୦୦୩ ବ୍ୟାଚର ଆଇପିଏସ୍ ହିଂମାଶୁ ଲାଲଙ୍କୁ ଆଇଜି ପାହ୍ୟାକୁ ପଦୋନ୍ନତି ମିଳିଛି । ହିଂମାଶୁ ଲାଲଙ୍କୁ ଜେଲ୍ ଆଇଜି ଭାବେ ବଦଳି କରାଯାଇଛି ।

IPS Bijay Kumar Sharma

ପୂର୍ବରୁ ବିକେ ଶର୍ମା ପୋଲିସ ଡିଜି ଭାବେ ୩ ମାସ ୧୩ ଦିନ କାର୍ଯ୍ୟ କରିଥିଲେ । ସେହି ସମୟରେ ବିକେ ଶର୍ମା ଅଗ୍ନିଶମ ଡିଜି ଦାୟିତ୍ୱରେ ଥିଲେ । ସେତେବେଳେ ବହୁ ସଂଖ୍ୟାରେ ଅଗ୍ନିଶମ ସୁରକ୍ଷା ସାର୍ଟିଫିକେଟ୍ ଆବେଦନ ପଡ଼ି ରହିଥିଲା । ଏପରିକି ବହୁ ବ୍ୟବସାୟିକ ପ୍ରତିଷ୍ଠାନ, ଶିଳ୍ପ ସଂସ୍ଥା, ଶିକ୍ଷାନୁଷ୍ଠାନ ଓ ମେଡିକାଲ ସବୁ ଆନୁଷଙ୍ଗିକ ବ୍ୟବସ୍ଥା ଥାଇ ଫାୟାର ସେଫଟି ସାର୍ଟିଫିକେଟ୍ ପାଇନଥିବା ଅଭିଯୋଗ ହୋଇଥିଲା । ରାଜ୍ୟ ସରକାର ବିକେ ଶର୍ମାଙ୍କୁ ଡିଜିପି ପଦ ସହ ଅଗ୍ନିଶମ ସେବା ନିର୍ଦ୍ଦେଶକ ପଦରୁ ଅପସାରଣ କରି ଗୃହ ବିଭାଗର ଓଏସଡି ଭାବେ ନିଯୁକ୍ତି ଦେଇଥିଲେ ।

ଏଥିସହ ପଢ଼ନ୍ତୁ- ଥିଲେ ଡିଜିପି, ହେଲେ ଓଏସଡି

ଏଥିସହ ପଢ଼ନ୍ତୁ- ୩ ମାସ ୧୩ ଦିନରେ ଡିଜି ପଦରୁ ହଟିଲେ ବିଜୟ କୁମାର ଶର୍ମା, ଅଭୟଙ୍କୁ ନୂଆ ଦାୟିତ୍ୱ

Leave a Reply