ଓଡ଼ିଆ ପୁଅ ଗୋଆ ଡିଜିପି ପ୍ରଣବ ନନ୍ଦଙ୍କ ଦିଲ୍ଲୀରେ ପରଲୋକ

1 min read

ନୂଆଦିଲ୍ଲୀ : ଓଡ଼ିଆ ପୁଅ ତଥା ଗୋଆର ପୋଲିସ ଡିଜି ପ୍ରଣବ ନନ୍ଦଙ୍କର ହଠାତ୍ ଦେହାନ୍ତ ହୋଇଛି । ହୃଦଘାତରେ ଦିଲ୍ଲୀରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । ୧୯୮୮ ବ୍ୟାଚର ଆଇପିଏସ୍ ଅଫିସର ପ୍ରଣବଙ୍କ ଘର ଓଡ଼ିଶାରେ ହୋଇଥିବା ବେଳେ ସେ ରାଞ୍ଚି ଏବଂ ଦିଲ୍ଲୀରେ ପାଠପଢ଼ିଥିଲେ ।

ପ୍ରଣବଙ୍କର କାର୍ଯ୍ୟକାଳାପ ବେଶ୍ ଉଚ୍ଚ ପ୍ରଶଂସିତ ଥିଲା । ତାଙ୍କ ବିୟୋଗରେ ଓଡ଼ିଶାର ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଗଭୀର ଶୋକବ୍ୟକ୍ତି କରିଛନ୍ତି । ସେ ଜଣେ ସଚ୍ଚୋଟ, ନିଷ୍ଠାପର ଓ ଅମାୟିକ ବ୍ୟକ୍ତିଥିଲେ ବୋଲି ଟ୍ୱିଟରରେ ଉଲ୍ଲେଖ କରିଛନ୍ତଚି ।  ପ୍ରଣବଙ୍କ ପତ୍ନୀ ସୁନ୍ଦରୀ ନନ୍ଦ ମଧ୍ୟ ୧୯୮୮ ବ୍ୟାଚର ଆଇପିଏସ୍ ଅଫିସର । ')}

Leave a Reply