କେବେ କିଏ କାହା ସହିତ ଖେଳିବ ? IPL ମ୍ୟାଚ୍ ତାଲିକାରୁ ଜାଣନ୍ତୁ..

1 min read

ନୂଆଦିଲ୍ଲୀ: ଶନିବାର ସେପ୍ଟେମ୍ବର ୧୯ରୁ UAEରେ ଆରମ୍ଭ ହେବ ଇଣ୍ଡିଆନ ପ୍ରିମିୟର ଲିଗର ୧୩ତମ ସଂସ୍କରଣ । ୫୩  ଦିନରେ  ୫୬ଟି ଲିଗ୍ ମ୍ୟାଚ ଖେଳାଯିବ । ଯଦିଓ କରୋନା ମହାମାରୀ କାରଣରୁ ଷ୍ଟାଡିୟମକୁ ଯାଇ ମ୍ୟାଚ୍ ଦେଖି ପାରିବେ ନାହିଁ ତଥାପି ଘରେ ଥାଇ ଏହାର ଆନନ୍ଦ ନେଇପାରିବେ କ୍ରିକେଟ୍ ପ୍ରେମୀ । ୧୨୦ଟି ଦେଶ  IPLର ସିଧା ପ୍ରସାରଣ ଦେଖିବାର ସୁଯୋଗ ପାଇବେ । ତେବେ କିଭଳି ଭାବରେ ବିଶ୍ୱର ସମସ୍ତ ସ୍ଥାନରେ ଆଇପିଏଲ ପ୍ରସାରଣ ହୋଇ ପାରିବ ଏହାର ପୂର୍ଣ୍ଣ ବ୍ୟବସ୍ଥା ହୋଇସାରିଛି । କିନ୍ତୁ ପାକିସ୍ତାନରେ ଆଇପିଏଲର ସିଧା ପ୍ରସାରଣ ହେବ ନାହିଁ ।

ସେପଟେ ଭାରତୀୟ ଉପମହାଦେଶରେ ପ୍ରସାରଣକାରୀ ସଂସ୍ଥା ‘ଷ୍ଟାର ଇଣ୍ଡିଆ’ର ବିଭିନ୍ନ ଚ୍ୟାନେଲ ଦ୍ୱାରା କ୍ରିକେଟ ପ୍ରେମୀ ଆଇପିଏଲ ଦେଖିପାରିବେ । କେବଳ ଇଂରାଜୀ କି ହିନ୍ଦୀ ଭାଷା ନୁହେଁ ଆଞ୍ଚଳିକ ଭାଷାରେ ମଧ୍ୟ ଏଥର ଆଇପିଏଲର ମଜା ଉଠାଇପାରିବେ କ୍ରିକେଟପ୍ରେମୀ । ଇଂରାଜୀ ଓ ହିନ୍ଦୀ ସହ ତେଲଗୁ, ତାମିଲ, କନ୍ନଡ଼, ବେଙ୍ଗଲୀ, ମାଲାୟଲମ ଓ ମରାଠୀ ଭାଷାରେ ଧାରା ବିବରଣୀ ପ୍ରସାରଣ ହେବ । ଏହାସହ ହଟଷ୍ଟାରରେ ମଧ୍ୟ କ୍ରିକେଟ ପ୍ରେମୀ ଲାଇଭ୍ ମ୍ୟାଚ ଦେଖିପାରିବେ । ଶେଷ ଲିଗ୍‌ ମ୍ୟାଚ୍‌ ନଭେମ୍ବର ୩ରେ ଖେଳାଯିବ । ତେବେ ଶନିବାର ମ୍ୟାଚ୍‌ ଅବୁ ଧାବିରେ ମୁମ୍ବାଇ ଇଣ୍ଡିଆାନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ସଂନ୍ଧ୍ୟା ୭ଟା ୩୦ରେ ଆରମ୍ଭ ହେବ ।

Leave a Reply