କୋହଲିଙ୍କ ଉପରେ ବର୍ଷିଲେ ଗମ୍ଭୀର, ୮ ବର୍ଷରେ ଗୋଟିଏ ବି ଟ୍ରଫି ନାହିଁ…

1 min read
IPL 2020 Gautam Gambhir Slams Virat Kohli After RCB IPL Exit

ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଳୁରୁ ଚଳିତ ଆଇପିଏଲ୍ ରେସରୁ ବିଦା ହୋଇଛି । ସନରାଇଜର୍ସ ହାଇଦ୍ରାବାଦ ବିରୋଧରେ ଶୁକ୍ରବାର ଏଲିମିନେଟର ମୁକାବିଲା ହାରିବା ସହ କୋହଲିଙ୍କ ଟ୍ରଫି ଜିତିବା ସ୍ୱପ୍ନ ପୁଣି ଥରେ ଭାଙ୍ଗି ଯାଇଛି । ବିରାଟ କୋହଲି ୨୦୧୩ରୁ ସମ୍ପୂର୍ଣ୍ଣ ଭାବେ ଆରସିବିର ଅଧିନାୟକ ଅଛନ୍ତି । ତାଙ୍କ ନେତୃତ୍ୱରେ ଟିମ୍ ସେବେଠାରୁ ମାତ୍ର ଗୋଟିଏ ଥର ୨୦୧୬ରେ ଫାଇନାଲକୁ ଯାଇଥିଲା । ସେଠି ବି ନିରାଶ ହେବାକୁ ପଡ଼ିଥିଲା ।

IPL 2020 Gautam Gambhir Slams Virat Kohli After RCB IPL Exit

ଭାରତୀୟ କ୍ରିକେଟ ଟିମର ପୂର୍ବତନ ବ୍ୟାଟ୍ସମ୍ୟାନ ଗୌତମ ଗମ୍ଭୀରଙ୍କୁ ଲାଗୁଛି ବିରାଟ କୋହଲି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଳୁରୁର ଅଧିନାକ ପଦରୁ ହଟିଯିବା ଦରକାର । ଗମ୍ଭୀର କହିଛନ୍ତି- ୮ ବର୍ଷ ବହୁତ ଲମ୍ବା ସମୟ ଅଟେ । ଏବଂ ଟିମ୍ ଏହି ଅବଧିରେ ଗୋଟିଏ ବି ସଫଳତା ହାତେଇବାରେ ବିଫଳ ହେବା ପାଇଁ ଅଧିନାୟକ ଉତ୍ତରଦାୟୀ ହେବା ଆବଶ୍ୟକ ।

କୋଲକାତା ନାଇଟ୍ ରାଇଡର୍ସକୁ ଦୁଇ ଥର ଚାମ୍ପିଅନ୍ କରିଥିବା ପୂର୍ବତନ ଅଧିନାୟକ ଗୌତମ ଗମ୍ଭୀର ଏକ ସାକ୍ଷାତକାରରେ କହିଛନ୍ତି- ଏହା ସୁଯୋଗ ଅଟେ, କୋହଲି ଆଗକୁ ଆସନ୍ତୁ ଏବଂ ପରିଣାମ ପାଇଁ ନିଜକୁ ଦାୟୀ କରନ୍ତୁ । ଗମ୍ଭୀର ଉକ୍ତ ଫ୍ରାଞ୍ଚାଇଜର ପ୍ରଭାରୀ ହୋଇଥିଲେ ଅଧିନାୟକଙ୍କୁ ବଦଳାଇ ଦେଇଥାନ୍ତେ କି ପ୍ରଶ୍ନର ଉତ୍ତରରେ କହିଛନ୍ତି- ୧୦୦ ପ୍ରତିଶତ, କାରଣ ସମସ୍ୟା ଉତ୍ତରଦାୟୀତ୍ୱର । ଟୁର୍ଣ୍ଣାମେଣ୍ଟରେ ୮ ବର୍ଷ (ବିନା ଟ୍ରଫିରେ) ବହୁତ ଲମ୍ବା ହୋଇଥାଏ । ମୋତେ କୁହନ୍ତୁ ଏମିତି କେହି କ୍ୟାପଟେନ୍ କି ଖେଳାଳି ଅଛନ୍ତି । ଯାହାର ୮ ବର୍ଷ ସଫଳତା ବିନା ପଳାଇଥିବ ଏବଂ ଏବେବି ଖେଳୁଥିବ । ତେଣୁ ଉତ୍ତରଦାୟୀ ହେବାକୁ ପଡ଼ିବ ।

IPL 2020 Gautam Gambhir Slams Virat Kohli After RCB IPL Exit

ଗମ୍ଭୀର କହିଛନ୍ତି- ଏହା କେବଳ ବର୍ଷକର କଥା ନୁହେଁ… ନା କେବଳ ଏହି ବର୍ଷର । ମୁଁ ବିରାଟ କୋହଲିଙ୍କ ବିରୋଧରେ ନୁହେଁ । ତେବେ, ତାଙ୍କୁ କେଉଁଠି କେଉଁଠି ସ୍ୱୀକାର କରିବା ଦରକାର ଏବଂ ସେ କୁହନ୍ତୁ- ହଁ ମୁଁ ଦାୟୀ । ୮ ବର୍ଷ ଲମ୍ବା ସମୟ ଅଟେ । ଦେଖନ୍ତୁ- ରବିଚନ୍ଦ୍ରନ ଓ ଅଶ୍ୱୀନଙ୍କ ସହିତ କଣ ହେଲା । ୨ ବର୍ଷର ଅଧିନାୟକତ୍ୱ (କିଙ୍ଗ୍ସ ଇଲେଭନ ପଞ୍ଜାବ)ରେ କିଛି ସଫଳତା ଆଣିପାରି ନଥିଲେ, ତାଙ୍କୁ ହଟାଇ ଦିଆଯାଇଥିଲା । ଆମେ ଧୋନିଙ୍କ ବିଷୟରେ, ରୋହିତ ଶର୍ମାଙ୍କ ବିଷୟରେ କଥା ହେଉଛେ । କିନ୍ତୁ ଆମେ ବିରାଟ କୋହଲିଙ୍କ ବିଷୟରେ ଆଲୋଚନା କରୁନାହେଁ । ଧୋନି ଆଇପିଏଲରେ ୩ଥର ଚାମ୍ପିଅନ୍ ହୋଇଛନ୍ତି । ରୋହିତ ଶର୍ମା ୪ଟି ଟ୍ରଫି ଜିତିଛନ୍ତି । ଏଥିପାଇଁ ସେ ଲମ୍ବା ସମୟ ଧରି ଅଧିନାୟକତ୍ୱ କରି ଆସୁଛନ୍ତି । ମୋର ବିଶ୍ୱାସ ଅଛି- ଯଦି ରୋହିତ ୮ ବର୍ଷରେ କିଛି ସଫଳତା ଦେଇନଥାନ୍ତେ ତ ତାଙ୍କୁ ବି ହଟାଇ ଦିଆଯାଇଥାନ୍ତା । ଅଲଗା ଅଲଗା ଲୋକଙ୍କ ପାଇଁ ଭିନ୍ନ ଭିନ୍ନ ମାପଦଣ୍ଡ ହେବା ଉଚିତ୍ ନୁହେଁ ।

Leave a Reply