ସାରଜା ଷ୍ଟାଡିୟମରେ ହୋଇପାରେ ରନ୍‌ର ବର୍ଷା, ଋଷଭ ପନ୍ଥ ଏବଂ ଆନ୍ଧ୍ରେ ରସେଲଙ୍କ ଉପରେ ରହିବ ନଜର

1 min read

ନୂଆଦିଲ୍ଲୀ: ଦୁବାଇରେ ଆଇପିଏଲ କ୍ରେଜ୍‌ । ଚାଲିଛି ୮ଟି ଦଳ ମଧ୍ୟରେ କଡ଼ା ଟକ୍କର । ଆଇପିଏଲ୍‌ ମ୍ୟାଚ୍‌ କରୋନା କଟକଣାରେ ଚାଲିଥିଲେ ମଧ୍ୟ ଟିଭିରେ ଦର୍ଶକ ମ୍ୟାଚର ଭରପୁର ପାଇଦା ଉଠାଉଛନ୍ତି । ଖାଲି ଛକା ଚୌକାରେ ଚାଲିଛି ଆଇପିଏଲ୍‌ ଟ୍ରଫି ଜିତିବାର କସରତ । ତେବେ ଗତ କାଲି ସିଏସ୍‌କେକୁ ୭ ରନ୍‌ରେ ଏସ୍‌ଆର୍‌ଏସ୍‌ ପରାସ୍ତ କରିଥିବା ବେଳେ ଆଜି ମଧ୍ୟ ରହିଛି ଯୋରଦାର  ମ୍ୟାଚ୍‌ । ସାରଜା ଷ୍ଟାଡିୟମରେ ଆଜି ହେବାକୁ ଯାଉଛି ଡିସି ଏବଂ କେକେଆର ମଧ୍ୟରେ ଘମାସନ ୨୦-୨୦ ଯୁଦ୍ଧ । ଏହା ହେଉଛି ଆଇପିଏଲ୍‌ର ୧୬ ତମ ମ୍ୟାଚ୍‌ । ସେପଟେ ଏହି ମ୍ୟାଚକୁ ନେଇ କୋଲକାତା ଫ୍ୟାନ୍‌ ଆନ୍ଧ୍ରେ ରସେଲଙ୍କ ଉପରେ ନଜର ରଖିଥିବା ବେଳେ ଦିଲ୍ଲୀ କ୍ୟାପିଟାର ଫ୍ୟାନ୍‌ ଋଷଭ ପନ୍ଥଙ୍କ ଉପରେ ନଜର ରଖିଛନ୍ତି । ଏହି ମ୍ୟାଚ୍‌ ଆଜି ଭାରତୀୟ ସମୟ ଅନୁଯାୟୀ ୭ଟା ୩୦ ମିନିଟରେ ଖେଳାଯିବ ।

ଯଦି ଦେଖିବା ରସେଲ ଏହାର ପୂର୍ବ ମ୍ୟାଚରେ ୩ ଛକା ମାରି ନିଜର ଆକ୍ରାମକ ଖେଳର ପ୍ରଦର୍ଶନ କରିଥିଲେ । କିନ୍ତୁ ଏପର୍ଯ୍ୟନ୍ତ ଋଷଭ ପନ୍ଥ ତାଙ୍କର ଭଲ ପ୍ରଫରମାନ୍ସ କୁ ଫେରି ପାଇନାହାନ୍ତି । ଯେଉଁଥିପାଇଁ ଋଷଭଙ୍କ ଫ୍ୟାନ ନାଖୁସ ରହିଛନ୍ତି । ଫ୍ୟାନ୍‌ ମାନେ ଆଶା କରୁଛନ୍ତି ଆଜିର ମ୍ୟାଚ୍‌ରେ ଋଷଭ କିଛି କମାଲ କରିପାରନ୍ତି । ଋଷଭ ପନ୍ଥଙ୍କ ଉପରେ ମଧ୍ୟ ପ୍ରେସର ରହିବ କାରଣ ସେପଟେ କେଏଲ୍‌ ରାହୁଲ, ଇଶାନ କିଶନ ଏବଂ ସଞ୍ଜୁ ସାମସନଙ୍କ ଭଳି ପ୍ରତିଯୋଗୀମାନେ ଭଲ ପ୍ରଦର୍ଶନ କରୁଛନ୍ତି ।

ରେକର୍ଡ କ’ଣ କହୁଛି ?

ଯଦି ଆମେ ଆଇପିଏଲ ରେକର୍ଡର ସୂଚକାଙ୍କ ଦେଖିବା, ତେବେ କେକେଆର୍‌ ଏବଂ ଦିଲ୍ଲୀ କ୍ୟାପିଟାଲ ମଧ୍ୟରେ ଏପର୍ଯ୍ୟନ୍ତ ୨୩ଟି ମ୍ୟାଚ ହୋଇଛି । ଯେଉଁଥିରୁ କୋଲକାତା ୧୩ ଟି ମ୍ୟାଚ୍‌ ଯିତିଥିବା ବେଳେ ଦିଲ୍ଲୀ ମାତ୍ର ୧୦ ଟି ମ୍ୟାଚ୍‌ ଯିତିଛି । କେକେଆର୍‌ ପାଖରେ ଶୁଭମ ଗିଲ, ଆନ୍ଧ୍ରେ ରସେଲ, ଇୟୋନ ମୋର୍ଗାନ ଙ୍କ ଭଳି ଖତରନାକ ବ୍ୟାଟ୍‌ସମ୍ୟାନ ରହିଛନ୍ତି । ସେହିପରି ଦିଲ୍ଲୀ ପାଖରେ ଋଷଭ ପନ୍ଥ, ମାର୍କସ ଷ୍ଟୋନିସ ଏବଂ ଶ୍ରେୟାସ ଆୟରଙ୍କ ଭଳି ଖାଳାଳି ରହିଛନ୍ତି । ଏମାନେ ସମସ୍ତେ ବଡ଼ ସଟ୍‌ ଖେଳିବାରେ ପାରଙ୍ଗମ ।

 

Leave a Reply