IPL 2020କୁ ନେଇ ବଡ ଖବର: ଦୁଇ ଟିମରୁ ବିଦାହେଲେ ଦୁଇ ଖେଳାଳୀ

1 min read

ଦୁବାଇ: (IPL 2020): ପ୍ରାରମ୍ଭିକ ମ୍ୟାଚରେ ପରାଜୟ ବରଣ କରିବା ପରେ ବିଜୟର ସ୍ୱାଦ ଚାଖିଥିବା ସନରାଇଜର୍ସ ହାଇଦ୍ରାବାଦକୁ ମିଳିଛି ବଡ଼ ଝଟକା । ଟିମର ଅନୁଭବୀ ଏବଂ ବେଷ୍ଟ ବୋଲର ଭୁବନେଶ୍ୱର କୁମାର ଆଇପିଏଲର ବାକି ମ୍ୟାଚ ଖେଳିବେ ନାହିଁ । ଏହି ସିଜିନ ପାଇଁ ସେ ଟିମରୁ ବାହାରି ଯାଇଛନ୍ତି । ପୂର୍ବ ସପ୍ତାହରେ ମ୍ୟାଚ ଖେଳୁଥିବା ବେଳେ ତାଙ୍କୁ ଆଘାତ ଲାଗିଥିଲା ଏବଂ ଏହି ହିପ୍ ଅଞ୍ଜରୀ ଯୋଗୁଁ ସେ ଚଳିତ ବର୍ଷ ଆଇପିଏଲରୁ ବିଦାୟ ନେଇଛନ୍ତି ।

ଚେନ୍ନାଇ ବିପକ୍ଷରେ ମ୍ୟାଚ ଖେଳୁଥିବାବେଳେ ହୋଇଥିଲେ ଆହତ

ପୂର୍ବ ସପ୍ତାହରେ ଚେନ୍ନାଇ ସୁପର କିଙ୍ଗସ୍ ସହ ମ୍ୟାଚ ଖେଳୁଥିଲା ସନରାଇଜର୍ସ ହାଇଦ୍ରାବାଦ । ମ୍ୟାଚର ଶେଷ ଓଭର ଖେଳୁଥିବାବେଳେ ଭୁବନେଶ୍ୱର ଆହତ ହୋଇଥିଲେ ଏବଂ ତାଙ୍କୁ ସେହି ସମୟରେ ପଡ଼ିଆ ଛାଡ଼ି ଯିବାକୁ ପଡ଼ିଥିଲା । ଏହାପରେ ରବିବାର ଶାରଜାହରେ ମୁମ୍ବାଇ ବିପକ୍ଷରେ ମ୍ୟାଚରେ ଭୁବନେଶ୍ୱର ଟିମସହ ଖେଳିନଥିଲେ ।  ଟିମ ପାଇଁ ଏହା ଏକ ବଡ଼ ଝଟକା କାରଣ ସେ ଜଣେ ଭୟ ବୋଲର ସହ ମଇଦାନରେ ଜଣେ ଲିଡର ରୂପେ ଠିଆହେଉଥିଲେ ।

ଦିଲ୍ଲୀ କ୍ୟାପିଟାଲର ବେଷ୍ଟ ସ୍ପିନର ମଧ୍ୟ IPLକୁ କହିଲେ ବିଦାୟ

ଅନ୍ୟପଟେ ସିରିଜ ଆରମ୍ଭରୁ ଭଲ ପ୍ରଦର୍ଶନ କରିଆସୁଥିବା ଦିଲ୍ଲୀ କ୍ୟାପିଟାଲର ମଧ୍ୟ ବଢ଼ିଲା ସମସ୍ୟା । ଶ୍ରେୟସ ଅୟରଙ୍କ ତତ୍ତ୍ୱାବଧାନରେ ଦିଲ୍ଲୀ ଭଲ ପ୍ରଦର୍ଶନ କରିଆସୁଛି ଏବଂ ପଏଣ୍ଟ ଟେବଲରେ ଦ୍ୱିତାୟ ସ୍ଥାନରେ ରହିଛି । ସୋମବାର ଦିଲ୍ଲୀ ରୟାଲ ଚ୍ୟାଲେଞ୍ଜର୍ସଙ୍କ ସହ ମ୍ୟାଚ ଖେଳିବାକୁ ଯାଉଥିବାବେଳେ ଟିମର ଅନୁଭବୀ ସ୍ପିନର ଅମିତ ମିଶ୍ରା ଆଇପିଏଲରୁ ବାହାରିଛନ୍ତି । କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ମ୍ୟାଚରେ ତାଙ୍କ ଆଙ୍ଗୁଠି ଫ୍ରାକଚର ହୋଇଯାଇଥିଲା । ତେଣୁ ସେ ସିରିଜରୁ ବିଦାୟ ନେଇଛନ୍ତି ।

Leave a Reply