ମୁହାଁମୁହିଁ ହେବେ କିଙ୍ଗ୍ସ ଏକ୍ସଆଇ‌ ପଞ୍ଜାବ ଏବଂ ଦିଲ୍ଲୀ କ୍ୟାପିଟାଲ, ଏହି ମ୍ୟାଚ୍‌ ପଞ୍ଜାବ ପାଇଁ ବହୁତ ଜରୁରୀ

1 min read

ଦୁବାଇ: କରୋନା କଟକଣା ମଧ୍ୟରେ ଚାଲିଛି ଟି-୨୦ ଆଇପିଏଲ୍‌ । ୮ଟି ଦଳ ମଧ୍ୟରେ ଚାଲିଛି ଘମାସନ ଯୁଦ୍ଧ । ଦୁବାଇର କ୍ରିକେଟ ଗ୍ରାଉଣ୍ଡରେ ବର୍ଷୁଛି ଛକା ଚଉକାର ବର୍ଷା । ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ୩୮ ତମ ମ୍ୟାଚରେ ଆମ୍ନାସାମ୍ନା ହେବେ କିଙ୍ଗ୍ସ ଏକ୍ସଆଇ‌ ପଞ୍ଜାବ ଏବଂ ଦିଲ୍ଲୀ କ୍ୟାପିଟାଲ । ଆଇପିଏଲ୍ ୨୦୨୦ ରେ, ଦିଲ୍ଲୀ କ୍ୟାପିଟାଲ ୧୪ ପଏଣ୍ଟ ସହ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ରହିଛି ।

ଏଥି ସହିତ ଶେଷ ଡବଲ୍ ସୁପର ଓଭର ମ୍ୟାଚ୍ ଜିତିବା ପରେ କିଙ୍ଗ୍ସ ଏକ୍ସଆଇ‌ ପଞ୍ଜାବ ୬ ପଏଣ୍ଟ ସହ ଷଷ୍ଠ ସ୍ଥାନରେ ରହିଛି । ଯଦି ଦେଖିବା ଆଜିର ମ୍ୟାଚ୍‌ ଦିଲ୍ଲୀ କ୍ୟାପିଟାଲ ପାଇଁ ବହୁତ ଜରୁରୀ ରହିଛି । ଆଜିର ମ୍ୟାଚ୍ ଜିତିବାକୁ ଦିଲ୍ଲୀ ଶେଷ ଦମ ପର୍ଯ୍ୟନ୍ତ ଚେଷ୍ଟା କରିବା ସହ ପଏଣ୍ଟକୁ ୧୮ କରିକାକୁ ଚେଷ୍ଟା କରିବ । ଏଥି ସହିତ ଆଇପିଏଲରେ ଏପର୍ଯ୍ୟନ୍ତ ତିନୋଟି ମ୍ୟାଚ୍ ଜିତିଥିବା ପଞ୍ଜାବ ଦିଲ୍ଲୀ ବିପକ୍ଷରେ ଆଜିର ମ୍ୟାଚ୍‌କୁ ଜିତି ନିଜର ସ୍ଥିତିକୁ ସୁଦୃଢ଼ କରିବାକୁ ଚେଷ୍ଟା କରିବ ।

ଏହା ସହିତ କିଙ୍ଗ୍ସ ଏକ୍ସଆଇ‌ ପଞ୍ଜାବ ମଧ୍ୟ ଆଜି ଦିଲ୍ଲୀ କ୍ୟାପିଟାଲ ସହିତ ତାର ପୁରୁଣା ହିସାବକୁ ସମାଧାନ କରିବାକୁ ଚେଷ୍ଟା କରିବ । ଦୁଇ ଦଳ ମଧ୍ୟରେ ଏହି ସିଜନର ଏହା ହେବ ଦ୍ୱିତୀୟ ମ୍ୟାଚ୍ । ପୂର୍ବ ମ୍ୟାଚରେ ଦିଲ୍ଲୀ ସୁପର ଓଭରରେ ପଞ୍ଜାବକୁ ପରାସ୍ତ କରିଥିଲା । ସେହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ ୮ ୱିକେଟରେ ୧୫୭ ସ୍କୋର କରିଥିଲା । ଜବାବରେ ପଞ୍ଜାବ ସମାନ ରନ୍‌ କରି ସୁପର ଓଭର ଖେଳିଥିଲା । ଯେଉଁଥିରେ ପଞ୍ଜାବ ଦିଲ୍ଲୀକୁ ୩ ରନ୍‌ର ସହଜ ଟାର୍ଗେଟ ଦେଇଥିଲା । ଯେଉଁଥିରେ ଦିଲ୍ଲୀ ବିନେ ୱିକେଟରେ ମ୍ୟାଚ୍‌କୁ ହାତେଇ ନେଇଥିଲା ।

Leave a Reply