ସୁପର ମ୍ୟାଚ୍‌ରେ ସୁପର ଓଭର, ଆରସିବି ଆଗରେ ମୁମ୍ବାଇ ଇଣ୍ଡିଆନ୍ସର ଚେଷ୍ଟା ବିଫଳ

ଦୁବାଇ: ଛକା ଚୌକାରେ ବର୍ଷୁଛି ଆଇପିଏଲ ୧୩ । ଦମଦାର ମ୍ୟାଚ୍‌ ସହ ଖେଳାଳି କରୁଛନ୍ତି ଗୋଟେ ପରେ ଗୋଟେ ରେକର୍ଡ । ମ୍ୟାଚ୍‌ ଭରପୁର ରୋମାଞ୍ଚକର ହେବା ସହ ଭରି ରହିଛି ଥ୍ରୀଲିଂ । ତେବେ ଏମଆଇ ଏବଂ ଆରସିବି ମଧ୍ୟରେ ହୋଇଥିବା ମ୍ୟାଚରେ ମଧ୍ୟ ଭରି ରହିଥିଲା ଥ୍ରୀଲର । ମ୍ୟାଚ୍‌ ଏମିତି ହୋଇଥିଲା ଯେ ସୁପର ଓଭର ପର୍ଯ୍ୟନ୍ତ ଖେଳ ଯାଇଥିଲା । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସୁପର ଓଭରରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବି ଡି ଭିଲିୟର୍ସଙ୍କ କମାଲରେ ହାଇ ସ୍କୋରର ମ୍ୟାଚ୍‌ କରିବା ସହ ସୁପର ଓଭରରେ ନବଦୀପ ସୈନିଙ୍କ କଡ଼ା ବୋଲିଂ ସହ ମୁମ୍ବାଇ ଇଣ୍ଡିଆନ୍ସକୁ ହାର ମାନିବାକୁ ବାଧ୍ୟ କରିଛି । ଯାହାଫଳରେ ଆଇପିଏଲରେ ଆରସିବି ବହୁ ଗୁରୁତ୍ୱପୂର୍ଣ୍ଣ ପଏଣ୍ଟ ହାସଲ କରିଛି ।

ପ୍ରଥମେ ବ୍ୟାଟିଂ କରି ଆର୍‌ସିବି  ତିନିଟି ଓ୍ୱିକେଟ ହରାଇ ଏକ ବିଶାଳ ସ୍କୋର ୨୦୧ ଛିଡ଼ା କରିଥିଲା । ଏହାର ଜବାବରେ ମୁମ୍ବାଇ ଦଳ ପାଞ୍ଚ ୱିକେଟ୍ ହରାଇ ସମାନ ୨୦୧ ରନ୍ ସଂଗ୍ରହ କରି ମ୍ୟାଚକୁ ସୁପର ଓଭରକୁ ନେଇଥିଲା । ୯୯ ରନ୍‌ର ଉତ୍କୃଷ୍ଟ ଇନିଂସ ଖେଳିଥିବା ଇଶାନ କିଶାନଙ୍କ ବଦଳରେ ସୁପର ଓଭରରେ ବ୍ୟାଟିଂ କରିବାକୁ ମୁମ୍ବାଇ ଇଣ୍ଡିଆନ୍ସର କିରନ ପୋଲାର୍ଡ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ମୈଦାନକୁ ଆସିଥିଲେ । ଏକାନଙ୍କୁ ଟକ୍କର ଦେପା ପାଇଁ ନବଦୀପ ସୈନି ସୁପର ଓଭରରେ ବୋଲିଂ ପାଇଁ ଆସିଥିଲେ । ତେବେ ସୁପର ଓଭରରେ ଏମ୍‌ଆଇ ମାତ୍ର ୭ ରନର ଲକ୍ଷ ଆର୍‌ସିବିକୁ ଦେଇଥିଲା ।

ମୁମ୍ବାଇ ପାଇଁ ଜସପ୍ରୀତ ବୁମରା ପ୍ରଥମ ତିନୋଟି ବଲରେ ମାତ୍ର ଦୁଇ ରନ୍ ଦେଇଥିଲେ । କିନ୍ତୁ ଡି ଭିଲିୟର୍ସ ଚତୁର୍ଥ ବଲରେ ଚୌକା ମାରିଥିଲେ । ଏହା ପରେ ଡି ଭିଲିୟର୍ସ ଏକ ରନ କରି କୋହଲିଙ୍କୁ ଷ୍ଟାଇକ ଦେଇଥିଲେ । ତେବେ କୋହଲି ବୁମରାଙ୍କ ଫୁଲଟଜ ବଲରେ ବିଜୟ ହାସଲ କରିଥିଲେ ।

Leave a Reply