ଭୟଙ୍କର ଭୂତାଣୁ କରୋନାର ଉତ୍ପତ୍ତି ନେଇ ହେବ ତଦନ୍ତ: WHAରେ ଆଗତ ହେବ ପ୍ରସ୍ତାବ

1 min read

ନୂଆଦିଲ୍ଲୀ: ଚୀନର ଉହାନ ସହରରେ କରୋନା ଭୂତାଣୁର ଉତ୍ପତି ହୋଇଥିଲା । ବିଭିନ୍ନ ରିପୋର୍ଟ ଅନୁଯାୟୀ ଚୀନ ପ୍ରଥମେ ଏହି ଭୂତାଣୁରେ ସଂକ୍ରମିତ ମାମଲାକୁ ଲୁଚାଇ ରଖିଥିଲା । ଧୀରେ ଧୀରେ କରୋନା ସମଗ୍ର ବିଶ୍ୱରେ ବ୍ୟାପିଗଲା ଏବଂ ଆଜି ପରିସ୍ଥିତି ଏଭଳି ହୋଇଛି ଯେ, ତିନି ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି । ଚୀନ୍‌କୁ ରକ୍ଷା କରୁଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ର ଭୂମିକା ମଧ୍ୟ କାଠଗଡ଼ାରେ । ଭାରତ ସମେତ ବିଶ୍ୱର ୬୨ ଦେଶ କରୋନା ନେଇ ନିରପେକ୍ଷ ତଦନ୍ତ ପାଇଁ ଆହ୍ନାନ କରିଛନ୍ତି । ସୋମବାର ୟୁରୋପୀୟ ସଂଘ ଦ୍ୱାରା ବିଶ୍ୱ ସ୍ୱାସ୍ଥ୍ୟ ସଭାରେ ଏହି ପ୍ରସ୍ତାବ ଆଗତ ହେବ। ଯେଉଁଥିରେ କୋଭିଡ-୧୯ ସମ୍ପର୍କରେ WHOଙ୍କ ନେତୃତ୍ୱରେ ଆନ୍ତର୍ଜାତୀୟ ସ୍ୱାସ୍ଥ୍ୟ ପ୍ରତିନିଧିଙ୍କ ଟିମ୍‌ ଏକ ‘ନିରପେକ୍ଷ ଏବଂ ବିସ୍ତୃତ ଅନୁସନ୍ଧାନ’ ପାଇଁ ପ୍ରସ୍ତାବ ରହିବ ।

ଚୀନ୍ ଏବଂ ଆମେରିକାର କିଛି ଆପତ୍ତି ନାହିଁ

ବିଶ୍ୱ ସ୍ୱାସ୍ଥ୍ୟ ଆସେମ୍ୱଲି(WHA)ରେ ଏହି ପ୍ରସ୍ତାବ ସର୍ବସମ୍ମିତି କ୍ରମେ ପାରିତ ହୋଇପାରେ । ମିଳିଥିବା ସୂଚନା ମୁତାବକ ଏହି ପ୍ରସ୍ତାବର ଡ୍ରାପ୍ଟିଂ ଏହିଭଳି ଭାବରେ କରାଯାଇଛି ଯେ, ଏହି ପ୍ରସ୍ତାବକୁ ଆଗତ କରିବାକୁ ନେଇ ଚୀନ ଏବଂ ଆମେରିକାକୁ ମଧ୍ୟ କୌଣସି ଆପତ୍ତି ନାହିଁ । ତଦନ୍ତ ନେଇ ଦାବି କରୁଥିବା ୬୨ ଦେଶର ତାଲିକାରେ ଏମାନେ ସାମିଲ ନୁହଁନ୍ତି । ଆଗତ ହେବାକୁ ଥିବା ପ୍ରସ୍ତାବରେ who ମହାସଚିବଙ୍କୁ ଏଜେନ୍ସମାନଙ୍କ ସହିତ ମିଶି ଭାଇରସର ଉତ୍ପତ୍ତି ଏବଂ ଏହା ମଣିଷ ଶରୀରକୁ ବ୍ୟାପିବା ନେଇ ଅନୁସନ୍ଧାନ କରାଯିବାକୁ ଦାବି କରାଯିବ ।

WHOରେ ଭାରତର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ

WHO କାର୍ଯ୍ୟନିର୍ବାହୀ ବୋର୍ଡ ସୋମବାର ଠାରୁ ଭାରତ ନେତୃତ୍ୱ ନେବ। କରୋନା ବ୍ୟାପିବାରେ ଚୀନ୍‌ର ଭୂମିକାକୁ ନେଇ ବିଶ୍ୱର ଅନେକ ଦେଶ ସନ୍ଦେହ ପ୍ରକଟ କରିଛନ୍ତି। କିନ୍ତୁ ଭାରତ ଏପର୍ଯ୍ୟନ୍ତ ଏହାକୁ ଏଡ଼ାଇ ଆସୁଥିଲା। ଯଦିଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ WHO ରେ ହୋଇଥିବା ସଂସ୍କାର ବିଷୟରେ କହିଥିଲେ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏପରିକି WHO କୁ ‘ଚୀନର କୁକୁର’ ବୋଲି କହିଛନ୍ତି। ତେବେ ୟୁରୋପିୟ ୟୁନିୟନ୍‌ର ପ୍ରସ୍ତାବରେ ନାମକରଣ କରାଯାଇ ନାହିଁ। ଏହାକୁ ଋଷର ମଧ୍ୟ ସମର୍ଥନ କରିଛି। eu ଏବଂ ଅଷ୍ଟ୍ରେଲିଆ ବ୍ୟତୀତ ଏହି ପ୍ରସ୍ତାବକୁ ସମର୍ଥନ କରୁଥିବା ଦେଶମାନଙ୍କ ମଧ୍ୟରେ ଜାପାନ, ନ୍ୟୁଜିଲ୍ୟାଣ୍ଡ, ବ୍ରାଜିଲ, ଦକ୍ଷିଣ କୋରିଆ, ବ୍ରିଟେନ ଅନ୍ତର୍ଭୁକ୍ତ।

Leave a Reply