ରାଜ୍ୟରେ ଆରମ୍ଭ ହେଲା ଟ୍ରେନ୍ ଚଳାଚଳ, ଜାଣନ୍ତୁ କେଉଁଠୁ କେଉଁଠିକୁ ଗଡ଼ିଲା ରେଳ…

1 min read

ଭୁବନେଶ୍ୱର: ଲକଡାଉନ୍ ପରେ ପ୍ରଥମ ଥର ପାଇଁ ଆଜିଠୁ ରାଜ୍ୟ ଭିତରେ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଛି । ସ୍ୱତନ୍ତ୍ର ଭାବେ ଆଜିଠୁ ରାଜ୍ୟରେ ୬ଟି ଟ୍ରେନ୍ ଗଡ଼ିବ । ରାଜ୍ୟର ୧୧ଟି ଜିଲ୍ଲାରେ ଶନିବାର ଓ ରବିବାର ସଟଡାଉନ୍ ରହୁଥିବାରୁ ୨ ଦିନ ଟ୍ରେନ୍ ଚାଲିବ ନାହିଁ । ବାକି ୫ ଦିନ ଟ୍ରେନ୍ ଚଳାଚଳ କରିବ ।

ଟ୍ରେନ୍ ବିବରଣୀ

୧) ଭୁବନେଶ୍ୱର-ବଲାଙ୍ଗିର-ଭୁବନେଶ୍ୱର(ସ୍ୱତନ୍ତ୍ର) ସପ୍ତାହକୁ ୫ ଦିନ

୨) ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର(ସ୍ୱତନ୍ତ୍ର) ସପ୍ତାହକୁ ୫ ଦିନ

୩) ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର(ସ୍ୱତନ୍ତ୍ର) ସପ୍ତାହକୁ ୫ ଦିନ

୪) ସମ୍ବଲପୁର-ଖୋର୍ଦ୍ଧା ରୋଡ୍-ସମ୍ବଲପୁର(ସ୍ୱତନ୍ତ୍ର) ସପ୍ତାହକୁ ୫ ଦିନ

୫) ଭୁବନେଶ୍ୱର-କୋରାପୁଟ-ଭୁବନେଶ୍ୱର(ସ୍ୱତନ୍ତ୍ର) ସପ୍ତାହକୁ ୩ ଦିନ (ଏହା ଅନୁଗୁଳ-ସମ୍ବଲପୁର-ରାୟଗଡ଼ା ଦେଇ ଚାଲିବ)

୬) ରାଉରକେଲା-ଭୁବନେଶ୍ୱର (ସ୍ୱତନ୍ତ୍ର) ସପ୍ତାହକୁ ୫ ଦିନ

ଭୁବନେଶ୍ୱର ୧ ନମ୍ବର ପ୍ଲାଟଫର୍ମରୁ ଆଜି ସକାଳ ୬ଟା ୩୦ରେ ଭୁବନେଶ୍ୱର-ବଲାଙ୍ଗିର ଇଣ୍ଟରସିଟି ସ୍ପେଶାଲ ଟ୍ରେନ୍ ଛାଡ଼ିଛି । ଟ୍ରେନରେ ୧୮୭ ଜଣ ଯାତ୍ରୀ ଭୁବନେଶ୍ୱରରୁ ଚଢ଼ିଛନ୍ତି । ସେହିପରି ସମ୍ବଲପୁର ଷ୍ଟେସନରୁ ଖୋର୍ଦ୍ଧା ରୋଡ୍ ଅଭିମୁଖେ ଇଣ୍ଟରସିଟି ସ୍ପେଶାଲ ବାହାରିଛି । ଷ୍ଟେସନର ଏଣ୍ଟ୍ରାନ୍ସ ଥର୍ମାଲ ସ୍କାନିଂ ପରେ ୮୨ ଯାତ୍ରୀଙ୍କୁ ନେଇ ଖୋର୍ଦ୍ଧା ରୋଡ୍ ଅଭିମୁଖେ ବାହାରିଛି ଟ୍ରେନ୍ ।କେବଳ କନଫର୍ମ ଟିକେଟ୍ ଥିବା ଯାତ୍ରୀଙ୍କୁ ଷ୍ଟେସନରେ ପ୍ରବେଶ ଅନୁମତି ମିଳିଛି । ଯାତ୍ରୀମାନେ ମୁହଁରେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଇଛି । ଆରୋଗ୍ୟ ସେତୁ ଆପ ବାଧ୍ୟତାମୂଳକ କରାଯାଇଛି । ତେବେ, ଟ୍ରେନରେ ଖାଇବା ଓ ବେଡ୍ ସିଟ୍ ମିଳିବ ନାହିଁ । ଯାତ୍ରୀମାନେ ନିଜ ସାଙ୍ଗରେ ଆଣିବାକୁ ରେଳବାଇ ପକ୍ଷରୁ କୁହାଯାଇଛି ।

ଟ୍ରେନ୍ ଏବଂ ବିମାନ ଚଳାଚଳ ନେଇ ପ୍ରଧାନମନ୍ତ୍ରୀଙ୍କୁ ରିପୋର୍ଟ ଦେଲା ମନ୍ତ୍ରୀ ସ୍ତରୀୟ କମିଟି

Leave a Reply