ଲଦାଖରେ ଆହତ ଯବାନଙ୍କ ବାପା ରାହୁଲଙ୍କୁ କହିଲେ “ବନ୍ଦ କର ନେତାଗିରି”

1 min read

ନୂଆଦିଲ୍ଲୀ: ଗଲବାନ ଘାଟିରେ ଭାରତୀୟ ସେନା ଓ ଚୀନ୍ ସୈନିକଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଜଣେ ଆହତ ଯବାନଙ୍କ ପିତା ଉପଦେଶ ଦେଇଛନ୍ତି ।  ଆହତ ଯବାନଙ୍କ ପିତା ଏକ ଭିଡିଓ ସନ୍ଦେଶରେ ରାହୁଲ ଗାନ୍ଧୀଙ୍କୁ ଏହି ପ୍ରସଙ୍ଗକୁ ନେଇ ନେତାଗିରି ନକରିବା ପାଇଁ କହିଛନ୍ତି । ଏହି ଭିଡିଓକୁ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରାହୁଲଙ୍କୁ ଛଦ୍ମ ରାଜନୀତି ଛାଡି ଦେଶହିତରେ ସରକାରଙ୍କୁ ସହ ଛିଡା ହେବାକୁ ଆହ୍ୱାନ କରିଛନ୍ତି ।

ଅମିତ ଶାହ ଯେଉଁ ବଲବନ୍ତ ସିଂହଙ୍କ ଭିଡ଼ିଓ ସେୟାର କରିଛନ୍ତି,ତାଙ୍କରି ଗୋଟିଏ ଭିଡିଓକୁ ଶୁକ୍ରବାର ଦିନ ରାହୁଲ ଗାନ୍ଧୀ ମଧ୍ୟ ସେୟାର କରିଥିଲେ । ଯେଉଁଥିରେ ବଲବନ୍ତ ପୁଅ ସହ ହୋଇଥିବା କଥାବାର୍ତ୍ତା ଆଧାରରେ ଲଦ୍ଦାଖରେ ହୋଇଥିବା ଘଟଣା ବାବଦରେ ତଥ୍ୟ ଦେଉଥିଲେ । ଭିଡିଓକୁ ସେୟାର କରି ରାହୁଲ କହିଥିଲେ ଯେ, ଭାରତ ସରକାରଙ୍କ ମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ବଂଚାଇବା ପାଇଁ ମିଛ କହିବା ଦୁଃଖର କଥା ।

ରାହୁଲଙ୍କୁ କହିଲେ-ରାଜନୀତି ଠିକ୍ ନୁହେଁ

ଏହାପରେ ଶନିବାର ଦିନ ନ୍ୟୁଜ୍ ଏଜେନ୍ସୀ ଏଏନଆଇ ଦ୍ୱାରା ଜାରି କରାଯାଇଥିବା ଭିଡିଓରେ ବଲବନ୍ତ ସିଂହଙ୍କ ଆଉ ଗୋଟିଏ ଭିଡ଼ିଓ ଆସିଛି । ଯେଉଁଥିରେ ବଲବନ୍ତ ରାହୁଲଙ୍କୁ କହୁଛନ୍ତି କି ‘‘ ଭାରତୀୟ ସେନା ସେହି ସେନା ଯାହା ଚୀନକୁ ହରାଇ ପାରିବ ଓ ଅନ୍ୟଦେଶଙ୍କୁ ମଧ୍ୟ ପରାସ୍ତ କରି ପାରିବ । ରାହୁଲ ଗାନ୍ଧୀ ଆପଣ ନେତାଗୀରି କରନ୍ତୁ ନାହୁଁ ,ଏଭଳି ରାଜନୀତି ଠିକ୍ ନୁହେଁ । ମୋ ପୁଅ ଆଗରୁ ବି ଦେଶ ପାଇଁ ଲଢିଛି,ଠିକ୍ ହେଲା ପରେ ଆଗକୁ ବି ଦେଶ ପାଇଁ ଲଢିବ’’

Leave a Reply