ଇଡକୋ ପରିସରରେ ଉଦ୍ୟୋଗ ସଂଶୋଧନ ଯୋଜନାର ସମୀକ୍ଷା କଲେ ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର

1 min read

ଭୁବନେଶ୍ୱର : ଇଡକୋରେ ଶିଳ୍ପମନ୍ତ୍ରୀଙ୍କ ସମୀକ୍ଷା ବୈଠକ । ଶିଳ୍ପ, ଶକ୍ତି, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ତଥା ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଆଜି ଇଡକୋ ପରିସରରେ ଉଦ୍ୟୋଗ ସଂଶୋଧନ ଯୋଜନା ( ଏଣ୍ଟରପ୍ରାଇଜ୍ ରିସୋର୍ସ ପ୍ଲାନିଂ )ର ସମୀକ୍ଷା କରିଛନ୍ତି । ରାଜ୍ୟରେ ଶିଳ୍ପ ଉନ୍ନୟନ ସଂସ୍ଥା ଦ୍ୱାରା ଆରମ୍ଭ କରାଯାଇଥିବା ଆଇଟି ଗୋ-ଆଇପାସ ସଂପର୍କରେ ଉଦ୍ୟୋଗୀ ମାନଙ୍କ ଆବେଦନର ଆବଣ୍ଟନ ବିଷୟରେ ଅବଗତ ହୋଇଥିଲେ ମନ୍ତ୍ରୀ । ଆରମ୍ଭ ହୋଇଥିବା ପ୍ରକ୍ରିୟା ସଂପର୍କରେ ମଧ୍ୟ ସେ ସମୀକ୍ଷା କରିଥିଲେ ।

ଇଡକୋର ଅଧକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସଂଜୟ କୁମାର ସିଂ ଏହି ପ୍ରକ୍ରିୟା ସଂପର୍କରେ ସବିଶେଷ ସୂଚନା ଦେଇଥିଲେ । ଏହା ବ୍ୟତୀତ ଓଡ଼ିଶାରେ ଶିଳ୍ପ ବିକାଶ କ୍ଷେତ୍ରରେ ତ୍ୱରାନିତ କରାଯାଉଥିବା ଭିତ୍ତି ସଂରଚନା କାର୍ଯ୍ୟ ପ୍ରଣାଳୀ ବେଳେ ସରକାରଙ୍କ ଦ୍ୱାରା କରାଯାଉଥିବା 5-T ର ଆଭିମୁଖ୍ୟ କିଭଳି ରକ୍ଷାହୋଇପାରିବ ସେ ନେଇ ମଧ୍ୟ ଆଲୋଚନା ହୋଇଥିଲା ।

ଇଡକୋ ଠାରେ  ଖୁବ ଶୀଘ୍ର ଆରମ୍ଭ ହେବାକୁ ଥିବା ରାଜ୍ୟର ସର୍ବ ପ୍ରଥମ ବହୁତଳ କାର ରହଣି ବ୍ୟବସ୍ଥାକୁ ବୁଲି ଦେଖିଥିଲେ ମନ୍ତ୍ରୀ । ଉଭୟ କାର୍ଯ୍ୟକ୍ରମରେ ଇଡକୋର ଅଧକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସଂଜୟ କୁମାର ସିଂ, ଡ. ଗଣେଶ୍ୱର ଜେନା, ଡ. ଭକ୍ତକବି ଦାସ, ଶାଶ୍ୱତ ପଟ୍ଟନାୟକ, କୁଶଧର ମହନ୍ତ ଏବଂ ବିଜୟ କୁମାର ସ୍ୱାଇଁଙ୍କ ସହ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପ୍ରମୁଖ ପଦାଧିକାରୀ ଉପସ୍ଥିତ ଥିଲେ ।

Leave a Reply