ଝରଣା ଭସାଇନେଲା ଗୋଟିଏ ପରେ ଗୋଟିଏ କାର, ଜୀବନ ବଞ୍ଚାଇ ଦୌଡ଼ିବାକୁ ଲାଗିଲେ ଲୋକ

ଇନ୍ଦୋର: ସହର ନିକଟରେ ଥିବା ଏକ ପିକନିକ ସ୍ପଟରେ ରବିବାରକୁ ପିକନିକ କରିବାକୁ ଯାଇଥିବା କିଛି ଲୋକ ହଠାତ ଏକ ବଡ଼ ବିପଦର ସମ୍ମୁଖୀନ ହୋଇଛନ୍ତି । କିନ୍ତୁ ଆଶ୍ୱସ୍ତିକର କଥା ହେଉଛି କି ଗାଁ ଲୋକଙ୍କ ସାହାରାରେ ସେମାନେ ବଞ୍ଚିଗଲେ । ଯଦି ଗାଁ ଲୋକ ସେଠାରେ ଠିକ ସମୟରେ ପହଞ୍ଚିନଥାନ୍ତେ ତେବେ ଏକାଧିକ ଲୋକ ଜୀବନ ହରାଇଥାନ୍ତେ ।


ବାସ୍ତବରେ ଘଟଣା ଇନ୍ଦୋରର ମହୁ ତହସିଲ ସ୍ଥିତ ମାନପୁରର ଯୋଗିଭଡ଼କ ଝରଣାର । ଯେଉଁଠାରେ ରବିବାରକୁ ଝରଣାର ପାଣି ହଠାତ୍ ଉପରକୁ ମାଡ଼ି ଆସିବାରୁ ପରିସ୍ଥିତି ଅସମ୍ଭାଳ ହୋଇଗଲା । ଗୋଟିଏ ପରେ ଗୋଟିଏ କାର ଭାସିଯିବାକୁ ଲାଗିଲା । କିନ୍ତୁ ୩ଟି କାରକୁ ଗାଁ ଲୋକ ଭାସିଯିବା ପୁର୍ବରୁ ଅଟକାଇ ଦେଲେ । ସୂଚନା ଅନୁଯାୟୀ ଘଟଣା ସମୟରେ ବେଟାଲିୟା ଗାଁର କେତେକ ଲୋକ ସେଠାରେ ଉପସ୍ଥିତ ଥିଲେ । ଯେଉଁମାନେ ଏକ ବଡ଼ ଦୁର୍ଘଟଣାରୁ ଅନ୍ୟ ମାନଙ୍କୁ ରକ୍ଷା କଲେ ।


ଗାଁ ଲୋକଙ୍କ କହିବା ଅନୁସାରେ ରବିବାରକୁ ୪ଟାରେ ବର୍ଷା କାରଣରୁ ହଠାତ୍ ପାଣି ଜୋରରେ ବହିବାକୁ ଲାଗିଲା । ଯାହାଦ୍ୱାରା ଝରଣା ନିକଟରେ ଛିଡ଼ା ହୋଇଥିବା ୪ଟି କାରକୁ ପାଣି ଭସାଇନେଲା । ଆଶ୍ୱସ୍ତିକର କଥା ହେଉଛି କି କାର ମଧ୍ୟରେ କୌଣସି ବ୍ୟକ୍ତି ନଥିଲେ ।

Leave a Reply