ଭାରତର ରହସ୍ୟମୟୀ ଘାଟି, ଯାହାକୁ କୁହାଯାଏ ଦ୍ୱିତୀୟ ବରମୁଡା ଟ୍ରାଏଙ୍ଗଲ

ଦୁନିଆର ଏକ ଅଜବ ସ୍ଥାନ ଆଟଲାଣ୍ଟିକ ମହାସାଗରରେ ବରମୁ଼ଡା ଟ୍ରାଏଙ୍ଗଲ । ଯାହା ଖୁବ ରହସ୍ୟମୟୀ । ଏଠାକୁ ଯାଇଥିବା ଲୋକର ଖବର ସମସ୍ତଙ୍କ ପାଖରେ ଥାଏ, କିନ୍ତୁ ଫେରିବାର ଖବର କାହା ପାଖରେ ମଧ୍ୟ ନଥାଏ । ଏହି ଅଞ୍ଚଳରେ ଶହ ଶହ ଜାହଜ ବୁଡ଼ି ଯାଇଛି ବୋଲି କୁହାଯାଏ । ଖାଲି ଜାହଜ କାହିଁକି ଉଡ଼ା ଜାହଜ ମଧ୍ୟ ଏଠି ସବୁଦିନ ପାଇଁ ନିଖୋଜ ହୋଇଯାଇଛି । ତେବେ ସେହିଭଳି ଏକ ସ୍ଥାନ ହେଉଛି ଅରୁଣାଚଳ ପ୍ରଦେଶ ସୀମାରେ ଥିବା ସାଙ୍ଗରୀ ଲା ଘାଟି । ଯାହା ଖୁବ ରହସ୍ୟମୟୀ ।

ଆମେ କହୁଛୁ ସାଙ୍ଗରୀ ଲା ଘାଟି ବିଷୟରେ । ଏହା ତିବ୍ଦତ ଏବଂ ଅରୁଣାଚଳ ପ୍ରଦେଶ ସୀମାରେ ରହିଛି । ତନ୍ତ୍ର ମନ୍ତ୍ରର କେତେକ ଜଣାଶୁଣା ସାଧକ ଏହା ବିଷୟରେ ପୁସ୍ତକରେ ଲେଖିଛନ୍ତି । ପଦ୍ମ ବିଭୂଷଣ ଏବଂ ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ହୋଇଥିବା ଓ ସରକାରୀ ସଂସ୍କୃତ କଲେଜର ଆଚାର୍ଯ୍ୟ ଭାବରେ କାମ କରିଥିବା ଡାକ୍ତର ଗୋପୀନାଥ କବିରାଜଙ୍କ ପୁସ୍ତକ ଏହି ଘାଟି ବାବଦରେ କୁହେ । ସେ ନିଜ ପୁସ୍ତକରେ ଏହି ବିଷୟରେ ଉଲ୍ଲେଖ କରିଛନ୍ତି । ଏହି ଘାଟୀକୁ ବରମୁଡା ଟ୍ରାଏଙ୍ଗଲ ଭଳି ଦୁନିଆର ସବୁଠାରୁ ରହସ୍ୟପୂର୍ଣ୍ଣ ସ୍ଥାନ ବୋଲି କୁହାଯାଏ । କୁହାଯାଏ ଏହି ଘାଟୀର ସମ୍ବଦ୍ଧ ଅନ୍ୟ ଦୁନିଆ ସହିତ ରହିଛି ।

ଜଣାଶୁଣା ତନ୍ତ୍ର ସାହିତ୍ୟ ଲେଖକ ଏବଂ ବିଦ୍ୱାନ ଅରୁଣ କୁମାର ଶର୍ମା ତାଙ୍କ ପୁସ୍ତକ ‘ତିବ୍ଦତର ସେହି ରହସ୍ୟମୟୀ ଘାଟୀ’ରେ ଏହି ସ୍ଥାନ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି । ସେଥିରେ ଲେଖାଅଛିଯେ, ଦୁନିଆରେ କିଛି ଏଭଳି ସ୍ଥାନ ରହିଛି ଯାହା ଭୂମିହୀନ ଏବଂ ବାୟୁହୀନ ମଧ୍ୟ । ଏହି ସ୍ଥାନରେ ଫୋର୍ଥ ଡାଇମନସେନ୍ ବା ଚତୁର୍ଥ ଆୟାମ ଅଧିକ ଶକ୍ତିଶାଳୀ ହୋଇଥାଏ । କୁହାଯାଏ ଏହି ସ୍ଥାନକୁ ଯିବାପରେ କୌଣସି ବସ୍ତୁ ବା ବ୍ୟକ୍ତି ଗାୟବ ହୋଇଯାଆନ୍ତି ।

ଶାଙ୍ଗରୀ ଲା ଘାଟୀ ବରମୁଡା ଟ୍ରାଏଙ୍ଗଲ ଭଳି ବୋଲି କୁହାଯାଏ । ବରମୁଡା ଟ୍ରାଏଙ୍ଗଲ ଏଭଳି ଏକ ସ୍ଥାନ ଯେଉଁ ରାସ୍ତା ନିକଟରେ ଯାଉଥିବା ପାଣି ଜାହଜ ଏବଂ ଉଡ଼ା ଜାହଜ ଗାୟକ ହୋଇଯାଏ । ସେହି ସ୍ଥାନ ମଧ୍ୟ ଭୂମିହୀନ କ୍ଷେତ୍ରର ଅନ୍ତର୍ଭୁକ୍ତ । କୁହାଯାଏ ଚୀନ ସେନା କେତେକାଂଶ ସମୟ ଏହି ସ୍ଥାନ ବିଷୟରେ ଜାଣିବାକୁ ଚେଷ୍ଟା କଲେ, କିନ୍ତୁ କିଛି ମଧ୍ୟ ପାଇଲେ ନାହିଁ । ତିବ୍ଦତର ବିଦ୍ୱାନ ୟୁତସୁଙ୍ଗଙ୍କ ଅନୁସାରେ ଏହି ଘାଟୀର ସମ୍ବଦ୍ଧ ମହାକାଶର କୌଣସି ଦୁନିଆ ସହିତ ରହିଛି ।

 

ତିବ୍ଦତୀ ଭାଷାର ପୁସ୍ତକ କାଳ ବିଜ୍ଞାନରେ ଏହି ଘାଟୀ ବିଷୟରେ ଉଲ୍ଲେଖ ରହିଛି । ଯେଉଁଥିରେ ଲେଖା ଯାଇଛିକି, ଦୁନିଆର ପ୍ରତ୍ୟେକଜିନିଷ, ଦେଶ ଓ ସମୟ ପରସ୍ପର ସହିତ ବନ୍ଧା । କିନ୍ତୁ ଏହି ଘାଟୀରେ କାଳ ବା ସମୟର କୌଣସି ପ୍ରଭାବ ନାହିଁ । ସେଠାରେ ମନର ବିଚାର ଶକ୍ତି, ଶାରୀରିକ କ୍ଷମତା ଏବଂ ମାନସିକ ଚେତନା ବହୁତ ବଢିଯାଏ । ଏହି ସ୍ଥାନକୁ ପୃଥିବୀର ନିୟନ୍ତ୍ରଣ କେନ୍ଦ୍ର ବୋଲି କୁହାଯାଏ ।
ଆଧ୍ୟାତ୍ମିକ କ୍ଷେତ୍ର, ତନ୍ତ୍ର ସାଧନା ବା ତନ୍ତ୍ର ଜ୍ଞାନ ସହିତ ଜଡ଼ିତ ଲୋକଙ୍କ ପାଇଁ ଏହି ଘାଟୀ ଭାରତ ସହିତ ବିଶ୍ୱରେ ମଧ୍ୟ ପ୍ରସିଦ୍ଧ । ତେବେ ନିଜେ ସେଠାକୁ ଯାଇଥିବା ଦାବି କରିଛନ୍ତି ୟୁତସୁଙ୍ଗ୍‌ । ୟୁତସୁଙ୍ଗଙ୍କ ମୁତାବକ ନା ସେଠାରେ ସୂର୍ଯ୍ୟ ଥିଲା ନା ଚନ୍ଦ୍ର । କେବଳ ସେତିକି ନୁହେଁ ସେଠାରେ ସ୍ଥିର ପରିବେଶ ମଧ୍ୟ ଖୁବ ବିଚିତ୍ର ।

ୟୁତସୁଙ୍ଗ ବାରଣାସୀର ତନ୍ତ୍ର ବିଦ୍ୱାନ ଅରୁଣ ଶର୍ମାଙ୍କୁ କହିଥିଲେଯେ, ସେଠାରେ ରହିଛି ମଠ,ଆଶ୍ରମ ଏବଂ ବିଭିନ୍ନ ଆକୃତିର ମନ୍ଦିର ସହିତ ଶୂନଶାନ ଘାଟୀ । ଏଠାରେ ତିନି ସାଧନା କେନ୍ଦ୍ର ପ୍ରସିଦ୍ଧ । ପ୍ରଥମଟି ହେଉଛି ଜ୍ଞାନଗଞ୍ଜ, ଦ୍ୱିତୀୟଟି ସିଦ୍ଧ ବିଜ୍ଞାନ ଆଶ୍ରମ ଏବଂ ତୃତୀୟଟି ଯୋଗ ସିଦ୍ଧାଶ୍ରମ । ଶାଙ୍ଗରୀ ଲା ଘାଟୀକୁ ସିଦ୍ଧାଶ୍ରମ ମଧ୍ୟ କୁହାଯାଏ । ମହାଭାରତ ଏବଂ ରାମାୟଣରେ ସିଦ୍ଧାଶ୍ରମ ବିଷୟରେ ଉଲ୍ଲେଖ ରହିଛି । ସିଦ୍ଧାଶ୍ରମ ବିଷୟରେ ଇଂରାଜୀ ଲେଖକ ଜେମ୍ସ୍ ହିଲଟନ ତାଙ୍କ ପୁସ୍ତକ ଲଷ୍ଟ ହରିଜନରେ ଲେଖିଛନ୍ତି । ତାଙ୍କ ପୁସ୍ତକ ଅନୁସାରେ ସେଠାକାର ଲୋକ ଶହ ଶହ କୋଟି କୋଟି ବର୍ଷ ଜୀବିତ ରୁହନ୍ତି । ତାଙ୍କ ପୁସ୍ତକ ପଢି ଅନେକ ସେହି ଘାଟୀ ବିଷୟରେ ଗବେଷଣା କରିବା ପରେ ମଧ୍ୟ କୌଣସି ସଫଳତା ପାଇ ନାହାଁନ୍ତି । କେହି କେହି ସବୁଦିନ ପାଇଁ ଗାୟବ ହୋଇ ଯାଇଛନ୍ତି ।

Leave a Reply