ନୌସେନାର ସଫଳତା: INS କୋରାରୁ ଆଣ୍ଟି ସିପ୍‌ ମିଶାଇଲ ଟେଷ୍ଟ, ଟାର୍ଗେଟ୍‌ ଧ୍ୱଂସ ବିଧ୍ୱଂସ

1 min read
INS KORA

ନୂଆଦିଲ୍ଲୀ: ଭାରତୀୟ ନୌସେନା ସଫଳତାର ଆଉ ଏକ ପାହାଚ ଚଢ଼ିଛି । ନିଜ ଶକ୍ତିରେ ଆଉ ଏକ ଫର୍ଦ୍ଦ ଯୋଡ଼ିଛି । ଭାରତୀୟ ନୌସେନା ପକ୍ଷରୁ ଶୁକ୍ରବାର ଆଇଏନ୍‌ଏସ୍‌ କୋରା ଯୁଦ୍ଧ ଯାହାଜରୁ ଏକ ଆଣ୍ଟି ସିପ୍‌ ମିଶାଇଲ୍‌କୁ ପରୀକ୍ଷାମୂଳକ ଭାବେ ଉତ୍‌କ୍ଷେପଣ କରାଯାଇଥିଲା । ଯାହାକି ସଫଳତାର ସହ ଲକ୍ଷ ସ୍ଥଳକୁ ଭେଦ କରି ଧ୍ୱଂସ ବିଧ୍ୱଂସ କରିଛି ।

INS KORA

ପଶ୍ଚିମବଙ୍ଗର ଖାଡ଼ିରେ ଆଇଏନ୍ଏସ୍‌ କୋରାରୁ‌ ଏହି ଆଣ୍ଟି ସିପ୍‌ ମିଶାଇଲ୍‌ର ପରୀକ୍ଷଣ କରାଯାଇଥିଲା । ସୂଚନାନୁଯାୟୀ ଏହି ମିଶାଇଲ୍‌ ଉତ୍‌କ୍ଷେପଣ କରାଯିବା ପରେ ଏହାର ଲକ୍ଷ ଏତେ ନିର୍ଦ୍ଧିଷ୍ଟ ଥିଲା ଯେ, ଯେଉଁ ଯାହାଜକୁ ଲକ୍ଷ କରାଯାଇଥିଲା ତାହା ପୁରା ଧ୍ୱଂସ ବିଧ୍ୱଂସ ହୋଇଯାଇଛି । ଭାରତୀୟ ନୌସେନା ପକ୍ଷରୁ କୁହାଯାଇଛି ଯେ, ମିଶାଇଲର ସବୁଠାରୁ ଅଧିକ ରେଞ୍ଜକୁ ପରୀକ୍ଷଣରେ ବ୍ୟବହାର କରାଯାଇଥିଲା ।

INS KORA

ସୂଚନାଯୋଗ୍ୟ, ଆଇଏନ୍‌ଏସ୍‌ କୋରା ହେଉଛି ଏକ କୋରା-କ୍ଲାସ ଯୁଦ୍ଧ ଯାହାଜ, ଯାହାକୁ ବିଭିନ୍ନ ସମୟରେ ଏଭଳି କ୍ଷେପଣାସ୍ତ୍ର ମାଡ଼ କରିବା ପାଇଁ ବ୍ୟବହାର କରାଯାଏ । ଏହାକୁ ୧୯୯୮ରେ ଭାରତୀୟ ନୌସେନାରେ ସାମିଲ କରାଯାଇଥିଲା ।

INS KORA

ଏହି ଯାହାଜର ଡିଜାଇନ୍‌ ଭାରତୀୟ ନୌସେନାର ପ୍ରୋଜେକ୍ଟ 25-A ଅନୁଯାୟୀ ପ୍ରସ୍ତୁତ କରାଯାଇଥିଲା । ଏହି ଯୁଦ୍ଧ ଯାହାଜରେ KH-35 ଆଣ୍ଟି ସିପ୍‌ ମିଶାଇଲ୍‌ ମଧ୍ୟ ମୁତୟନ କରାଯାଇଛି । ଭାରତୀୟ ନୌସେନା ପାଖରେ ଏଭଳି ପ୍ରାୟ ୩ଟି ଯୁଦ୍ଧ ଯାହାଜ ରହିଛି । ଯେଉଁଥିରେ ଆଇଏନ୍‌ଏସ୍‌ କିର୍ଚ, ଆଇଏନ୍‌ଏସ୍‌ କୁଲିଶ ଓ ଆଇଏନ୍‌ଏସ୍‌ କୁରମୁକ୍‌ ସାମିଲ ରହିଛି ।

Leave a Reply