ଇମେଲର ଉଦ୍ଭାବକ ଡଃ. ଶିବା

ନୂଆଦିଲ୍ଲୀ: ଆଜି ଅର୍ଥାତ ୨ ଡିସେମ୍ବରରେ ଯାହା ଘଟିଥିଲା ତାହା କେବଳ ଇତିହାସ । ଆଜି ଦିନରେ ଆମେ ବ୍ୟବହାର କରୁଥିବା ଇମେଲର ଉଦ୍ଭାବନା କରିବାରେ ସଫଳ ସାଜିଥିଲେ ଜଣେ ୧୪ ବର୍ଷର ଭାରତୀୟ ବାଳକ । ହାଇସ୍କୁଲରେ ପଢିବା ବେଳେ ନିଜ ନିଷ୍ଠାରେ ଚର୍ଚ୍ଚା ପାଲଟିଥିଲେ ୧୪ ବର୍ଷୀୟ ଡ. ଶିବା କୁମାର । କିନ୍ତୁ ଏ କାହାଣୀ ନଥିଲା ଏତେ ସହଜ । କିନ୍ତୁ ପାଠକଙ୍କ ମନରେ ଆଜି ବି ଆନ୍ଦୋଳିତ ହେଉଛି ଅସୁମାରୀ ପ୍ରଶ୍ନ । ଉଦ୍ଭାବନା ଜ୍ଞାନ ଉପରେ ନଜର ରଖୁଥିବା ପାଠକ ଜାଣିଛନ୍ତି ରେ ଟର୍ମିଲସମନ ହେଉଛନ୍ତି ଇମେଲର ଗଡଫାଦର ।

ଇମେଲ ଉଦ୍ଭାବନାର ପ୍ରଶ୍ନ ଉଠିଲେ ସମସ୍ତେ ମନେପକାନ୍ତି ଟର୍ମିଲସମନକୁ । କିନ୍ତୁ କାହାଣୀ ପଛର ଅସଲ ନାୟକ ଆଜି ମଧ୍ୟ ପରଦାର ଆଢୁଆଳରେ । ଯିଏ ପ୍ରଥମେ କରିଥିଲେ ଇମେଲର ଆବିଷ୍କାର । ରେଡିଓ ଉଦ୍ଭାବନରେ ଯେପରି ମାର୍କୋନି ପାଇଥିଲେ ପରିଚୟ । ହେଲେ ଜଗଦୀଶ ଚନ୍ଦ୍ର ବୋଷ ରହିଯାଇଥିଲେ ପଛରେ । ଠିକ ସେଇମିତି ଭାରତୀୟ ସନ୍ତାନ ଶିବା ମଧ୍ୟ ପଡିଯାଇଛନ୍ତି ପଛରେ ।

କାହାଣୀ ପଛର ଅସଲ ଘଟଣା କିଛି ଏମିତି ରହିଥିଲା । ମୁମ୍ବାଇରେ ଜନ୍ମଲାଭ କରିଥିବା ଶିବା ହିଁ ସାଜିଥିଲେ ଇମେଲର ପ୍ରଥମ ଆବିଷ୍କାରକ । ଯିଏ କମ ବୟସରେ ମଧ୍ୟ ଉଦ୍ଭାବନରା ପରିଭାଷାକୁ ଏକ ସ୍ୱତନ୍ତ୍ର ସ୍ଥାନରେ ରଖିଥିଲେ । ୧୪ ବର୍ଷୀୟ ଶିବା ୧୯୭୯ ମସିହାରେ ଇମେଲର ପ୍ରଥମ ଆବିଷ୍କାରକ ଭାବେ ପରିଚିତ । ଏବଂ ୧୯୮୨ ମସିହାରେ ସ୍ୱୀକୃତି ପାଇବାରେ ସକ୍ଷମ ମଧ୍ୟ ହୋଇଥିଲେ । କପିରାଇଟ ନେଇ ଡ. ଶିବା ଆମେରିକାର କୋର୍ଟରେ ଏକ ମାମଲା ମଧ୍ୟ କରିଥିଲେ । ଯେଉଁଥିରେ ଶିବାଙ୍କୁ ସଫଳ କରିଥିଲା ଅନେକ ସରକାରୀ ଦସ୍ତାବିଜ ।

ଇମେଲର ମୂଳ ଅଂଶ ଅର୍ଥାତ ବେସିକ ଫିଚର ଶିବା ଆବିଷ୍କାର କରିଥିବା ବେଳେ ପରବର୍ତ୍ତୀ ସମୟରେ @ ର ଉଦ୍ଭାବନା କରିଥିଲେ ଟର୍ମିଲସମନ  । ତେଣୁ ଏହାରି ଭିତରେ ଏହି କାରଣ ପାଇଁ ପରଦା ପଛକୁ ଠେଲି ହୋଇଯାଇଛନ୍ତି ଡ. ଶିବା  । କିନ୍ତୁ ଉଦ୍ଭବନା ପାଠ କହେ ଭାରତୀୟ ଶିବା ହିଁ ହେଉଛନ୍ତି ଇମେଲର ପ୍ରଥମ ଆବିଷ୍କାରକ  । 

Leave a Reply