ଦୁଇ ଘଣ୍ଟା ବିଳମ୍ବ ପରେ ସନ୍ଧ୍ୟା ୬ରୁ ରେଳ ଟିକଟ ବୁକିଂ..

ନୂଆଦିଲ୍ଲୀ: ପ୍ରାୟ ୪୮ ଦିନ ପରେ, ସାଧାରଣ ଯାତ୍ରୀଙ୍କ ପାଇଁ ଟ୍ରେନ୍ ସେବା ଆରମ୍ଭ ହେବାକୁ ଯାଉଛି । ୧୨ ତାରିଖ ଅର୍ଥାତ ଆସନ୍ତାକାଲିଠାରୁ ଦେଶରେ ରେଳ ସେବା ଆରମ୍ଭ ହେବ । ମେ ୧୧ ଅର୍ଥାତ୍‌ ଆଜି ଅପରାହ୍ନ ୪ଟାରୁ ଟ୍ରେନ୍ ଟିକେଟ ବୁକିଂ ଆରମ୍ଭ ହେବା ନେଇ ଆଇଆର୍‌ସିଟିସି ପକ୍ଷରୁ ଘୋଷଣା କରାଯାଇଥିଲା । ହେଲେ ଅପରାହ୍ନ ୪ଟା ବେଳେ ତାହା ବୁକିଂ ପାଇଁ ଓ୍ୱେବ୍‌ ସାଇଟ୍‌ ଖୋଲି ନଥିଲା । ଖାଲି ସେତିକି ନୁହେଁ ମୋବାଇଲରେ ମଧ୍ୟ ଆଇଆର୍‌ସିଟିସିର ଆପ୍‌ ଖୋଲି ନଥିଲା । କିମ୍ବା ଟିକେଟ୍‌ ବୁକିଂ ହୋଇପାରି ନଥିଲା । ଅନେକ ଲୋକ ନିରାଶ ହୋଇଛନ୍ତି ।

ହେଲେ ବର୍ତ୍ତମାନ ଏଭଳି ଅସୁବିଧା ପାଇଁ ରେଳ ବାଇ ପକ୍ଷରୁ କ୍ଷମା ପ୍ରାର୍ଥନା କରିବା ସହ ସନ୍ଧ୍ୟା ୬ଟାରୁ ବୁକିଂ ଆରମ୍ଭ ହେବ ବୋଲି କୁହାଯାଇଛି । ପୂର୍ବଭଳି କୌଣସି ଅସୁବିଧା ହେବ ନାହିଁ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି ।

ଯାତ୍ରୀଙ୍କ ଅସୁବିଧାକୁ ପାଇଁ କ୍ଷମା ମାଗିବା ସହ ରେଳବାଇ କହିଛି ଯେ, ଆଇଆରସିଟିସି ୱେବ୍‌ସାଇଟରେ ସ୍ୱତନ୍ତ୍ର ଟ୍ରେନ୍ ସହ ଜଡିତ ତଥ୍ୟ ଦିଆଯାଉଛି ତେଣୁ ଟିକେଟ୍ ବୁକିଂରେ କିଛି ସମୟ ପାଇଁ ଅସୁବିଧା ହୋଇଛି । ସନ୍ଧ୍ୟା ୬ ପରେ ବୁକିଂ ପୁଣି ଆରମ୍ଭ ହେବ ।

Leave a Reply