ପ୍ରଥମ ପର୍ଯ୍ୟାୟରେ ଦେଶର ଏହି ସବୁ ସ୍ଥାନକୁ ଗଡ଼ିବ ଯାତ୍ରୀବାହୀ ଟ୍ରେନ୍

1 min read

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ଥମିନଥିବା ବେଳେ ଭାରତୀୟ ରେଳବାଇ ଏକ ବଡ଼ ନିଷ୍ପତ୍ତି ନେଇଛି । ରେଳ ମନ୍ତ୍ରାଳୟ ଅନୁସାରେ, ରେଳବାଇ ମେ ୧୨ ତାରିଖରୁ ପାସେଞ୍ଜର ଟ୍ରେନ୍ ସେବା ଆରମ୍ଭ କରିବ । ପ୍ରଥମ ପର୍ଯ୍ୟାୟରେ ଦେଶର ବିଭିନ୍ନ ସ୍ଥାନକୁ ୩୦ଟି ଟ୍ରେନ୍ ଚାଲିବ ।

ଏହି ସ୍ୱତନ୍ତ୍ର ଟ୍ରେନ୍ ସବୁ ନୂଆଦିଲ୍ଲୀରୁ ଦିବ୍ରୁଗଡ଼, ଅଗରତାଲା, ହାୱଡ଼ା, ପାଟନା, ବିଳାସପୁର, ରାଞ୍ଚି, ଭୁବନେଶ୍ୱର, ସିକନ୍ଦରାବାଦ, ବେଙ୍ଗଳୁରୁ, ଚେନ୍ନାଇ, ଥିରୁଭନନ୍ଥପୁରମ, ମଦଗାଓଁ, ମୁମ୍ବାଇ ସେଣ୍ଟ୍ରାଲ୍, ଅହମଦାବାଦ ଓ ଜମ୍ମୁ ତାୱିକୁ ଚଳାଚଳ କରିବ । ଗୋଟିଏ ଟ୍ରେନ୍ ଦିଲ୍ଲୀରୁ ଗନ୍ତବ୍ୟ ସ୍ଥଳକୁ ଆସିବାକୁ ଥିବାବେଳେ ଅନ୍ୟଟି ଉପରୋକ୍ତ ସ୍ଥାନରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବ ।

ଏଥିପାଇଁ ଆଇଆରସିଟିସି ୱେବସାଇଟରେ ବୁକିଂ ଆରମ୍ଭ ହେବ । ୧୧ ତାରିଖ ଅପରାହ୍ଣ ୪ଟାରୁ ଆଇଆରସିଟିସି ୱେବସାଇଟରେ ଟିକେଟ୍ ମିଳିବ । ଏନେଇ ରେଳ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ, ଯାତ୍ରା ସମୟରେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱ ରକ୍ଷା ଉପରେ ବିଶେଷ ଧ୍ୟାନ ଦିଆଯିବ ।

ଟ୍ରେନ୍ ଏବଂ ବିମାନ ଚଳାଚଳ ନେଇ ପ୍ରଧାନମନ୍ତ୍ରୀଙ୍କୁ ରିପୋର୍ଟ ଦେଲା ମନ୍ତ୍ରୀ ସ୍ତରୀୟ କମିଟି

Leave a Reply