ସାହାଯ୍ୟ, ସୂଚନା ଓ ଅଭିଯୋଗ ପାଇଁ ଭାରତୀୟ ରେଳବାଇ ଜାରି କଲା ଗୋଟିଏ ନମ୍ବର

1 min read

ନୂଆଦିଲ୍ଲୀ: ଗୋଟିଏ ନମ୍ବର, ସମସ୍ତ ସେବା । ଏଣିକି ରେଳଯାତ୍ରା ବେଳେ ଯାତ୍ରୀଙ୍କୁ ଆଉ ବିଭିନ୍ନ ନମ୍ବର ଡାଏଲ କରିବାକୁ ପଡ଼ିବନି । ଟ୍ରେନ୍ ସମ୍ବନ୍ଧୀୟ ସୂଚନା ହେଉକି ସାହାଯ୍ୟ  କିମ୍ବା ଅଭିଯୋଗ । ସବୁଥି ପାଇଁ ଭାରତୀୟ ରେଳବାଇ ଏକକ ନମ୍ବର ଜାରି କରିଛି ।ପୂର୍ବରୁ ପ୍ରଚଳିତ ଥିବା ୧୩୯ ନମ୍ବରରେ ଅନ୍ୟ ନମ୍ବର ଗୁଡ଼ିକୁ ସଂଯୋଗୀକରଣ କରାଯାଇଛି । ତେବେ, ସୁରକ୍ଷା ପାଇଁ ପୂର୍ବଭଳି ୧୮୨ ନମ୍ବର ଜାରି ରହିବ । ସାଧାରଣ ଅଭିଯୋଗ ପାଇଁ (୧୩୮), ଦୁର୍ଘଟଣା ଓ ସୁରକ୍ଷା ପାଇଁ (୧୦୭୨), ଏସ୍ଏମ୍ଏସ୍ ଅଭିଯୋଗ (୯୭୧୭୬୩୦୯୮୨), କ୍ଲିନ୍ ମାଇଁ କୋଚ୍ (୫୮୮୮୮/୧୩୮), ଭିଜିଲାନ୍ସ (୧୫୨୨୧୦), କ୍ୟାଟରିଂ ସେବା (୧୮୦୦୧୧୧୩୨୧) ନମ୍ବରକୁ ବନ୍ଦ କରିଦିଆଯିବ । ଏହା ପରିବର୍ତ୍ତେ ସବୁଥିପାଇଁ ରେଳବାଇ ୧୩୯ ନମ୍ବର ଜାରି କରିଛି । ୧୩୯ ନମ୍ବରରେ ୧୨ଗୋଟି ଭାଷାରେ ସୂଚନା ମିଳିବ ।

ସୁରକ୍ଷା ଓ ମେଡିକାଲ ପାଇଁ ୧୩୯ରେ କଲ୍ କରି ୧ ନମ୍ବର ଅପସନ କ୍ଲିକ୍ କଲେ କଲ୍ ସେଣ୍ଟର ଅଧିକାରୀଙ୍କ ସହ କଥା ହୋଇପାରିବେ । ଟ୍ରେନ୍ ସୂଚନା ପାଇଁ ୨, କ୍ୟାଟରିଂ ଅଭିଯୋଗ ପାଇଁ ୩, ସାଧାରଣ ଅଭିଯୋଗ ୪, ଭିଜିଲାନ୍ସ ଅଭିଯୋଗ ୫, ଦୁର୍ଘଟଣା ସମ୍ବନ୍ଧୀୟ ୬, କମ୍ପ୍ଲେନ୍ ଷ୍ଟାଟସ୍ ପାଇଁ ୯ ପ୍ରେସ୍ କରିବାକୁ ପଡ଼ିବ । (*) ଷ୍ଟାର ପ୍ରେସ୍ କରି କଲ୍ ସେଣ୍ଟର ଅଧିକାରୀଙ୍କ ସହ କଥା ହୋଇପାରିବେ ।

ନୂଆ ବର୍ଷରେ ମହଙ୍ଗା ମାଡ଼, ଟ୍ରେନ୍ ଭଡ଼ା ବଢ଼ାଇଲେ କେନ୍ଦ୍ର ସରକାର

Leave a Reply