Indian Railway News : ୧୬୭ ବର୍ଷରେ ପ୍ରଥମ ଥର ପାଇଁ ଟାଇମରେ ପହଞ୍ଚିଲେ ସବୁ ଟ୍ରେନ୍ !

1 min read

ନୂଆଦିଲ୍ଲୀ: ଭାରତୀୟ ଟାଇମ୍,ବାକି ଦୁନିଆରେ କୁଖ୍ୟାତ । ଭାରତୀୟ ଟାଇମ୍ କହିଲେ ବିଳମ୍ବରେ ପହଂଚିବା କିମ୍ବା ବିଲକୁଲ ନପହଂଚିବା । ତେବେ ୧୬୭ ବର୍ଷରେ ପ୍ରଥମ ଥର ପାଇଁ ଏମିତି କିଛି ଘଟିଛି ଯାହାକୁ ସହଜରେ କୌଣସି ଭାରତୀୟ ବିଶ୍ୱାସ କରିପାରିବେ ନାହିଁ । ଭାରତୀୟ ରେଳ ସହ ଜଡିତ ଏହି ଖବର । ବିଳମ୍ବରେ ଷ୍ଟେଶନ ଛାଡିବା କିମ୍ବା ଅତିକମରେ ଘଣ୍ଟେ ଦୁଇ ଘଣ୍ଟା ପଛୁଆ ଚାଲୁଥିବା ଭାରତୀୟ ରେଳର ସବୁ ଟ୍ରେନ୍ ପ୍ରଥମ ଥର ପାଇଁ ଠିକ୍ ଟାଇମରେ ଚାଲିଛନ୍ତି । ଆଉ ଏହା ଘଟିଛି ୧୬୭ ବର୍ଷରେ ପ୍ରଥମ ଥର ପାଇଁ ।

ଜୁଲାଇ ୧ ତାରିଖ ଦିନ ୨୦୧ ଟ୍ରେନ୍ ସମୟ ଅନୁସାରେ ନିର୍ଧାରିତ ଷ୍ଟେଶନରେ ପହଂଚିଥିଲେ । ରେଳବାଇ ତରଫରୁ ଜାରି ବୟାନରେ କୁହାଯାଇଛି ଯେ, ଭାରତୀୟ ରେଳବାଇର ଇତିହାସରେ ପ୍ରଥମ ଥର ପାଇଁ ସବୁ ଟ୍ରେନ୍ ନିର୍ଧାରିତ ସମୟରେ ଷ୍ଟେଶନରେ ପହଂଚିଛନ୍ତି ।

ଜୁଲାଇ ୧ ତାରିଖ ଦିନ ଚାଲିଥିବା ୨୦୧ ଟ୍ରେନ୍ ମଧ୍ୟରୁ ଗୋଟିଏ ମଧ୍ୟ ବିଳମ୍ବରେ ଚାଲିନଥିଲା କିମ୍ବା ପହଂଚିନଥିଲା । ଏହାପୂର୍ବରୁ ୨୩ ଜୁନରେ ୯୯.୫୪ ପ୍ରତିଶତ ଟ୍ରେନ୍ ନିର୍ଧାରିତ ସମୟରେ ଷ୍ଟେଶନରେ ପହଂଚିଥିଲେ । ସେଦିନ କେବଳ ଗୋଟିଏ ଟ୍ରେନ୍ ବିଳମ୍ବରେ ପହଂଚିଥିଲା ।

first train of india
୧୮୫୩ ମସିହାରେ ପ୍ରଥମ କରି ବମ୍ବେରୁ ଥାନେ ପର୍ଯ୍ୟନ୍ତ ଟ୍ରେନ୍ ଚାଲିଥିଲା

ସୂଚନା ଅନୁସାରେ ଭାରତୀୟ ରେଳବାଇ ଜୁଲାଇ ୧ ତାରିଖ ଦିନ ସବୁ ଟ୍ରେନ୍ ଯେମିତି ଟାଇମରେ ପହଂଚିବେ ସେଥିଲାଗି ଯୋଜନା ପ୍ରସ୍ତୁତ କରିଥିଲା । ସବୁ ଟ୍ରେନ୍ ଠିକ୍ ସମୟରେ ନିଜ ଯାତ୍ରା ଆରମ୍ଭ କରି ଗନ୍ତବ୍ୟସ୍ଥଳରେ ପହଂଚିଥିଲେ । ଭାରତରେ ରେଳର ଇତିହାସ ୧୬୭ ବର୍ଷ ପୁରୁଣା । ୧୮୫୩ ମସିହାରେ ବମ୍ବେରୁ ଥାନେ ପର୍ଯ୍ୟନ୍ତ ପ୍ରଥମ ଥର ପାଇଁ ଭାରତରେ ରେଳ ଗଡିଥିଲା ।ସେବେଠାରୁ ଏପର୍ଯ୍ୟନ୍ତ ଭାରତୀୟ ଟ୍ରେନ୍ କେବେ ମଧ୍ୟ ଠିକ୍ ସମୟରେ ଷ୍ଟେଶନରେ ପହଂଚିନଥିଲା ।

ଗୋଟିଏ ଇଞ୍ଜିନରେ ଟ୍ରାକରେ ଗଡ଼ିଲା ୩ଟି ମାଲବାହୀ ଟ୍ରେନ୍

ଅନ୍ୟପକ୍ଷରେ କିଛିଦିନ ତଳେ ଭାରତୀୟ ରେଳ ଦୁଇ କିଲୋମିଟର ଲମ୍ବ ଟ୍ରେନ୍ ଚଳାଇ ରେକର୍ଡ କରିଥିଲା । ଏହି ଟ୍ରେନକୁ ଆନାକୋଣ୍ଡା କୁହାଯାଉଛି । ରେଳମନ୍ତ୍ରୀ ପିୟୁଷ ଗୋଏଲ ଏହାର ଭିଡିଓ ସେୟାର କରି ଟ୍ରେନକୁ ସୁପର ଆନାକୋଣ୍ଡା ବୋଲି କହିଥିଲେ ।

Leave a Reply