ଚୀନ୍‌କୁ ପୁଣି ଝଟ୍‌କା, ସ୍ନାକ୍‌ ଭିଡିଓ ସହ ୪୩ ଆପ୍‌ ବ୍ୟାନ…

1 min read
Digital Strike

ଚୀନ୍‌କୁ ପୁଣି ଝଟ୍‌କା । ସୀମାରେ ଚୀନ୍‌ ଯେତିକି ଉତ୍ପାତ ହେଉଛି ଭାରତ ତା’‌ର ଡେଣା ସେତିକି ସେତିକି କାଟୁଛି । ଭାରତର ଡିଜିଟାଲ୍‌ ପ୍ଲାଟ୍‌ଫର୍ମରୁ ଚୀନ୍‌ର ଆୟ ଏହାର‌ ଅର୍ଥନୀତିର ଏକ ବଡ଼ ଅଂଶ ବୋଲି କୁହାଯାଏ । ହେଲେ ସୀମା ବିବାଦ ଆରମ୍ଭ ହେବା ପରଠାରୁ ଚୀନ୍‌କୁ ଗୋଟିଏ ପରେ ଗୋଟିଏ ବଡ଼ ଝଟକା ଲାଗିଛି ।

Snack Video

ଚୀନ୍ ଉପରେ ମୋଦି ସରକାର ପୁଣି ଏକ ଡିଜିଟାଲ୍ ଷ୍ଟ୍ରାଇକ୍ କରିଛନ୍ତି । ଭାରତର ପ୍ରତିରକ୍ଷା, ସୁରକ୍ଷା ଏବଂ ସାର୍ବଭୌମତ୍ୱ ପ୍ରତି ବିପଦ ଥିବା ଦର୍ଶାଇ ମୋଦି ସରକାର ୪୩ଟି ଚାଇନିଜ୍‌ ଆପ୍‌ ଉପରେ ରୋକ୍‌ ଲଗାଇବା ନେଇ ନିଷ୍ପତି ନେଇଛନ୍ତି । ଆଲିବାବା ୱାର୍କବେଞ୍ଚ, ଅଲି ପେ’ କ୍ୟାସିଅର୍, ଡେଲିଭରି ଆପ୍ ଲାଲାମୁଭ୍‌ ଇଣ୍ଡିଆ, ସ୍ନାକ୍ ଭିଡିଓ ଭଳି ଆପ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି ।

ବ୍ୟାନ୍‌ ହୋଇଥିବା ଆପ୍ ମଧ୍ୟରେ ଅନେକ ପୁରୁଣା ଆପ୍ ସାମିଲ ରହିଛି । ହେଲେ ଏମିତି ବି ଅଧିକାଂଶ ଆପ୍‌କୁ ବ୍ୟାନ୍‌ କରାଯାଇଛି ଯାହା ସହଯୋଗୀ ଆପ୍‌ ଭାବେ ବ୍ୟବହାର ହେଉଥିଲା । ଅଲିବାବାର କିଛି ଆପ୍ ପୂର୍ବରୁ ମଧ୍ୟ ବ୍ୟାନ୍‌ କରାଯାଇଥିଲା । କିନ୍ତୁ ଏଥର ଅଲିବାବାର କିଛି ସପୋଟିଭ୍‌ ଆପ୍‌କୁ ବ୍ୟାନ୍‌ କରାଯାଇଛି । ଏଥିରେ ଅଲି ସପ୍ଲାୟର୍ସ, ଅଲି ଏକ୍ସପ୍ରେସ୍ ଏବଂ ଅଲି ପେ କ୍ୟାସିଅର୍ ଭଳି ଆପ୍ ସାମିଲ ଅଛଉି ।

Allibaba

ବ୍ୟାନ୍‌ ହୋଇଥିବା ଆପ୍‌ଗୁଡ଼ିକ ମଧ୍ୟରେ ଅଧିକାଂଶ ଆପ୍ ଲୋକପ୍ରିୟ ନୁହେଁ । ଏହିଭଳି ଆପ୍‌ଗୁଡ଼ିକୁ ଗୁଗୁଲ୍ ମଧ୍ୟ ଏହାର ପ୍ଲାଟଫର୍ମରୁ ବିଭିନ୍ନ ସମୟରେ ଅପସାରଣ କରିଥାଏ । ଏଥିରୁ ଅନେକ ଆପ୍‌ ଏବେ ବି ଗୁଗୁଲ୍‌ ପ୍ଲେ-ଷ୍ଟୋରରେ ଦେଖାଯାଉଛି । ବର୍ତ୍ତମାନ ସୁଦ୍ଧା ଏହା ସ୍ପଷ୍ଟ ନୁହେଁ ଯେ ବ୍ୟାନ୍‌ ହୋଇଥିବା ଏହି ଆପ୍‌ଗୁଡିକ ସଂପୂର୍ଣ୍ଣ ଭାବେ ବ୍ଲକ୍‌ କରାଯାଇଛି ନା କେବଳ ପ୍ଲେ ଷ୍ଟୋରରୁ ହଟାଯାଉଛି ।

Chiniese APP

ଆଲିବାବା ଗ୍ରୁପ୍‌ର, ସର୍ଟ ଭିଡିଓ ସେୟାରିଂ ଆପ୍ ସ୍ନାକ୍ ଭିଡିଓ, ବିଜନେସ୍‌ କାର୍ଡ ରିଡର୍ ଆପ୍ କ୍ୟାମ କାର୍ଡ, ଟ୍ରକ୍ ଏବଂ ଡ୍ରାଇଭର ଏଗ୍ରିଗେଟର୍ ଲାଲାମୁଭ୍ ଭଳି କେତେକ ପ୍ରମୁଖ ଆପ୍‌କୁ ବ୍ୟାନ୍‌ କରାଯାଇଛି ।

Leave a Reply