ଡାକ୍ତରଖାନାରୁ ଘରକୁ ଫେରିଲେ ଗାଙ୍ଗୁଲି: ସ୍ୱାସ୍ଥ୍ୟାବସ୍ଥା ସ୍ଥିର

1 min read

କୋଲକାତା: ବିସିସିଆଇ ଅଧ୍ୟକ୍ଷ ତଥା ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ତାଙ୍କର ଆଞ୍ଜିଓପ୍ଲାଷ୍ଟି (Angioplasty) ହେବା ପରେ ତାଙ୍କୁ ଏକ ସପ୍ତାହ ସମ୍ପୂର୍ଣ୍ଣ ବିଶ୍ରାମ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଡାକ୍ତରଙ୍କ କହିବାନୁସାରେ, ବର୍ତ୍ତମାନ ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି।

୨ ତାରିଖରେ ସୌରଭ ଗାଙ୍ଗୁଲିଙ୍କ ହାର୍ଟ ଆଟାକ୍ ଆସିଥିଲା । ଯାହାପରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା। ଏବେ ପୁଣି ଥରେ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଥିବାରୁ ଦାଦାଙ୍କୁ ପୁଣିଥରେ କୋଲକାତାର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୪୮ ବର୍ଷୀୟ ସୌରଭ ଗାଙ୍ଗୁଲିଙ୍କ ଦ୍ୱିତୀୟ ଆଞ୍ଜିଓପ୍ଲାଷ୍ଟି କରାଯିବ ସହ ଛାତିରେ ୨ଟି ଷ୍ଟେଣ୍ଟ (Stent) ଲାଗାଯାଇଛି।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆପୋଲୋ ହସ୍ପିଟାଲରେ ପହଞ୍ଚି ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ରାଜ୍ୟପାଳ ଜଗଦୀପ ଧନକଡ଼ ଟ୍ୱିଟ୍ କରି ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଜଣାଇବା ସହ  ତାଙ୍କ ଆଶୁଆରୋଗ୍ୟ ବି କାମନା କରିଥିଲେ।

Leave a Reply