ପ୍ରସିଦ୍ଧ ଶାସ୍ତ୍ରୀୟ ଗାୟକ ପଣ୍ଡିତ ଜସରାଜଙ୍କ ଆମେରିକାରେ ପରଲୋକ

2 min read

ନୂଆଦିଲ୍ଲୀ: ୯୦ ବର୍ଷ ବୟସରେ ପ୍ରସିଦ୍ଧ ଶାସ୍ତ୍ରୀୟ ଗାୟକ ପଣ୍ଡିତ ଜସରାଜଙ୍କ ଦେହାନ୍ତ ହୋଇଛି । ଆମେରିକାର ନ୍ୟୁ ଜର୍ସିରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ପଣ୍ଡିତ ଜସରାଜ ପଦ୍ମ ବିଭୂଷଣ ଉପାଧି ପାଇଥିଲେ । ତାଙ୍କ ଝିଅ ଦୁର୍ଗା ଜସରାଜ ପଣ୍ଡିତ ଜସରାଜଙ୍କ ମୃତ୍ୟୁ ନେଇ ସୂଚନା ଦେଇଛନ୍ତି । ୧୯୩୦ ମସିହା ଜାନୁଆରୀ ୨୮ ତାରିଖରେ ପଣ୍ଡିତ ଜସରାଜ ଜନ୍ମ ହୋଇଥିଲେ । ଜସରାଜଙ୍କ ପିତା ପଣ୍ଡିତ ମୋତିରାଦ ମେବାତୀ ଘରାନେ ମଧ୍ୟ ସଂଗୀତଜ୍ଞ ଥିଲେ ।

ପଣ୍ଡିତ ଜସରାଜଙ୍କଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି । ସେ ତାଙ୍କ ଫଟୋ ସେୟାର କରି ଲେଖିଛନ୍ତି- ପଣ୍ଡିତ ଜସରାଜ ଭାରତୀୟ ସାଂସ୍କୃତିକ କ୍ଷେତ୍ରରେ ଏକ କ୍ଷତ ସ୍ଥାନ ସୃଷ୍ଟି କରିଛି । ଯାହାକି ଅପୂରଣୀୟ । ପଣ୍ଡିତ ଜସରାଜ ଅସାଧାରଣ ଥିଲେ । ଅନ୍ୟ ଗାୟକଙ୍କ ପାଇଁ ସେ ଗୁରୁ ଥିଲେ । ଦୁନିଆ ଯାକ ତାଙ୍କର ପ୍ରଂଶସକ ଥିଲେ ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଶୋକବ୍ୟକ୍ତ କରିଛନ୍ତି । ସୁପ୍ରସିଦ୍ଧ ଶାସ୍ତ୍ରୀୟ ଗାୟକ ପଣ୍ଡିତ ଜସରାଜଙ୍କ ଦେହାନ୍ତ ମୋତେ ଦୁଃଖ ଦେଇଛି । ମେବାତି ଘରାନାରୁ ପଣ୍ଡିତଙ୍କ ଜୀବନ ସଂଗୀତରେ କଟିଛି । ତାଙ୍କର ଦେହାନ୍ତରେ ସଂଗୀତର ବଡ଼ ସ୍ୱର ମୌନ ପଡ଼ି ଯାଇଥିବା ସେ କହିଛନ୍ତି ।

ପଣ୍ଡିତ ଜସରାଜଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି । ଭାରତୀୟ ଶାସ୍ତ୍ରୀୟ ସଂଗୀତ ପ୍ରତି ତାଙ୍କ ଅବଦାନ ସବୁଦିନ ମନେ ରହିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ସେ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।

ଚଳିତବର୍ଷ ଜାନୁଆରୀ ପଣ୍ଡିତ ଜସରାଜ ନିଜର ୯୦ ତମ ଜନ୍ମ ଦିବସ ପାଳିଥିଲେ । ଏପ୍ରିଲ ମାସରେ ହନୁମାନ ଜୟନ୍ତ୍ରୀ ଫେସବୁକ୍ ଲାଇଭରେ ବାରଣାସୀର ସଂକଟମୋଚନ ହନୁମାନ ମନ୍ଦିର ପାଇଁ ଗାଇଥିଲେ । ତାଙ୍କ ମୃତ୍ୟୁରେ ସମସ୍ତେ ମ୍ରିୟମାଣ ହୋଇ ପଡ଼ିଛନ୍ତି ।

Leave a Reply