ଭାରତ ଓ ଚୀନ ସୀମାରେ ଫେରିବ ଶାନ୍ତି, ବୈଠକରେ ନିଜ ନିଜର ସେନା ହଟାଇବା ଦେଲେ ଗୁରୁତ୍ତ୍ୱ

1 min read

ଲଦାଖ: ସୀମାରେ ଭାରତ ଓ ଚୀନ ମଧ୍ୟରେ ଫେରିବ ଶାନ୍ତି । ଲଦାଖରୁ ସେନା ହଟାଇବେ ଦୁଇ ଦେଶ ଆଲୋଚନା ମାଧ୍ୟମରେ ସମସ୍ତ ସମସ୍ୟାର ହେବ ସମାଧାନ । ଭାରତ ଓ ଚୀନ ମଧ୍ୟରେ ହୋଇଥିବା ଅଷ୍ଟମ ସେନା ସ୍ତରୀୟ ବୈଠକରେ ଏହାକୁ ନେଇ ସହମତି ପ୍ରକାଶ ପାଇଛି । ଦୁଇ ଦେଶ ନିଜ ନିଜର ସେନା ହଟାଇବା ଉପରେ ଗୁରୁତ୍ତ୍ୱ ଦେଇଥିବା ଜଣାପଡିଛି ।

ତେବେ ଲାଗି ରହିଥିବା ବିବାଦର ସମାଧାନ ପାଇଁ ଦୁଇ ଦେଶ ମଧ୍ୟରେ ଆଗକୁ ଆଲୋଚନା ଜାରି ରହିବ । ଖୁବ କମ୍ ଦିନ ମଧ୍ୟରେ ଆଉ ଏକ ବୈଠକ ହେବ , ଯେଉଁଥିରେ ଦୁଇ ଦେଶର ବରିଷ୍ଠ ସେନାସ୍ତରୀୟ ଅଧିକାରୀ ଉପସ୍ଥିତ ରହିବେ । ଗତ କିଛି ଦିନ ଧରି ପୂର୍ବ-ଲଦାଖରେ ଭାରତ ଓ ଚୀନ ମଧ୍ୟରେ ବିବାଦ ଲାଗି ରହିଛି ।

China

ଚଳିତବର୍ଷ ଜୁନ୍ ୧୪ ଓ ୧୫ ତାରିଖ ରାତିରେ ସୀମାରେ ଦୁଇ ଦେଶର ଯବାନଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ପରଠୁ ତିକ୍ତତା ବଢିବାରେ ଲାଗିଥିଲା । ଆଗକୁ ଶୀତ ଦିନ ଆସୁଥିବାରୁ ବରଫ ପାହାଡ ଉପରେ ମଧ୍ୟ ବେଜିଂକୁ ଉଚିତ୍ ଜବାବ ଦେବାକୁ ତୟାର ରହିଛନ୍ତି ଭାରତର ବୀର ଯବାନ । କିଛି ଦିନ ହେବ ଭାରତ ଚୀନ ସୀମାରେ ଉତ୍ତେଜନା ଲାଗି ରହିଛି ଏବଂ ଏହାର ସମାଧାନ ପାଇଁ ବୈଠକ ଉପରେ ବୈଠକ ଚାଲିଥିଲା ।

Leave a Reply