ବଢିଲା ସେନାର ଶକ୍ତି, ସାମିଲ ହେଲା ୧୧୪ ଶକ୍ତିଶାଳି ଅର୍ଜୁନ

ARJUN TANK

ନୂଆଦିଲ୍ଲୀ: ପୁଲଓ୍ୱାମା ସହିଦ ଦିବସରେ ବଢିଲା ସେନାର ଶକ୍ତି । ଭାରତୀୟ ସେନାରେ ସାମିଲ ହେଲା ଲଢୁଆ ଟ୍ୟାଙ୍କ ଅର୍ଜୁନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାମିଲନାଡୁ ଗସ୍ତରେ ଯାଇ ସେନାକୁ ଅର୍ପଣ କରିଛନ୍ତି ୧୧୮ଟି ଅର୍ଜୁନ ଟ୍ୟାଙ୍କ୍‌ । ଏହା ଦ୍ୱାରା ସେନାର ମନବୋଳ ଓ ଶକ୍ତି ଆହୁରି ବୃଦ୍ଧି ପାଇବ ବୋଲି କୁହାଯାଇଛି ।

ଏହି ଅବସରରେ ଉପସ୍ଥିତ ଥିଲେ ସେନାମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରାଓ୍ୱାଣେ । ପ୍ରତିରକ୍ଷା ବିଭାଗ ପକ୍ଷରୁ ୧୧୮ଟି ଅର୍ଜୁନ୍ ଟ୍ୟାଙ୍କକୁ ସେନାରେ ସାମିଲ ହେବା ପାଇଁ ଅନୁମତି ଦିଆଯାଇଛି । ଏଥିପାଇଁ ଖର୍ଚ୍ଚ ହୋଇଛି ୮୪୦୦ କୋଟି ଟଙ୍କା । ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ଟ୍ୟାଙ୍କ ଶତ୍ରୁ ରାଷ୍ଟ୍ରୁକୁ ମାତ୍ ଦେବା ପାଇଁ ସକ୍ଷମ ହେବ । ଏହି ଟ୍ୟାଙ୍କ ବହୁ ଦୂରରେ ଥାଇ ମଧ୍ୟ ଶତ୍ରୁ ରାଷ୍ଟ୍ରର ଶିବିର ଉପରେ ତିକ୍ଷ୍ନ ଭାବେ ଆକ୍ରମଣ କରିପାରିବାର କ୍ଷମତା ରଖୁଛି । ଚୀନ ଓ ପାକିସ୍ତାନ ବିରୋଧରେ ସୀମାରେ ଉତ୍ତେଜନା ରହିଥିବା ବେଳେ ସେନାରେ ଅର୍ଜୁନ ଟ୍ୟାଙ୍କ ସାମିଲ ହେବ ଏକ ବଡ଼ ଉପଲବ୍ଧି ବୋଲି କୁହାଯାଇପାରେ । କାରଣ ଅର୍ଜୁନ ଟ୍ୟାଙ୍କ ପାଇ ସେନା ଆହୁରି ମଜ୍‌ଭୁତ୍‌ ହୋଇଛି ।

ଏହି ବର୍ଷ ଅନେକ ରାଜ୍ୟରେ ବିଧାନସଭା ନିର୍ବାଚନର ସାକ୍ଷୀ ହେବାକୁ ଯାଉଛି । ରାଜନୈତିକ ଦଳଗୁଡିକ ନିର୍ବାଚନୀ ପ୍ରଚାରରେ ଲାଗିପଡ଼ିଛନ୍ତି । ପୂର୍ବରେ ପଶ୍ଚିମବଙ୍ଗ, ଆସାମ ଏବଂ ଦକ୍ଷିଣରେ ତାମିଲନାଡୁ, କେରଳରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାମିଲନାଡୁ ଏବଂ କେରଳ ଗସ୍ତରେ ଅଛନ୍ତି । ସେଠାରେ ପ୍ରଧାନମନ୍ତ୍ରୀ ଭାରତୀୟ ସେନାକୁ ଅର୍ଜୁନ ଟ୍ୟାଙ୍କ ପ୍ରଦାନ କରିଛନ୍ତି । ଆଗକୁ ନିର୍ବାଚନ ଥିବାରୁ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ଅତ୍ୟନ୍ତ ଗୁରୁତ୍ୱ ବହନ କରେ ବୋଲି କୁହାଯାଉଛି । ଅନ୍ୟପଟେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଆସାମରେ ଦଳର ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି ।

ଚେନ୍ନାଇ ଏବଂ ଅଟିପାଟ୍ଟୁ ମଧ୍ୟରେ ଚତୁର୍ଥ ରେଳ ଲାଇନର ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୯୩.୪୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ୨୨.୧ କିଲୋମିଟର ଲମ୍ବା ଲାଇନ ଚେନ୍ନାଇ ଏବଂ ଥିରୁବଲୁର ଜିଲ୍ଲାକୁ ସଂଯୋଗ କରିବ ।

Leave a Reply