PM in Leh : ଲେହର ଯେଉଁ ସ୍ଥାନକୁ ପ୍ରଧାନମନ୍ତ୍ରୀ ଯାଇଥିଲେ,ସେଠାରୁ ପାକିସ୍ତାନ ଓ ଚୀନକୁ ଏକାଥରକେ ଟାର୍ଗେଟ୍ କରିପାରିବ ଭାରତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନ ଅଚାନକ ଲେହର ନିମୁ ଫରୱାର୍ଡ ବ୍ଲକରେ ପହଂଚିଥିଲେ । ତାଙ୍କର ଏହି ଗସ୍ତ ଚୀନ୍ ଓ ପାକିସ୍ତାନ ସମେତ ପୁରା ବିଶ୍ୱକୁ ଚକିତ କରିଦେଇଛି । ଚମକାଇବାରେ ମାହିର ମୋଦି ଏହାଦ୍ୱାରା ଦୁଇ ଦେଶଙ୍କୁ ସନ୍ଦେଶ ଦେବାକୁ ଚାହିଁଛନ୍ତି । ତାହା ହେଲା,ଭାରତ ଯେକୌଣସି ଚ୍ୟାଲେଂଜ୍ ପାଇଁ ପ୍ରସ୍ତୁତ ଅଛି । ଭାରତୀୟ ନେତୃତ୍ୱ ଚୀନକୁ ଡରୁନାହିଁ ଏହା କହିବାକୁ ମୋଦି ନିମୁ ଯାଇଥିଲେ । ନିମୁ ଏମିତି ଗୋଟିଏ ଫରୱାର୍ଡ ଘାଟି ଯେଉଁଠୁ ଭାରତୀୟ ସେନା ଏକାଥରକେ ପାକିସ୍ତାନ ଓ ଚୀନକୁ ଯବାବ ଦେଇ ପାରିବେ । ରଣନୈତିକ ଦୃଷ୍ଟି କାରଣରୁ ଏହି ପୋଷ୍ଟ ଭାରତ ପାଇଁ ଗୁରୁତ୍ୱ ରଖେ । ଆସନ୍ତୁ ଜାଣିବା ନିମୁ ଫରୱାର୍ଡ ପୋଷ୍ଟ ବାବଦରେ

modi in nimu leh

ନିମୁ ଫରୱାର୍ଡ ପୋଷ୍ଟ ଗୋଟିଏ ଗାଁ । ଯାହା ଲେହଠାରୁ ୩୫ କିଲୋମିଟର ଦୂରରେ ଅବସ୍ଥିତ । ଏହା ସମୁଦ୍ର ପତନରୁ ୧୧ ହଜାର ଫୁଟ ଉଚ୍ଚତାରେ ଅବସ୍ଥିତ । ସେଠାକାର ସର୍ବୋଚ୍ଚ ତାପମାତ୍ର ୪୦ ଡିଗ୍ରୀ ସେଲସିୟସ ହୋଇଥିବା ବେଳେ ସର୍ବନିମ୍ନ ତାପମାତ୍ରା ମାଇନସ୍ ୨୯ ଡିଗ୍ରୀ ରହିଥାଏ ।

PM-Narendra-Modi-in-Leh-amid-tensions-

ନିମୁରେ ଗଛ ଲତା ବହୁତ କମ । ଏହା ବୃକ୍ଷଲତା ବୀହିନ ପାହଡ ଦ୍ୱାରା ଘେରି ହୋଇ ରହିଛି । ଶିତଦିନେ ପାହାଡ ବରଫ ଦ୍ୱାରା ଘୋଡେଇ ହୋଇ ରହିଥାଏ । ନିମୁ ଗାଁଠାରୁ ୭.୫ କିମି ଦୁରରେ ମ୍ୟାଗ୍ନେଟିକ୍ ପାହାଡ ରହିଛି । ସେଠାରେ ଗାଡି ମନକୁ ମନ ଉପରକୁ ଚାଲିଥାଏ । ଦେଶବିଦେଶରୁ ବହୁ ପର୍ଯ୍ୟଟକ ଏହି ମ୍ୟାଗ୍ନେଟିକ୍ ହିଲ ଦେଖିବାକୁ ଆସିଥାନ୍ତି ।

nimu magnetic hill

ନିମୁ ଫରୱାର୍ଡ ପୋଷ୍ଟରେ ଅନେକ ବୌଦ୍ଧ ମଠ ରହିଛି । ଏହାଛଡା ସେଠାରେ ସେଓ ବଗିଚା ମଧ୍ୟ ରହିଛି । ଏହି ଅଂଚଳରେ ସିନ୍ଧୁ ଓ ଜଂସ୍କର ନଦୀ ରହିଛି । ରିଭର ରାଫ୍ଟିଙ୍ଗ ପାଇଁ ସେଠାକୁ ପର୍ଯ୍ୟଟକ ଆସିଥାନ୍ତି । ସେଠାକାର ପଥର ସାହିବ ଗୁରୁଦ୍ୱାରା ମଧ୍ୟ ସିଖ ଧର୍ମାବଳମ୍ବୀଙ୍କ ମଧ୍ୟରେ ବେସ ପ୍ରସିଦ୍ଧ

pathar sahib gurudwara

ନିମୁ ସିନ୍ଧୁ ଘାଟି ଓ ଜଂସ୍କାର ଘାଟି ମଧ୍ୟରେ ଅବସ୍ଥିତ ଏକ ସମତଳ ଭୂମି । ୧୯୯୯ ମସିହାରେ ହୋଇଥିବା କାରଗିଲ ଯୁଦ୍ଧ କାଳରେ ନିମୁରେ ଭାରତୀୟ ସେନା ନିଜର ଘାଟି ପ୍ରତିଷ୍ଠା କରିଥିଲା । ଏହି ବେସରୁ ଭାରତୀୟ ସେନା ଉଭୟ ପାକିସ୍ତାନ ଓ ଚୀନ୍ ଦୁଇ ଦେଶର ସେନା ଉପରେ ନଜର ରଖିଥାଏ ।

modi in leh

ଭାରତୀୟ ସେନା ନିମୁରେ ମେଜର ଜେନରାଲ ଆରକେ ଗୌରଙ୍କ ନେତୃତ୍ୱରେ ୨୮ ଡିଭିଜନ ସେନା ବେସ ସ୍ଥାପନା କରିଥିଲା । ୧୯୮୦ ଦଶକରେ ଏଠାରେ ସେନା ବେସ୍ ସ୍ଥାପନ ହୋଇଥିଲା । ଏହାପରେ ଏଠାରେ ସୈନିକଙ୍କ ସଂଖ୍ୟା କମ କରିଦିଆଯାଇଥିଲା । କିନ୍ତୁ କାରଗିଲ ଯୁଦ୍ଧ ପରେ ଏଠାରେ ଅଷ୍ଟମ ଡିଭିଜନ ମୁତ୍ତୟନ କରାଯାଇଥିଲା । ବର୍ତ୍ତମାନ ଲେହ ସେନା ମୁଖ୍ୟାଳୟର ୧୪ତମ କର୍ପସ ଅନ୍ତର୍ଗତରେ ଏଠାରେ ଦୁଇଟି ସେନା ବେସ୍ ରହିଛି । ଗୋଟିଏ ଲେହରେ ଓ ଅନ୍ୟଟି ନିମୁରେ । ଏହି ବେସରୁ ସିଆଚେନ୍ ଅପରେସନ୍ ଚାଲିଥାଏ । ଏହିଠାରୁ ଭାରତୀୟ ସେନା ସିଆଚିନ୍ ଉପରେ ନଜର ରଖିଥାଏ ।

 

Leave a Reply