ଚୀନକୁ ପାନେ ଦେବାକୁ ଭାରତୀୟ ସେନାକୁ ପୂର୍ଣ୍ଣ ସ୍ୱାଧୀନତା

1 min read

ଭାରତ ଏବଂ ଚୀନ୍ ମଧ୍ୟରେ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି । ଗଲବାନରେ ୨୦ ଯବାନ ସହିଦ ହେବା ପରେ ପ୍ରତିଶୋଧର ନିଆଁ ମନ ଭିତରେ ଜଳୁଛି । କେମିତି ଚୀନକୁ ତାର କଲା କର୍ମର ଫଳ ମିଳିବ, ସେନେଇ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠ କରିଛନ୍ତି । ତିନି ବାହିନୀର ମୁଖ୍ୟଙ୍କ ବ୍ୟତୀତ ସିଡିଏସ୍ ବିପିନ ରାୱତ ଏହି ବୈଠକରେ ଯୋଗ ଦେଇଛନ୍ତି ।

ଏହି ବୈଠକରେ LACରେ ସ୍ଥିତି ଏବଂ ସୈନିକ ମାନଙ୍କର ପ୍ରସ୍ତୁତିକୁ ନେଇ ଆଲୋଚନା ହୋଇଛି । ସୂଚନା ଅନୁଯାୟୀ ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ ଭାରତ LACରେ ହେଉଥିବା ଉତ୍ତେଜନାକୁ ପ୍ରୋତ୍ସାହିତ କରେ ନାହିଁ, କିନ୍ତୁ ଯଦି ଅନ୍ୟ ଦେଶ ଏବଂ ଆରଙ୍କବାଦୀ ସେଭଳି କିଛି କାର୍ଯ୍ୟ କରନ୍ତି ତେବେ ସେମାନଙ୍କୁ ଉଚିତ ଜବାବ ଦିଆଯିବ।

 

ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚ ସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କହିବାକୁ ଗଲେ ସେନାଙ୍କୁ ସୀମାରେ ପୁରା ସ୍ୱତନ୍ତ୍ର ଛଡ଼ାଯାଇଛି । ଯଦି କିଛି ଯୁଦ୍ଧକାଳୀନ ପରିସ୍ଥିତି ଦେଖାଯାଏ ତେବେ କାହାର ଅନୁମତିକୁ ଅପେକ୍ଷା ନକରି ସେହି ସମୟରେ ତାର ଉତ୍ତର ଦେବେ ।

ସୀମା ସ୍ଥିତି ଏବଂ ସାମରିକ ପ୍ରସ୍ତୁତି ଉପରେ ସିଡିଏସ୍ ଏବଂ ସମସ୍ତ ତିନି ସେନାର ମୁଖ୍ୟ ଆଲୋଚନା କରିଥିଲେ। ଯେହେତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା ଘୋଷଣା କରିସାରିଛନ୍ତି, ପୁଣିଥରେ ବୈଠକରେ କୁହାଯାଇଛି ଯେ ସେନା ପରିସ୍ଥିତି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ପ୍ରସଙ୍ଗରେ ତିନି ସେନା ମୁଖ୍ୟଙ୍କ ସହ ପୂର୍ବରୁ ଏକ ବୈଠକ କରିସାରିଛନ୍ତି ।

ଲଦାଖରେ ଭାରତ ଏବଂ ଚୀନ୍ ସେନା ମଧ୍ୟରେ ହୋଇଥିବା ହିଂସାକାଣ୍ଡ ପରେ ଜଳ, ସ୍ଥଳ ଏବଂ ବାୟୁସେନା ସମ୍ପୂର୍ଣ୍ଣ ସତର୍କ ରହିଛି । ଏହି ତିନି ବାହିନୀ ଚୀନ ପ୍ରତି ସତର୍କ ରହିବା ପାଇଁ ଜୁନ୍ ୧୮ ରେ ସେନା ପ୍ରତିରକ୍ଷା ମୁଖ୍ୟ (ସିଡିଏସ୍) ଜେନେରାଲ୍ ବିପିନ ରାୱତ ଏବଂ ତିନି ବାହିନୀର ମୁଖ୍ୟଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କୁହାଯାଇଥିଲା  ।

Leave a Reply