ଆକାଶରେ ଆହୁରି ଶକ୍ତିଶାଳୀ ହେବ ଭାରତ, ନଭେମ୍ବରରେ ଆସୁଛି ଆଉ ୪ଟି ରାଫେଲ

1 min read
Indian Air Force To Get 3-4 More Rafale Fighters By First Week November

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାକୁ ମିଳିବାକୁ ଯାଉଛି ଆଉ ୪ଟି ଲଢ଼ୁଆ ଯୁଦ୍ଧ ବିମାନ ରାଫେଲ । ନଭେମ୍ବର ମାସର ପ୍ରଥମ ସପ୍ତାହରେ ଆଉ ୪ଟି ରାଫେଲ ବିମାନ ଅମ୍ବାଲା ପହଞ୍ଚିବ । ଦ୍ୱିତୀୟ ପର୍ଯ୍ୟାୟରେ ଭାରତକୁ ୩ରୁ ୪ଟି ଲଢ଼ୁଆ ରାଫେଲ ଯୁଦ୍ଧ ବିମାନ ଆସିବ । ଏହା ପୂର୍ବରୁ ଗତ ଜୁଲାଇ ୨୯ ତାରିଖରେ ପ୍ରଥମ ପର୍ଯ୍ୟାୟରେ ଭାରତକୁ ରାଫେଲ୍ ବିମାନ ଆସିଥିଲା । ସେପ୍ଟେମ୍ବର ୧୦ରେ ପ୍ରଥମ ପର୍ଯ୍ୟାୟରେ ଆସିଥିବା ରାଫେଲ୍ ବିମାନକୁ ବାୟୁସେନାରେ ବିଧିବଦ୍ଧ ଭାବେ ସାମିଲ୍ କରାଯାଇଥିଲା । ୪ ବର୍ଷ ତଳେ ଭାରତ ଫ୍ରାନ୍ସ ସହ ୫୯ କୋଟି ଟଙ୍କା ବିନିମୟରେ ୩୬ଟି ଲଢ଼ୁଆ ରାଫେଲ୍ କିଣିବାକୁ ଚୁକ୍ତି କରିଥିଲା ।

Indian Air Force To Get 3-4 More Rafale Fighters By First Week November

ମିଳିଥିବା ସୂଚନା ଅନୁସାରେ- ନଭେମ୍ବରରେ ୩ରୁ ୪ଟି ରାଫେଲ ଯୁଦ୍ଧ ବିମାନ ଭାରତକୁ ମିଳିବ । ଏହି ସବୁ ବିମାନ ନଭେମ୍ବର ପ୍ରଥମ ସପ୍ତାହରେ ଫ୍ରାନ୍ସରୁ ଉଡ଼ାଣ ଭରି ଭାରତ ପହଞ୍ଚିବ । ଆସୁଥିବା ନୂଆ ୪ଟି ବିମାନ ଭାରତ ପହଞ୍ଚିବା ପରେ ବାୟୁସେନାରେ ରାଫେଲ୍ ସଂଖ୍ୟା ୯କୁ ବୃଦ୍ଧି ପାଇବ । ଜୁଲାଇରେ ଭାରତକୁ ମିଳିଥିବା ୫ଟି ରାଫେଲକୁ ଅମ୍ବାଲା ଏୟାରଫୋର୍ସ ଷ୍ଟେସନରେ ମୁତୟନ କରାଯାଇଛି । ରାଫେଲ୍ ଯୁଦ୍ଧ ବିମାନ ଉଡ଼ାଣ ଦାୟିତ୍ୱ ବାୟୁସେନାର ୧୭ ଗୋଲ୍ଡେନ ଏରୋ ସ୍କ୍ୱାଇନକୁ ଦିଆଯାଇଛି ।

Indian Air Force To Get 3-4 More Rafale Fighters By First Week November

ଲଦାଖରେ ଚୀନ ସହ ଉତ୍ତେଜନା ଭିତରେ ରାଫେଲ୍ ଲଗାତାର ବାସ୍ତବିକ ନିୟନ୍ତ୍ରଣ ରେଖାରେ ଡ୍ରାଗନ ସେନାର କାର୍ଯ୍ୟକଳାପ ଉପରେ ନଜର ରଖିଛି । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବିଶିଷ୍ଟ ଲଢ଼ୁଆ ଯୁଦ୍ଧ ବିମାନ ରାଫେଲ୍ ଏଲଏସିରେ ଚୀନକୁ ଚକମା ଦେଇଚାଲିଛି ।

Indian Air Force To Get 3-4 More Rafale Fighters By First Week November

ଫ୍ରାନ୍ସରୁ ଦ୍ୱିତୀୟ ପର୍ଯ୍ୟାୟ ରାଫେଲ ବିମାନ ଆସିବା ପରେ ପଶ୍ଚିମବଙ୍ଗର କଲଇକୁଣ୍ଡା ଏୟାରଫୋର୍ସ ଷ୍ଟେସନରେ ମୁତୟନ କରାଯିବ । ଚୀନ୍ ସହ ଲାଗିଥିବା ପୂର୍ବ ସୀମାର ସୁରକ୍ଷା ପାଇଁ ୪.୫ ଫୋର୍ଥ ଜେନରେସନର ଏହି ଯୁଦ୍ଧ ବିମାନ ପଶ୍ଚିମବଙ୍ଗରେ ମୁତୟନ ହେବ ।

Indian Air Force To Get 3-4 More Rafale Fighters By First Week November

ସୂଚନାଯୋଗ୍ୟ, ପ୍ରାୟ ୫୮ ହଜାର କୋଟି ଟଙ୍କା ବିନିମୟରେ ଫ୍ରାନ୍ସ ୩୬ଟି ରାଫେଲ ଯୁଦ୍ଧ ବିମାନ ଭାରତକୁ ଦେବାକୁ ଚୁକ୍ତି ହୋଇଛି । ୨୦୨୧ ସୁଦ୍ଧା ସମସ୍ତ ରାଫେଲ ଭାରତକୁ ମିଳିବା ନେଇ ଆଶା କରାଯାଉଛି । ଚୁକ୍ତି ହୋଇଥିବା ୩୬ଟି ରାଫେଲ୍ ମଧ୍ୟରୁ ଚଳିତବର୍ଷ ଶେଷ ସୁଦ୍ଧା ୧୦ଟି ରାଫେଲ୍ ମିଳିଯିବ ।

Indian Air Force To Get 3-4 More Rafale Fighters By First Week November

ରାଫେଲର ବିଶେଷତ୍ୱ ହେଉଛି- ଏହା ଶତ୍ରୁ ଦେଶର ସୀମାରେ ପ୍ରବେଶ ନକରି ଚୀନ ଓ ପାକିସ୍ତାନର ୬୦୦ କିଲୋମିଟର ଦୂରତାକୁ ଟାର୍ଗେଟ୍ କରିପାରିବ । ଏତେ ଦୂରରୁ ନିମିଷକେ ସବୁକିଛି ଧ୍ୱଂସ କରିପାରିବ ରାଫେଲ । ସ୍ଥଳଭାଗକୁ ନଆସି ରାଫେଲରେ ଆକାଶ ମାର୍ଗରେ ହିଁ ଇନ୍ଧନ ଭରାଯାଇ ପାରିବ । ଏୟାର ଷ୍ଟ୍ରାଇକ୍ ପାଇଁ ରାଫେଲକୁ ଜବଦରସ୍ତ କୁହାଯାଉଛି ।

Leave a Reply