ନାଲି ପାଣିର କମାଲ: ମଦ ନିଶାରେ ଡ୍ୟାମ୍ ଭିତରକୁ ଡେଇଁଥିଲେ, ୧୪ ଘଣ୍ଟା ପରେ ବୟୁସେନା କଲା ଉଦ୍ଧାର

ବିଳାଶପୁର: ନାଲି ପାଣି ପେଟରେ ପଡିଲେ କେତେ କମାଲ ଦେଖାଏ ତା’ର ଉଦାହରଣ ଛଡିଶଗଡରେ ଦେଖିବାକୁ ମିଳିଛି ।  ସୋମବାର ଛତିଶଗଡର ବିଲାସପୁର ନିକଟରେ ବାୟୁସେନା ହେଲିକପ୍ଟର ସାହାଯ୍ୟରେ ଏମିତି ଜଣେ ଯୁବକଙ୍କୁ  ଉଦ୍ଧାର କରାଯାଇଛି ଯିଏ ରବିବାର ଦିନ ମଦ ପିଇ ଗୋଟିଏ ଡ୍ୟାମ ଭିତରକୁ ଡେଇଁ ପଡିଥିଲା । ନଇପାଣିରେ ଭାସି ନିଶା ଖସିବା ପରେ ବଂଚିବା ପାଇଁ ଯୁବକ ଜଣକ ଗଛକୁ ଆଶ୍ରା କରିଥିଲେ । ୧୪ ଘଣ୍ଟା ଧରି ଗଛରେ ଲଟକି ରହିବା ପରେ ଏହି ମଦ୍ୟପଙ୍କୁ ବାୟୁସେନାର ହେଲିକପ୍ଟର ଉଦ୍ଧାର କରିଛି ।

ବିଲାସପୁର ରେଞ୍ଜର ଆଇଜି ଦୀପାଂସୁ କାବରା କହିଛନ୍ତି ଯେ, ଜିତେନ୍ଦ୍ର କାଶ୍ୟପ ନାମକ ଜଣେ ବ୍ୟକ୍ତି ରବିବାର ଠାରୁ ଏକ ଛୋଟ ଗଛରେ ଲାଗି ରହିଥିଲେ । ଯୁବକ ଜଣକ ମଦ ନିଶାରେ ରବିବାର ଦିନ ଖୁଣ୍ଟାଘାଟ ଡ୍ୟାମର ୱେଷ୍ଟବିୟରକୁ ଡେଇଁ ପଡ଼ିଥିଲେ  । ଠିକ୍ ସେତିକି ବେଳେ ହଠାତ୍  ପାଣିର ସ୍ତର ବଢିଯାଇଥିଲା ।  ତାଙ୍କର ଏଭଳି ଅବସ୍ଥାକୁ ଦେଖିବାକୁ ଲୋକ ଜମା ହୋଇଯାଇଥିଲେ । ରାତିର ଅନ୍ଧକାରରେ ଯୁବକକୁ ଉଦ୍ଧାର କରିବାର ପ୍ରୟାସ ସେମିତି ଚାଲିଥିଲା । କିନ୍ତୁ ଅନ୍ଧକାର ଯୋଗୁଁ ଉଦ୍ଧାର କାର୍ଯ୍ୟରେ ଅସୁବିଧା ହୋଇଥିଲା।
୧୪ ଘଣ୍ଟାରୁ ଅଧିକ ସମୟ ଧରି ଯୁବକ ଜଣକ ଗଛ ସାହାଯ୍ୟରେ ପ୍ରଖର ସ୍ରୋତରେ କିଭଳି ଅଟକି ରହିଲା ତାହା  ଆଶ୍ଚର୍ଯ୍ୟ ଜନକ ବିଷୟ । ପୋଲିସ ସୂଚନା ଅନୁସାରେ, ରବିବାର ସନ୍ଧ୍ୟାରେ ଜିତେନ୍ଦ୍ର ମଦ୍ୟପାନ କରିଥିବାରୁ ଖୁଣ୍ଟାଘାଟ ଡ୍ୟାମର ୱେଷ୍ଟବିୟରକୁ ଡେଇଁ ପଡ଼ିଥିଲେ । ଏହାପରେ ସେ ପ୍ରଖର ସ୍ରୋତରେ ପ୍ରଥମେ ପଥର ପାଖରୁ ଖସି ଗଛରେ ଅଟକି ରହିଥିଲେ ।

ଗଛରେ ବସିଥିବା ଯୁବକ ଠାରରେ ଉଦ୍ଧାର ପାଇଁ ନିବେଦନ କରିଥିଲେ । ରାତିସାରା ଅନ୍ୟ ଲୋକଙ୍କ ସହ ପୋଲିସ ସେଠାରେ ଉପସ୍ଥିତ ଥିଲେ । ଏ ବାବଦରେ ବାୟୁସେନା ଅଧିକାରୀଙ୍କ ସହାୟତା ଲୋଡ଼ା ଯାଇଥିଲା  । ଫଳରେ ସୋମବାର ସକାଳେ ଯୁବକଟିକୁ ହେଲିକପ୍ଟର ଯୋଗେ ଉଦ୍ଧାର କରାଯାଇଥିଲା ।

Leave a Reply