ସିରିଜ୍ ଶେଷ ପୂର୍ବରୁ ଟି-ଟ୍ୱେଣ୍ଟି ସିରିଜ୍ ଜିତିଲା ଭାରତ

1 min read

ହାମିଲଟନ: ସୁପର ଓଭରରେ ଭାରତର ସୁପର ୱିନ୍ । ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି-ଟ୍ୱେଣ୍ଟିରେ ଭାରତ ସୁନ୍ଦର ପ୍ରଦର୍ଶନ କରି ମ୍ୟାଚ୍‌ ଜିତିବା ସହ ସିରିମ ହାତେଇଛି । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୧୭୯ ରନ୍‌ କରିଥିଲା । ଘରୋଇ ଟିମ୍‌ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ଓଭରରେ ୬ ୱିକେଟ ହରାଇ ୧୭୯ ରନ କରିଥିଲା । ଫଳରେ ମ୍ୟାଚ୍‌ ଟାଇ ହୋଇଥିଲା ।ସୁପର ଓଭରରେ ଘରୋଇ ଦଳ ଗୋଟିଏ ଛକା ଓ ୨ଟି ଚୌକା ମାରି ୧୭ ରନ୍‌ କରିଥିଲା । ଭାରତ ୨୦ ରନ୍‌ କରି ମ୍ୟାଚକୁ ଜିତି ନେଇଛି । ସୁପର ଓଭରରେ ରୋହିତ ଶର୍ମା ଲଗାତାର ୨ଟି ଛକା ମାରି ହାମିଲଟନରେ ବିଜୟ ଭେଟି ଦେଇଛନ୍ତି ।ଏଥିସହ ୫ ମ୍ୟାଚ୍‌ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜକୁ ଭାରତ ଆଗୁଆ ୩-୦ରେ ଜିତି ନେଇଛି । ଏଥିସହ ଘରୋଇ ଟିମକୁ ପରାଜିତ କରି ନୂଆ ରେକର୍ଡ କରିଛି ଭାରତ । ପ୍ରଥମଥର ପାଇଁ ନ୍ୟୁଜିଲାଣ୍ଡରେ ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟି ସିରିଜକୁ ହାତେଇଛି ।

Leave a Reply