ଫିକା ପଡ଼ିଯିବ ବାରବାଟୀ ଦିନିକିଆ ! ୱେଷ୍ଟଇଣ୍ଡିଜ୍ ଦଳ ସହ କଟକ ଆସିବେ ନାହିଁ ଏହି ୩ ଷ୍ଟାର୍ ଖେଳାଳି

1 min read

ଭୁବନେଶ୍ୱର: ଭାରତ ଟୁର୍ ପାଇଁ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଦଳ ଗତକାଲି ଘୋଷିତ ହୋଇଛି । ଭାରତ ଗସ୍ତରେ ୱେଷ୍ଟଇଣ୍ଡିଜ୍ ଟିମ୍‌ ତିନୋଟି ଟି-ଟ୍ୱେଣ୍ଟି ଓ ତିନୋଟି ଦିନିକିଆ ମ୍ୟାଚ୍ ଖେଳିବ।

ଏହି ଦୁଇଟି ଫର୍ମାଟର୍ ସିରିଜ ପାଇଁ ୱେଷ୍ଟ ଇଣ୍ଡିଜ୍ ଦଳର ଅଧିନାୟକ ଭାବେ ବିସ୍ଫୋରକ ବ୍ୟାଟ୍ସମ୍ୟାନ କିରନ ପୋଲାର୍ଡଙ୍କୁ ଦାୟିତ୍ୱ ମିଳିଛି । ହେଲେ ସବୁଠୁ ଆଶ୍ଚର୍ଯ୍ୟ କରିଛି ୱେଷ୍ଟଇଣ୍ଡିଜର ସବୁଠୁ ବିଧ୍ୱଂସକାରୀ ବ୍ୟାଟ୍ସମ୍ୟାନ୍‌ ରସେଲ ଓ ଅଲରାଉଣ୍ଡର ବ୍ରାଭୋଙ୍କୁ ଦଳରେ ସ୍ଥାନ ମିଳିନାହିଁ । ଏହାସହ କ୍ରିସ୍ ଗେଲ ମଧ୍ୟ ଏହି ସିରିଜରେ ସାମିଲ ନ ହେବେ ବୋଲି ପୂର୍ବରୁ ନିଜ ତରଫରୁ ମନା କରିଦେଇଥିଲେ।

ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତ ପ୍ରଥମେ ୩ଟି ଟି-ଟ୍ୱେଣ୍ଟି ଓ ପରେ ଦିନିକିଆ ସିରଜ ଖେଳିବ । ଦିନିକିଆ ସରିଜର ଶେଷ ମ୍ୟାଚ୍ ଡିସେମ୍ବର ୨୨ ତାରିଖରେ କଟକ ବାରବାଟୀରେ ହେବାକୁ ଯାଉଛି । ଯେଉଁମ୍ୟାଚ୍‌ ଦେଖିବାକୁ ଓଡ଼ିଆ ଦର୍ଶକ ଦୀର୍ଘ ଦିନ ଧରି ଅନାଇ ବସିଛନ୍ତି ।

ହେଲେ ଏହି ମ୍ୟାଚରେ ଗେଲ୍, ରସେଲ ଓ ବ୍ରାଭୋଙ୍କୁ ଦେଖିବାକୁ ମିଳିବନି । ଯାହା ଏବେ ଓଡ଼ିଶା ଦର୍ଶକଙ୍କୁ ସାମନ୍ୟ ନିରାଶ କରିଛି ବୋଲି କୁହାଯାଉଛି । ଅନେକ କ୍ରିକେଟ୍ ପ୍ରେମୀ ଗେଲ୍ ଓ ରସେଲଙ୍କୁ ଅତି ନିକଟରୁ ଦେଖିବାକୁ ଇଚ୍ଛା ପ୍ରକାଶ କରିଥିଲେ, ଯାହା ହୁଏତ ଏହି ସିରିଜରେ ସମ୍ଭବ ହୋଇ ପାରିବ ନାହିଁ ।

Leave a Reply