ଭାରତ-ଶ୍ରୀଲଙ୍କା ମଧ୍ୟରେ ୩ ଟିକିଆ ଟି-ଟ୍ୱେଣ୍ଟି, ଆଜି ଖେଳାଯିବ ପ୍ରଥମ ମ୍ୟାଚ୍

1 min read

ଗୁଆହାଟି: ଆଜି ଭାରତ ଶ୍ରୀଲଙ୍କା ପ୍ରଥମ ଟି-୨୦ ମ୍ୟାଚ । ୨୦୨୦ ବର୍ଷର ପ୍ରଥମ ଟି-୨୦ ମ୍ୟାଚ ଜିତିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ ଟିମ ଇଣ୍ଡିଆ । ଆସାମର ଗୁଆହାଟିରେ ଥିବା ବରସାପରା ଷ୍ଟାଡିୟମରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ ।ଆହତରୁ ଦଳକୁ କମବ୍ୟାକ କରିଛନ୍ତି ଦ୍ରୁତ ବୋଲର ଯଶପ୍ରୀତ ବୁମରା ଏବଂ ଓପନର ଶିଖର ଧୱନ । ତେବେ ଆଜିର ମ୍ୟାଚରେ ରୋହିତ ଶର୍ମା ଖେଳୁନଥିବାରୁ ଧୱନ ଇନିଂସ ଓପନ କରିପାରନ୍ତି । ସେପଟେ ଆହତ କାରଣରୁ ଭୁବନେଶ୍ୱର କୁମାର ଓ ଦୀପକ ଚହର ଦଳରୁ ବାଦ୍ ପଡ଼ିଛନ୍ତି ।ସେହିପରି ମହମଦ ସାମିଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇଛି । ଅନ୍ୟପକ୍ଷେ ଶ୍ରୀଲଙ୍କା ବିଜୟରୁ ତାର ୨୦୨୦ ଟି-୨୦ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି । ସେହିପରି ଲସିତ ମାଲିଙ୍ଗାଙ୍କ ସହ ଆଞ୍ଜେଲା ମାଥ୍ୟୁସଙ୍କ ଭଳି ବରିଷ୍ଠ ଖେଳାଳି ଥିବାରୁ ଦଳ ଭଲ ପ୍ରଦର୍ଶନ ନେଇ ଆଶାବାଦୀ ରହିଛି ।

ବାରବାଟୀରେ ବିରାଟ୍‌ ବାହିନୀର ସୁପର ସୋ’, ୨-୧ରେ ସିରିଜ୍‌ କବ୍‌ଜା

Leave a Reply