ଭାରତର ଚମତ୍କାର ପ୍ରତ୍ୟାବର୍ତ୍ତନ, ଅଶ୍ୱିନୀଙ୍କ ଶତକ ପରେ ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ

Ravi-Ashwin-and-Virat-Kohli

ଚେନ୍ନାଇ: ଚେନ୍ନାଇ ଟେଷ୍ଟରେ ବିଜୟପଥରେ ଭାରତୀୟ ଦଳ । ଦ୍ୱିତୀୟ ଇନିଂସରେ ତିନି ଓ୍ୱିକେଟ୍ ହରାଇ ବ୍ୟାକ୍‌ଫୁଟ୍‌ରେ ଟିମ୍ ଇଂଲଣ୍ଡ । ଭାରତ ଦ୍ୱିତୀୟ ଇନିଂସରେ ସମସ୍ତ ଓ୍ୱିକେଟ୍ ହରାଇ ୨୮୬ ରନ୍ ସଂଗ୍ରହ କରିବାରେ ସଫଳ ହୋଇଥିଲା । ଦଳ ପକ୍ଷରୁ ଅଲରାଉଣ୍ଡର ରବିଚନ୍ଦ୍ରନ୍ ଅଶ୍ୱିନୀ ସର୍ବାଧିକ ୧୦୬ ରନ୍ କରି ଦଳକୁ ମଜବୁତ କରିଥିଲେ ।ସେହିଭଳି ଅଧିନାୟକ ବିରାଟ କୋହଲି ୬୨ ରନ୍, ରୋହିତ ଶର୍ମା ୨୬ ରନ୍, ରିସଭ ପନ୍ଥ ୮ ରନ୍, ଆଜିଙ୍କ୍ୟ ରାହାଣେ ୧୦ ରନ୍ ଓ ଅକ୍ସର ପଟେଲ୍ ୭ ରନ୍ କରି ଆଉଟ୍ ହୋଇଥିଲେ ।

ଭ୍ରମଣକାରୀ ଦଳ ଦ୍ୱିତୀୟ ଇନିଂସରେ ତିନୋଟି ଓ୍ୱିକେଟ୍ ହରାଇ ୫୩ ରନ୍ ସଂଗ୍ରହ କରିଛି । ରୋରି ବନସ୍ ୨୫ ରନ୍, ଡୋମନିକ୍ ସିବଲେ ୩ ରନ୍ ଓ ଜ୍ୟାକ୍ ଲିଚେ କୌଣସି ରନ୍ ନ କରି ଆଉଟ୍ ହୋଇଥିଲେ । ଅଶ୍ୱିନୀ ଗୋଟିଏ ଓ୍ୱିକେଟ୍ ନେଇଥିବାବେଳେ ଅକ୍ସର ପଟେଲ୍ ଦୁଇଟ ଓ୍ୱିକେଟ୍ ନେବାରେ ସକ୍ଷମ ହୋଇଛନ୍ତି । ମ୍ୟାଚର ତୃତୀୟ ଦିନ ଖେଳ ସରିଥିବା ବେଳେ ଭାରତ ୪୨୯ ରନ୍‌ରେ ଆଗୁଆ ରହିଛି । ବାକି ଦୁଇ ଦିନରେ ଭାରତ ଅନ୍ୟ ଓ୍ୱିକେଟ୍ ଗୁଡିକ ନେଇ ମ୍ୟାଚ୍ ଜିତିବା ପାଇଁ ଲକ୍ଷ୍ୟ ରଖିଛି ।

ତେବେ ଏହି ମ୍ୟାଚ୍‌ର ପ୍ରଥମ ଇନିଂସରେ ରୋହିତ ଶର୍ମା ଧୁଆଁଧାର ଶତକ ମାରି ଦଳକୁ ମଜଭୁତ ସ୍ଥିତିକୁ ଆଣିଥିଲେ । ରୋହିତ ଶର୍ମା ଏକାକି ୨୩୧ ବଲ୍‌ ଖେଳି ସର୍ବାଧିକ ୧୬୧ ରନ୍‌ କରିଥିଲେ । ଦ୍ୱିତୀୟ ସର୍ବାଧିକ ରାହାଣେ ୬୭, ପନ୍ତ ୫୮, ପୂଜାରା ୨୧, ଅଶ୍ୱିନୀ ୧୩ ଓ ସିରାଜ ୪ ରନ୍‌ କରି ପ୍ୟାଭିଲିୟନ ଫେରିଥିଲେ । ପ୍ରଥମ ଇନିଂସରେ ଭାରତର ୪ ଜଣ ବ୍ୟାଟ୍‌ସ ମ୍ୟାନ୍‌ ବିନା କୌଣସି ରନ୍‌ କରି ପ୍ୟାଭିଲିୟନ ଫେରିଥିଲେ ।

Leave a Reply