ଅଷ୍ଟ୍ରେଲିଆକୁ ବଡ଼ ଝଟ୍‌କା, ଟିମ୍‌ରୁ ଓପନର୍ ଡେଭିଡ୍ ୱାର୍ଣ୍ଣର ଆଉଟ୍‌

1 min read
Australia Cricket

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆୟୋଜକ ଅଷ୍ଟ୍ରେଲିଆ ୨-୦ରେ ଅଗ୍ରଣୀ ହାସଲ କରିସାରିଛି । ହେଲେ ଏହାମଧ୍ୟରେ ଅଷ୍ଟ୍ରେଲିଆକୁ ଏକ ବଡ଼ ଝଟ୍‌କା ଲାଗିଛି । ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆର ଓପନର୍ ଡେଭିଡ୍ ୱାର୍ଣ୍ଣର ଫିଲ୍ଡିଂ ସମୟରେ ଆହତ ହୋଇଛନ୍ତି । ଫଳରେ ସେ ତୃତୀୟ ଦିନିକିଆ ଓ ଟି-୨୦ ସିରିଜ୍‌ରୁ ମଧ୍ୟ ବାଦ୍‌ ପଡ଼ିଛନ୍ତି । ତେବେ ବଡ଼ ଖବର ହେଲା ଅଷ୍ଟ୍ରେଲିଆ ଦଳ ଓ୍ୱାର୍ଣ୍ଣରଙ୍କ ସ୍ଥାନରେ ଆଉ ଜଣେ ଧୁଆଁଧାର୍‌ ବ୍ୟାଟ୍ସମ୍ୟାନ୍‌ଙ୍କୁ ଏଣ୍ଟ୍ରି ଦେଇଛି ।

Australia Cricket

ଡିସେମ୍ବର ୪ରୁ କେନବରାରେ ଆରମ୍ଭ ହେବାକୁ ଥିବା ଟି-୨୦ ସିରିଜ୍ ପାଇଁ ଡାର୍ସି ସର୍ଟଙ୍କୁ ଦଳରେ ସାମିଲ କରାଯାଇଛି । ବାମହାତୀ ଡାର୍ସି ସର୍ଟ ନିଜର ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା । ଅଷ୍ଟ୍ରେଲିଆ ପାଇଁ ସେ ୨୦ଟି ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳିଥିବା ବେଳେ ୩୨.୮୮ ହାରରେ ୫୯୮ ରନ୍ କରିଛନ୍ତି ।

Australia Cricket

ସୂଚନାଯୋଗ୍ୟ, ଡାର୍ସି ସର୍ଟ ୨୦୧୮ରେ ବିସ୍ଫୋରକ ଇନିଂସ ଖେଳି ଅଷ୍ଟ୍ରେଲିଆର ସମସ୍ତ ରେକର୍ଡ ଭାଙ୍ଗିଥିଲେ । ସେ ୱେଷ୍ଟର୍ଣ୍ଣ ୱାରିୟର୍ସ ପାଇଁ କୁଇନ୍ସଲ୍ୟାଣ୍ଡ ବିପକ୍ଷରେ ମାତ୍ର ୧୪୮ ବଲରେ ୨୫୭ ରନ୍‌ର ବଡ଼ ଇନିଂସ ଖେଳିଥିଲେ । ଡାର୍ସି ସେହି ମ୍ୟାଚ୍‌ରେ ୨୪ଟି ଛକା ମାରିଥିଲେ ।  ଯାହା ସମସ୍ତଙ୍କୁ ଚକିତ କରିଥିଲା । ଅଷ୍ଟ୍ରେଲିଆ କ୍ରିକେଟ୍‌ର ତାଲିକା ଏ’, ଇତିହାସରେ ଏହା ହେଉଛି ସବୁଠାରୁ ବଡ ଇନିଂସ ।

Australia Cricket

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍ ଡିସେମ୍ବର ୪ରେ ଆରମ୍ଭ ହେବାକୁ ଥିବା ବେଳେ ଦ୍ୱିତୀୟ ଏବଂ ତୃତୀୟ ମ୍ୟାଚ୍‌ ଡିସେମ୍ବର ୬ ଏବଂ ୮ରେ ଖେଳାଯିବ ।

Leave a Reply