କୋଡିଏ ବର୍ଷରେ ଭାରତ ହେବ ଶ୍ରେଷ୍ଠ, ଅର୍ଥନୀତିରେ ଆଣିବ ବୈପ୍ଲବିକ ପରିବର୍ତ୍ତନ

ନୂଆଦିଲ୍ଲୀ: ଆଗାମୀ ୨୦ ବର୍ଷରେ ଭାରତ ଅର୍ଥନୀତି ଦିଗରେ ଆଣିବ ବୈପ୍ଲବିକ ପରିବର୍ତ୍ତନ । ବିଶ୍ୱ ଅର୍ଥନୀତିର ଶ୍ରେଷ୍ଠ ଦେଶରେ ହେବ ପରିଗଣିତ । ତିନି ନମ୍ବର ସ୍ଥାନରେ ଦେଶ ପାଦ ରଖିବ ବୋଲି କହିଛନ୍ତି ରିଲିଆନ୍ସ ଇଣ୍ଡଷ୍ଟ୍ରିଜ୍ ମୁଖ୍ୟ ମୁକେଶ ଅମ୍ବାନୀ । ଫେସବୁକ ମୁଖ୍ୟ ମାର୍କ ଜୁକରବର୍ଗଙ୍କ ସହ ଏକ ବୈଠକରେ ଯୋଗଦେବା ଅବସରରେ ଏଭଳି ଦୃଢୋକ୍ତି ପ୍ରକାଶ କରିଛନ୍ତି ଅମ୍ବାନୀ ।

ସେହିପରି ଫେସବୁକ ଫାଉଣ୍ଡର ଜୁକରବର୍ଗ କହିଛନ୍ତି, ଭାରତ ଉପରେ ମୋର ପୂର୍ଣ୍ଣ ଭରସା ରହିଛି । ସେଥିପାଇଁ ତ, ଦେଶରେ ନିବେଶ କରିଛି ଫେସବୁକ । ଭାରତରେ ହ୍ୱାଟସଅପର କୋଟି କୋଟି ସବଷ୍କ୍ରାଇବର ରହିଛନ୍ତି, ଫେସବୁକର ମଧ୍ୟ ସମାନ ସଂଖ୍ୟକ ସବଷ୍କ୍ରାଇବର । ଆଗାମୀ ଦିନରେ ଉଭୟ କମ୍ପାନୀ ମିଳିତ ଭାବେ ବିଶ୍ୱରେ ଶ୍ରେଷ୍ଠ କମ୍ପାନୀ ତାଲିକାରେ ପ୍ରତିପାଦିତ ହେବେ ବୋଲି କହିଛନ୍ତି ରିଲିଆନ୍ସ ମୁଖ୍ୟ ।

ଜିଓ ମାର୍ଟ ରିଟେଲ ବଜାରରେ ପ୍ରବେଶ କଲେ ଅନେକ ସହର ଏବଂ ଗ୍ରାମୀଣ ଅଞ୍ଚଳର ଛୋଟ ଦୋକାନୀ ଗୁଡିକ ସହ ଜଡିତ ହେବୁ । ଯଦ୍ୱାରା ଲକ୍ଷାଧିକ ନିଯୁକ୍ତି ସୁଯୋଗ ଦେଶରେ ସୃଷ୍ଟି ହୋଇପାରିବ । ସେହିପରି ଜିଓ ଦେଶର ସମସ୍ତ ବିଦ୍ୟାଳୟ, ସ୍ୱାସ୍ଥ୍ୟ କ୍ଷେତ୍ର ଏବଂ ସବୁ ସେକ୍ଟର ସହ ଯୋଡି ହେବ ବୋଲି କାର୍ଯ୍ୟକ୍ରମରେ ମତ ପ୍ରକାଶ କରିଛନ୍ତି ରିଲିଆନ୍ସ ଇଣ୍ଡଷ୍ଟ୍ରିଜ୍ ମୁଖ୍ୟ ମୁକେଶ ଅମ୍ବାନୀ ।

Leave a Reply