ତେଜସରେ ଲାଗିବ ଅସ୍ତ୍ର: ଚୀନ ଓ ପାକିସ୍ତାନ ଯୁଦ୍ଧ ବିମାନକୁ ମାଟିରେ ମିଶାଇବ

1 min read

ଭୁବନେଶ୍ୱର : ବାୟୁସେନାକୁ ଆହୁରି ଶକ୍ତିଶାଳୀ କରିବାକୁ ପ୍ରସ୍ତୁତ ହେଉଛି ଡିଆରଡିଓ । କାରଣ ଭାରତୀୟ ବାୟୁସେନାରେ ସାମିଲ ହେବାକୁ ଯାଉଛି  ‘ଅସ୍ତ୍ର ମାର୍କ-୨   । ଏହାଦ୍ୱାରା ବାୟୁସେନା ଭାରତ ସୀମାରେ ରହି ଚୀନ ବା ପାକିସ୍ତାନ ପରି ଶତ୍ରୁ ପକ୍ଷରୁ ଯୁଦ୍ଧ ବିମାନକୁ ଅବିଳମ୍ବେ ଧ୍ବଂସ କରିପାରିବ । ଖାଲି ସେତିକି ନୁହେଁ ଶବ୍ଦଠାରୁ ୪ଗୁଣା ଅଧିକ ଦ୍ରୁତ ଗତିରେ ଭାରତୀୟ ବାୟୁସେନା ଆକାଶ ମାର୍ଗରେ ରହି ଆକାଶ ମାର୍ଗକୁ ନିକ୍ଷେପ କରିପାରିବ କ୍ଷେପଣାସ୍ତ୍ର। ଏହି କ୍ଷେପଣାସ୍ତ୍ର ୨୦୨୨ ସୁଦ୍ଧା ବାୟୁସେନାରେ ସାମିଲ୍ କରିବା ଲାଗି ପ୍ରସ୍ତୁତି ଚାଲିଥିବା ସୂଚନା ମିଳିଛି। ପଢ଼ନ୍ତୁ ସମ୍ପୂଣ୍ଣ ରିପୋର୍ଟ….

ଫେବୃୟାରୀ ୨୬, ୨୦୧୯। ଭାରତୀୟ ପ୍ରତିରକ୍ଷା ଇତିହାସ ପାଇଁ ଏକ ଗୌରବମୟ ଦିନ। ଏହିଦିନ ପାକିସ୍ତାନର ବାଲାକୋଟରେ ଭାରତକୁ ବିପଦ ଥିବା ଆତଙ୍କବାଦୀଙ୍କ ଶିବିରକୁ ନଷ୍ଟ କରିଥିଲା ଆମ ବାୟୁସେନା। କେହି ତାହାର ଟେର ପାଇ ନଥିଲେ। ଆଉ ଯେତେବେଳେ ସବୁ ଅପରେସନ୍ ସରିଗଲା, ଆମ ଆକାଶବାହିନୀର ପିଛା କରିଥିଲା ପାକିସ୍ତାନର ଯୁଦ୍ଧ ବିମାନ। କିନ୍ତୁ ତାକୁ ସୀମା ପହଞ୍ଚୁ ପହଞ୍ଚୁ ମାଟି କାମୁଡ଼ାଇଥିଲା ଭାରତର ନିଜସ୍ବ ଜ୍ଞାନ କୌଶଳ ଓ ପ୍ରତିରକ୍ଷା ବ୍ୟବସ୍ଥା। ଆଉ କିଛିଦିନ ପରେ ଏହି ଦିନକୁ ଦି’ବର୍ଷ ପୂରିବ। ହେଲେ ସେ ଶୌର୍ଯ୍ୟକୁ ଅବିସ୍ମରଣୀୟ କରିବା ପାଇଁ ବାୟୁସେନାର କାନ୍ଧରେ ଆଉ ଏକ ତାରା ଚମକାଇବାକୁ ଭାରତର ପ୍ରତିରକ୍ଷା ଗବେଷଣା ସଂଗଠନ ଘୋଷଣା କରିଛି।

ଏହି କ୍ରମରେ ଖାଲି ପାକିସ୍ତାନ ନୁହେଁ ଚୀନର ଆକାଶରେ ଶତ୍ରୁ ପକ୍ଷର ଆଶଙ୍କିତ ବିମାନକୁ ଶବ୍ଦର ବେଗଠାରୁ ଅଢ଼େଇଗୁଣ ଅଧିକ ବେଗରେ ଧ୍ବଂସ କରିବାକୁ ପ୍ରସ୍ତୁତ କରୁଛି ‘ଅସ୍ତ୍ର’। ନିଜସ୍ବ ବିମାନ ତେଜସରେ ଏହା ଗୁନ୍ଥାଯିବ। ଅର୍ଥାତ୍ ସମ୍ପୂଣ୍ଣ ସ୍ବଦେଶୀ ଜ୍ଞାନ କୌଶଳରେ ଶତ୍ରୁ ପକ୍ଷର ବିମାନକୁ ମାଟିରେ ଗଡ଼ାଇବ ଭାରତ। ଏହି ଯୁଦ୍ଧ ବିମାନର ନାଁ ହେଉଛି ‘ଅସ୍ତ୍ର ମାର୍କ-୨ ’। ଭାରତୀୟ ବିଜ୍ଞାନୀଙ୍କ ଦ୍ବାରା ଭାରତୀୟ ମାଟିରେ ନିର୍ମିତ ଏହି ବିମାନର ପ୍ରଥମ ସଂସ୍କରଣ ଏବେ ବାୟୁସେନାରେ ବ୍ୟବହାର ହେବା ପାଇଁ ସବୁ ପ୍ରସ୍ତୁତି ସରିଛି। ଋଷ୍ ନିର୍ମିତ ସୁଖୋଇ-୩୦ MKI ବିମାନରେ ଏହି ଯୁଦ୍ଧାସ୍ତ୍ର ବା କ୍ଷେପଣାସ୍ତ୍ରକୁ ଖଞ୍ଜାଯାଇ ସମସ୍ତ ପରୀକ୍ଷଣ ସରିଛି। ଏହା ଆକାଶମାର୍ଗରୁ ଆକାଶ ମାର୍ଗକୁ ନିକ୍ଷେପ କରି ଶତ୍ରୁ ପକ୍ଷରୁ ବିମାନକୁ ଧରାଶାୟୀ କରିବାରେ ସକ୍ଷମ ହେଉଛି। ଭାରତୀୟ ବାୟୁସେନା DRDO ଠାରୁ ୨୮୮ଟି ଅସ୍ତ୍ର ମାର୍କ କ୍ଷେପଣାସ୍ତ୍ର ନେବାକୁ ଅନୁରୋଧ କରିଛି।

ଅସ୍ତ୍ର ମାର୍କ-୨ ହେଉଛି ବିୟଣ୍ଡ ଭିଜୁଆଲ୍ ରେଞ୍ଜ ଏୟାର-ଟୁ ଏୟାର ମିଜାଇଲ୍ ବା ବିଭିରାମ୍। ଏହାର ଅର୍ଥ ହେଉଛି ଏହା ଆଖି ପାଉ ନଥିବା ପରିସୀମାରେ ଆକାଶ ମାର୍ଗରେ କ୍ଷେପଣ ହୋଇ ଆକାଶ ମାର୍ଗର ବିମାନକୁ ଟାର୍ଗେଟ୍ କରିପାରିବ। ଏହାର ବେଗ ବାୟୁ ମଣ୍ଡଳରେ ଶବ୍ଦର ବେଗ ଯେତିକି ତାହାର ଚାରିଗୁଣା। ଅର୍ଥାତ୍ ଘଣ୍ଟାକୁ ୩ହଜାର ମିଟରରୁ ଅଧିକ ବେଗରେ ଏହା ଗତି କରିପାରିବ। ଏବେ ଏହି କ୍ଷେପଣାସ୍ତ୍ରକୁ ୧୦୦ କିଲୋମିଟର ପରିଧିରେ ଟାର୍ଗେଟ କରିପାରୁଥିବା ହାଲୁକା ବିମାନ ତେଜସ୍ ସହ ଖଞ୍ଜାଯିବ। ଏବର୍ଷ ମଧ୍ୟଭାଗରେ ଅର୍ଥାତ୍ ଜୁନ୍ ବେଳକୁ ଏହାର ପ୍ରଥମ ପରୀକ୍ଷଣ ଆଶା କରାଯାଇପାରେ। ଆଉ ୨୦୨୨ ଶେଷ ବେଳକୁ ଏହା ବାୟୁସେନାରେ ଅନ୍ତର୍ଭୁକ୍ତ ହୋଇପାରେ।

Leave a Reply