୨ କୋଟି କରୋନା ଟିକା ଯୋଗାଇବାକୁ ଅଣ୍ଟା ଭିଡ଼ିଲା ଭାରତ

India To Export Covid Vaccine To Neighbour Country

ନୂଆଦିଲ୍ଲୀ: ନିଜ ଦେଶ ପରେ ପେଡ଼ୋଶୀ ଦେଶମାନଙ୍କୁ ଟିକା ଯୋଗାଇବା ଲାଗି ଭାରତ ସରକାର ଅଣ୍ଟା ଭିଡ଼ିଛନ୍ତି । ଏଥିଲାଗି ସରକାରଙ୍କ ପକ୍ଷରୁ ନୀତିଗତ ଭାବେ ନିଷ୍ପତ୍ତି ନିଆଯାଇଛି । ଭାରତରେ ନିର୍ମିତ ଟିକାକୁ ଏହି କ୍ରମରେ ପଡ଼ୋଶୀ ଦେଶମାନଙ୍କୁ ରପ୍ତାନୀ କରାଯିବ ।

India To Export Covid Vaccine To Neighbour Country

ମିଳିଥିବା ସୂଚନା ଅନୁସାରେ ଭାରତ ସରକାରଙ୍କ ଏକ ଉପକ୍ରମ ଦୁଇଟି ଟିକା ପ୍ରସ୍ତୁତକାରୀ ଭାରତୀୟ କମ୍ପାନୀଙ୍କଠୁ ଟିକା କିଣି ବାଂଲାଦେଶ, ନେପାଳ, ଆଫଗାନିସ୍ତାନ, ଶ୍ରୀଲଙ୍କା, ସିଚେଲିସ ଏବଂ ମରିସସକୁ ପଠାଇବେ । ଏହି ଦୁଇ ଟିକା ପ୍ରସ୍ତୁକାରୀ କମ୍ପାନୀ ହେଉଛନ୍ତି ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ଭାରତ ବୋୟୋଟେକ୍ ଇଣ୍ଟରନ୍ୟାସନାଲ୍ ଲିମିଟେଡ୍ । ୨ କୋଟି ଟିକା ଭିତରୁ ଅଧିକାଂଶ ମାଗଣାରେ ପ୍ରଦାନ କରାଯିବ ଓ ଏହାକୁ ଭାରତର ସହାୟତା ବୋଲି ଗ୍ରହଣ କରାଯିବ ।

India To Export Covid Vaccine To Neighbour Country

ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ପ୍ରଥମ ବ୍ୟାଚ୍ ଟିକା ବୋତଲ ବିଦେଶ ପଠାଇବା ଲାଗି ସରକାରୀ ପ୍ରସ୍ତୁତି ଚାଲିଥିବା ଜଣାପଡ଼ିଛି । ଏହାପରେ ଭାରତ ସରକାରଙ୍କ ପକ୍ଷରୁ ଲାଟିନ୍ ଆମେରିକା, ଆଫ୍ରିକା ଓ ପୂର୍ବତନ ସୋଭିଏତ୍ ଦେଶ ଗୁଡ଼ିକୁ ରପ୍ତାନୀ କରିବାକୁ ପ୍ରସ୍ତୁତି ଆରମ୍ଭ କରିବ ବୋଲି ଜଣାପଡ଼ିଛି । ପୂର୍ବରୁ ବ୍ରାଜିଲକୁ ଭାରତ ଟିକା ପ୍ରେରଣ କରିବା ଲାଗି ରାଜି ହୋଇଥିଲା । ଏହିକ୍ରମରେ ଟିକା ନେବା ଲାଗି ଭାରତକୁ ବ୍ରାଜିଲ୍ ବିମାନ ପଠାଇବ ।

India To Export Covid Vaccine To Neighbour Country

କରୋନା କାଳରେ ଭାରତ ପୃଥିବୀର ୧୨୦ ଦେଶଙ୍କୁ ଆବଶ୍ୟକ ହାଇେଡ୍ରାକ୍ଲାରକ୍ୱିନ୍ ବଟିକା ପ୍ରଦାନ କରି ନିଜର ଉଦାରବାଦୀ ବିଦେଶ ନୀତିର ପରିଚୟ ସୃଷ୍ଟି କରିଥିଲା ।

Leave a Reply