ଭାରତ କଲା ସବୁଠାରୁ ଭୟଙ୍କର ମିସାଇଲର ସଫଳ ପରୀକ୍ଷଣ; ୪୩୦୦ କିମି.ବେଗରେ କରିବ ଆକ୍ରମଣ

1 min read

ନୂଆଦିଲ୍ଲୀ: ଭାରତ ନିଜର ସବୁଠାରୁ ବିପଦଜ୍ଜନକ ତଥା ଶକ୍ତିଶାଳୀ ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍ ମିସାଇଲର ଲ୍ୟାଣ୍ଡ ଆଟାକ୍ ଭର୍ସନର ସଫଳ ପରୀକ୍ଷଣ କରିଛି ।

ଏହି ପରୀକ୍ଷଣ ନଭେମ୍ବର ୨୪ ତାରିଖରେ ସକାଳ ୧୦ଟାରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ଏକ ଅଜ୍ଞାତ ଦ୍ୱୀପରୁ କରାଯାଇଥିବା ସୂଚନା ମିଳିଛି । ଉକ୍ତ ଦ୍ୱୀପପୁଞ୍ଜରୁ ଅନ୍ୟ ଏକ ଦ୍ୱୀପରେ ଥିବା ଟାର୍ଗେଟକୁ ଲକ୍ଷଭେଦ କରାଯାଇଥିଲା ।

ଯାହା ପରେ ସୋସିଆଲ ମିଡିଆରେ ଭାରତୀୟ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆରଡିଓ)କୁ  ଶୁଭେଚ୍ଛାର ସୁଅ ଛୁଟୁଛି । ଏହି ପରୀକ୍ଷଣ ପରେ ଭାରତର ମିସାଇଲ୍ ପରିସରକୁ ଅଧିକ ସୁଦୃଢ କରାଯାଇପାରିଛି । ଗତ କିଛି ଦିନ ଧରି ଭାରତ ଏବଂ ଚୀନ୍ ମଧ୍ୟରେ ଜାରି ରହିଥିବା ସୀମା ବିବାଦ ପରେ ଭାରତରେ ଅନେକ କ୍ଷେପଣାସ୍ତ୍ର, ଟର୍ପେଡୋ, ଆଣ୍ଟି-ମିସାଇଲ୍ ସିଷ୍ଟମ ଆଦିର ସଫଳ ପରୀକ୍ଷଣ କରାଯାଇଛି। ତେବେ ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷଭେଦ କରୁଥିବା ଏହି ମିସାଇଲର ରେଞ୍ଜ ୪୦୦ କିଲୋମିଟରକୁ ବୃଦ୍ଧି କରାଯାଇଛି।

ସୂଚନା ଅନୁଯାୟୀ ବ୍ରହ୍ମୋସ୍ କ୍ଷେପଣାସ୍ତ୍ରର ଲମ୍ବ ୨୮ ଫୁଟ ରହିଥିବା ବେଳେ ଏହାର ଓଜନ ୩୦୦୦ କିଲୋଗ୍ରାମ ରହିଛି । ଯାହା ୨୦୦ କିଲୋଗ୍ରାମର ପାରମ୍ପାରିକ ତଥା ପରମାଣୁ ଅସ୍ତ୍ରଶସ୍ତ୍ର ବହନ କରିପାରିବ । ଏହା ୩୦୦ କିଲୋମିଟରରୁ ୮୦୦ କିଲୋମିଟର ଦୂରରେ ଥିବା ଶତ୍ରୁ ଉପରକୁ ଲକ୍ଷ୍ୟଭେଦ କରିପାରିବ । ଏପରିକି ଏହା ଘଣ୍ଟା ପ୍ରତି ୪୩୦୦ କିଲୋମିଟର ବେଗରେ ଆକ୍ରମଣ କରିଥାଏ ।

 

Leave a Reply