ଦେଶରେ ଦିନକରେ ୬୩ ହଜାରରୁ ଅଧିକ ଆକ୍ରାନ୍ତ… ୭୩୦ ମୃତ

ନୂଆଦିଲ୍ଲୀ: ଦେଶରେ ଦିନକରେ ୬୩ହଜାର ୫୦୯ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୭୩୦ଜଣଙ୍କ ମୃତ୍ୟୁ ହୋଇଛି । ମୋଟ୍ କରୋନ ସଂକ୍ରମିତଙ୍କ ସଂଖ୍ୟା ୭୨ଲକ୍ଷ ୩୯ହଜାର ୩୯୦କୁ ବୃଦ୍ଧି ହୋଇଛି । ଆକ୍ଟିଭ କେସ୍ ୮ଲକ୍ଷ ୨୬ହଜାର ୮୭୬ଥିବା ବେଳେ ୬୩ଲକ୍ଷ ୧୯ଶହ୨୮ ଜଣ ସୁସ୍ଥ ହେଲେଣି । ଦେଶରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ଲକ୍ଷେ ୧୦ହଜାର ୫୮୬କୁ ବୃଦ୍ଧି ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Coronavirus Cold Or Flu Only A Difference Of Breathing Problem Can Reveal The Mystery

ମହାରାଷ୍ଟ୍ରରେ ବର୍ତ୍ତମାନ ସୁଦ୍ଧା ସର୍ବାଧିକ ସଂକ୍ରମିତ ୧୫ ଲକ୍ଷ ଟପିଥିବା ବେଳେ ମୃତ୍ୟୁସଂଖ୍ୟା ୪୦ହଜାର ୭୦୧ରେ ପହଞ୍ଚିଛି । ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରେ ୭ଲକ୍ଷରୁ ଅଧିକ ଲେଖାଏଁ କରୋନା ଆକ୍ରାନ୍ତ ଥିବା ବେଳେ ମୃତ୍ୟୁସଂଖ୍ୟା ଯଥାକ୍ରମେ ୬ହଜାର ୨୯୧ ଓ ୧୦ହଜାର ୧୨୩ରେ ପହଞ୍ଚିଛି । ତାମିଲନାଡୁରେ ୬ଲକ୍ଷ କ୍ରସ କଲାଣି ସଂକ୍ରମିତଙ୍କ ସଂଖ୍ୟା, ମୃତ୍ୟୁସଂଖ୍ୟା ୧୦ହଜାର ୩୭୧କୁ ବୃଦ୍ଧି ହୋଇଛି କରୋନ ମୃତ୍ୟୁସଂଖ୍ୟା ।

ଆଇସିଏମଆର ଅନୁଯାୟୀ, ଅକ୍ଟୋବର ମାସ ୧୩ ତାରିଖ ପର୍ଯ୍ୟନ୍ତ ମୋଟ ୯ କୋଟି ନମୁନା ପରୀକ୍ଷା କରାଯାଇଛି । ସେଥିମଧ୍ୟରୁ ଗତକାଲି ୧୧,୪୫,୦୧୫ ନମୁନା ପରୀକ୍ଷା କରାଯାଇଛି । ଦେଶରେ ସବୁଠାରୁ ଅଧିକ ସକ୍ରିୟ ମାମଲା ମହାରାଷ୍ଟ୍ରରେ ରହିଛି। ମହାରାଷ୍ଟ୍ର ପରେ ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ ଏବଂ ଉତ୍ତରପ୍ରଦେଶରେ ସର୍ବାଧିକ ସକ୍ରିୟ ମାମଲା ରହିଛି। ସକ୍ରିୟ ମାମଲାରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। କରୋନା ସଂକ୍ରମଣ ସଂଖ୍ୟା ଅନୁସାରେ ଭାରତ ବିଶ୍ୱର ଦ୍ୱିତୀୟ ସର୍ବାଧିକ ପ୍ରଭାବିତ ଦେଶ ।

 

Leave a Reply