ଭାରତକୁ ସମର୍ଥନ କରିବା ନେପାଳୀ ଏମପିଙ୍କୁ ମହଙ୍ଗା ପଡିଲା,ଦଳରୁ ହେଲେ ବିଦା

1 min read
India Supporter Nepali MP Thrown Out From Party

ନୂଆଦିଲ୍ଲୀ: ଭାରତକୁ ସମର୍ଥନ ଏବଂ ନେପାଳର ନୂତନ ମାନଚିତ୍ର (ଭାରତ-ନେପାଳ ସୀମା ବିବାଦ) କୁ ବିରୋଧ କରିଥିବା ସାଂସଦ ସରିତା ଗିରିଙ୍କୁ ଦଳରୁ ବରଖାସ୍ତ କରାଯାଇଛି । ଦେଶର ସଂଶୋଧିତ ମାନଚିତ୍ରକୁ ସୀକୃତି ପ୍ରଦାନ କରିବା ପାଇଁ ସରିତା ସମ୍ବିଧାନ ସଂଶୋଧନର ସର୍ବସମ୍ମତି କ୍ରମେ ହୋଇଥିବା ମଞ୍ଜୁରୀକୁ ଉଲ୍ଲଂଘନ କରିଥିଲେ । ମାନଚିତ୍ରରେ ସାମରିକ ଦିଗରୁ ଗୁରୁତ୍ୱପୂର୍ଣ୍ଣ ଭାରତୀୟ ଅଞ୍ଚଳକୁ ଅନ୍ତର୍ଭୂକ୍ତ କରାଯାଇଥିଲା । ବିରୋଧୀ ଜନତା ସମାଜବାଦୀ ପାର୍ଟି (ଜେଏସପି) ସରିତା ଗିରିଙ୍କୁ ପାର୍ଟି ହ୍ୱିପ ଉଲ୍ଲଂଘନ କରିଥିବାରୁ ତାଙ୍କୁ ବରଖାସ୍ତ କରିବାକୁ ନିଷ୍ପତ୍ତି ନେଇଛି । ଅନ୍ୟପକ୍ଷରେ ନେପାଳରେ ମଧ୍ୟ ଚୀନ୍‌କୁ ବିରୋଧ ଆରମ୍ଭ ହୋଇଛି, ମଙ୍ଗଳବାର ଦିନ ଶତାଧିକ ଛାତ୍ର ଚୀନ୍ ଦୂତାବାସ ବାହାରେ ପ୍ରଦର୍ଶନ କରିଛନ୍ତି।

ସୂଚନା ଅନୁଯାୟୀ ଦଳ ମହାସଚିବ ରାମସହାୟ ପ୍ରସାଦ ଯାଦବଙ୍କ ନେତୃତ୍ୱରେ ଏକ ତିନିଜଣିଆ କମିଟି ଗିରିଙ୍କୁ ସାଂସଦ ପଦବୀରୁ ବରଖାସ୍ତ କରିବା ସହ ଦଳରୁ ମଧ୍ୟ ବହିଷ୍କୃତ କରିଛନ୍ତି । ମଙ୍ଗଳବାର ଦିନ ଦଳର ଅଧିକାରୀଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଜେଏସପି ଏବଂ ମୁଖ୍ୟ ବିରୋଧୀ ନେପାଳୀ କଂଗ୍ରେସ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ସରକାରଙ୍କ ପଦକ୍ଷେପକୁ ସମର୍ଥନ କରିଥିଲେ । ତାଙ୍କ ଦଳର ଅଫିସିଆଲ ଷ୍ଟାଣ୍ଡକୁ ବିରୋଧ କରି ସାଂସଦ ଗିରି ସଂସଦ ସଚିବାଳୟରେ ପୃଥକ ରୂପରେ ସଂଶୋଧନ ପ୍ରସ୍ତାବ ପଞ୍ଜିକରଣ କରିଛନ୍ତି । ପୁରୁଣା ମାନଚିତ୍ରକୁ ଅକ୍ଷୁର୍ଣ୍ଣ ରଖିବାକୁ ଗିରି ଦାବି କରିଛନ୍ତି ଏବଂ କହିଛନ୍ତି ଯେ ଲିମ୍ପିଆଧୁରା, ଲିପୁଲେଖ ଏବଂ କାଲାପାଣିକୁ ନେପାଳ ଅଞ୍ଚଳ ବୋଲି ଦାବି କରିବାର କୌଣସି ସ୍ପଷ୍ଟ ପ୍ରମାଣ ନାହିଁ । ସମାଜବାଦୀ ପାର୍ଟି ଗିରିଙ୍କୁ ସଂଶୋଧନ ପ୍ରସ୍ତାବ ପ୍ରତ୍ୟାହାର କରିବାକୁ କହିଥିଲେ, କିନ୍ତୁ ସେ ମନା କରିଦେଇଥିଲେ । ସମ୍ବିଧାନ ସଂଶୋଧନର ଉଦ୍ଦେଶ୍ୟ ହେଉଛି ଦେଶର ନୂତନ ପ୍ରଶାସନିକ ଏବଂ ରାଜନୈତିକ ମାନଚିତ୍ରକୁ ସାର୍ବଜନୀନ କରିବା, ଯାହାକୁ ସଂସଦ ୧୮ ଜୁନରେ ସହମତି ମଞ୍ଜୁରୀ ଦେଇଥିଲା।

ଓଲି ସରକାର ଅପରିପକ୍ୱ : ବିରୋଧୀ

ମଙ୍ଗଳବାର ନେପାଳର ବିରୋଧୀ ଦଳ କେ ପି ଓଲି ସରକାରଙ୍କ ବୈଦେଶିକ ନୀତି ପାଇଁ ‘ଅପରିପକ୍ୱ’ ବୈଦେଶିକ ନୀତି ପାଇଁ ସମାଲୋଚନା କରି କହିଛନ୍ତି, ଏହା ପଡୋଶୀ ଦେଶ ସହ ଦେଶର ସମ୍ପର୍କକୁ ବ୍ୟାହତ କରୁଛି । ଗତ ମାସରେ ରଣନୈତିକ ଦୃଷ୍ଟିରୁ ଭାରତୀୟ ତିନୋଟି ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ – ଲିପୁଲେଖ, କାଲାପାନି ଏବଂ ଲିମ୍ପିୟାଧୁରାକୁ ଦେଶରେ ପ୍ରତିଷ୍ଠିତ ହୋଇଥିବା ରାଜନୈତିକ ମାନଚିତ୍ରରେ ଅନ୍ତର୍ଭୁକ୍ତ କରିବା ପାଇଁ ତାଙ୍କ ସରକାରଙ୍କ ପଦକ୍ଷେପ ପରେ ପ୍ରଧାନମନ୍ତ୍ରୀ ଓଲିଙ୍କୁ ସମାଲୋଚନା କରାଯାଇଥିଲା। ଚୀନକୁ ଦରଦ ଦେଖାଇ ଭାରତ ବିରୋଧରେ ବୟାନ ଦେଇଥିବା ଓଲି ପ୍ରଧାନମନ୍ତ୍ରୀ ଏବଂ ପାର୍ଟି ସଭାପତି ପଦ ଛାଡିବାକୁ ତାଙ୍କ ଦଳର ନେତାଙ୍କ ପକ୍ଷରୁ ମଧ୍ୟ ଚାପ ରହିଛି ।

ଗତ ସପ୍ତାହରେ ନେପାଳ କମ୍ୟୁନିଷ୍ଟ ପାର୍ଟି (ଏନସିପି) ର କାର୍ଯ୍ୟକାରୀ ସଭାପତି ପୁଷ୍ପା କମଲ ଦହଲ ଅଲିଙ୍କ ଇସ୍ତଫା ଦାବି କରି କହିଥିଲେ, ଅଲିଙ୍କ ବୟାନ ଅନୁସାରେ ଭାରତ ତାଙ୍କୁ ହଟାଇବାକୁ ଯୋଜନା କରୁଛି ଯାହା ରାଜନୈତିକ ଦୃଷ୍ଟିରୁ ଠିକ୍ ନା କୂଟନୈତିକ ଦିଗରୁ  । ସୂଚନା ଅନୁଯାୟୀ ମଙ୍ଗଳବାର ଅନୁଷ୍ଠିତ ବିରୋଧୀ ଦଳର ଏକ ବୈଠକରେ କୁହାଯାଇଛି ଅଲି ସରକାର ଏକ ଅସନ୍ତୁଳିତ ତଥା ଦାୟିତ୍ୱହୀନ ବୈଦେଶିକ ନୀତି ଆପଣେଇଛନ୍ତି ଯାହା ପଡୋଶୀ ଦେଶ ସହ ନେପାଳର ସମ୍ପର୍କକୁ ବାଧା ଦେଉଛି। ବୈଠକରେ କୁହାଯାଇଛି ଯେ ନେପାଳୀ କଂଗ୍ରେସ (ଏନସି) ଏବଂ ଜନତା ସମାଜବାଡି ପାର୍ଟି (ଜେଏସପି) ର ନେତାଙ୍କ ଅନୁଯାୟୀ, ଅପରିପକ୍ୱ ବୈଦେଶିକ ନୀତି ହେତୁ ପଡୋଶୀ ଦେଶ ସହ ଆମ ସମ୍ପର୍କ ବିଗିଡି ଯାଇଛି ଏବଂ ଅତ୍ୟନ୍ତ ଜଟିଳ ମଧ୍ୟ ହୋଇପଡିଛି । 

 ଭାରତର ନାମ ନ ନେଇ ଏନସି ଉପାଧ୍ୟକ୍ଷ ବିମଳେନ୍ଦ୍ର ନିଧି କହିଛନ୍ତି, ସରକାରଙ୍କ ଅପରିପକ୍ୱ ବୈଦେଶିକ ନୀତି ହେତୁ ନେପାଳ ପଡୋଶୀ ଦେଶ ସହ ଭଲ ସମ୍ପର୍କ ବଜାୟ ରଖିବାରେ ଅସୁବିଧାର ସମ୍ମୁଖୀନ ହେଉଛି । କୌତୁହଳର ବିଷୟ, ନେପାଳର ନୂତନ ରାଜନୈତିକ ମାନଚିତ୍ରକୁ ପୁନଃଚିତ୍ରଣ କରିବାକୁ ଗତ ମାସରେ ଏନସି ଏବଂ ଜେଏସପି ଅଲି ସରକାରଙ୍କ ସମ୍ବିଧାନ ସଂଶୋଧନ ବିଲକୁ ସମର୍ଥନ କରିଥିଲେ। ସରକାରଙ୍କ ଏହି ପଦକ୍ଷେପ ଭାରତ ଏବଂ ନେପାଳ ମଧ୍ୟରେ ବିବାଦ ଥିଲା ଏବଂ ଭାରତ ସ୍ପଷ୍ଟ କରିଥିଲା ଯେ କାଠମାଣ୍ଡୁ ଆଞ୍ଚଳିକ ଦାବି କରିବା ଗ୍ରହଣୀୟ ନୁହେଁ। ନିଧି କହିଛନ୍ତି ଯେ ବର୍ତ୍ତମାନର ରାଜନୈତିକ ପରିସ୍ଥିତି, ସରକାରୀ ଗୃହ ସ୍ଥଗିତ ରଖିବା, ବୈଦେଶିକ ନୀତି ଏବଂ କରୋନା ମହାମାରୀ ସହ ଉପଯୁକ୍ତ ଭାବରେ ନଲଢିବା ଭଳି ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି । ନିଜ ଦଳର ନେତାଙ୍କ ଦ୍ୱାରା  ଇସ୍ତଫା ପାଇଁ ଚାପରେ ଥିବା ଅଲି ଗୁରୁବାର ସଂସଦର ଉଭୟ ଗୃହ ପ୍ରକ୍ରିୟା ଶେଷ କରିଛନ୍ତି । 

ନେପାଳରେ ଚୀନ୍ ଦୂତାବାସ ସମ୍ମୁଖରେ ଛାତ୍ରମାନଙ୍କ ପ୍ରଦର୍ଶନ

 ନେପାଳର ଆଭ୍ୟନ୍ତରୀଣ ବ୍ୟାପାରରେ ଚୀନ୍ ରାଷ୍ଟ୍ରଦୂତ ହୋଉ ୟାଙ୍କୀଙ୍କ ହସ୍ତକ୍ଷେପ ବିରୋଧରେ ମୁଖ୍ୟ ବିରୋଧୀ ନେପାଳୀ କଂଗ୍ରେସ ଦଳର ଛାତ୍ର ୟୁନିଟ୍ ନେପାଳ ଛାତ୍ର ସଂଗଠନର କାର୍ଯ୍ୟକର୍ତ୍ତାମାନେ ମଙ୍ଗଳବାର ଦିନ ଚୀନ୍ ଦୂତାବାସ ସମ୍ମୁଖରେ ପ୍ରଦର୍ଶନ କରିଥିଲେ । । ଚୀନ୍ ରାଷ୍ଟ୍ରଦୂତ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କ ପଦ ବଞ୍ଚାଇବା ପାଇଁ ନେପାଳ କମ୍ୟୁନିଷ୍ଟ ପାର୍ଟି (ଏନସିପି) ର ଅନେକ ନେତାଙ୍କ ସହ ଆଲୋଚନା କରିଥିଲେ ।. ହୋଉ ଏନସିପିର ବରିଷ୍ଠ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମାଧବ କୁମାର ନେପାଳ ଏବଂ ଜଲନାଥ ଖନାଲଙ୍କ ସହ କଥା ହୋଇଥିଲେ । ବୁଧବାର ଦିନ ପ୍ରଧାନମନ୍ତ୍ରୀ ପି ଶର୍ମା ଓଲିଙ୍କ ଭବିଷ୍ୟତ ସ୍ଥିର ହେବ । ଏହି ପରିପ୍ରେକ୍ଷୀରେ ଶାସକ ନେପାଳ କମ୍ୟୁନିଷ୍ଟ ପାର୍ଟି (ଏନସିପି)  ସ୍ଥାୟୀ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାକୁ ଯାଉଛି। 

ଶାସକ ଦଳର ନେତାଙ୍କ ସହ ଚୀନ୍ ରାଷ୍ଟ୍ରଦୂତଙ୍କ ବୈଠକକୁ ନେପାଳର ଆଭ୍ୟନ୍ତରୀଣ ରାଜନୈତିକ କାର୍ଯ୍ୟରେ ହସ୍ତକ୍ଷେପ ବୋଲି ଅନେକ ନେତା ବର୍ଣ୍ଣନା କରିଛନ୍ତି। ଏହା ପ୍ରଥମ ଘଟଣା ନୁହେଁ ଯେ ସଙ୍କଟ ସମୟରେ ନେପାଳର ଆଭ୍ୟନ୍ତରୀଣ କାର୍ଯ୍ୟରେ ଚୀନ୍ ରାଷ୍ଟ୍ରଦୂତ ହସ୍ତକ୍ଷେପ କରିଛନ୍ତି। ରାଷ୍ଟ୍ରଦୂତ ପ୍ରାୟ ଦେଢମାସ ପୂର୍ବରୁ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ନେତାଙ୍କ ସହ ପୃଥକ ଭାବରେ ସାକ୍ଷାତ କରିଥିଲେ। ପ୍ରଧାନମନ୍ତ୍ରୀ ସଂସଦର ବଜେଟ୍ ଅଧିବେଶନକୁ ଏକପାଖିଆ ଭାବେ ସ୍ଥଗିତ ରଖିବା ପରେ ଏନସିପିର ଦୁଇ ଦଳ ମଧ୍ୟରେ ପାର୍ଥକ୍ୟ ଆହୁରି ଗଭୀର ହୋଇଥିଲା। ଦଳର ଗୋଟିଏ ବିଭାଗ ଅଲିଙ୍କୁ ସମର୍ଥନ କରୁଥିବାବେଳେ ଅନ୍ୟ ଦଳ କାର୍ଯ୍ୟରତ ରାଷ୍ଟ୍ରପତି ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’କୁ ସମର୍ଥନ କରୁଛନ୍ତି।   ପ୍ରଚଣ୍ଡଙ୍କ ଗୋଷ୍ଠୀର ବରିଷ୍ଠ ନେତା ମାଧବ ନେପାଳ ଏବଂ ଝଲନାଥ ଖନାଲଙ୍କ ସମର୍ଥନ ରହିଛି ଓ ସେ ଓଲିଙ୍କ ଇସ୍ତଫା ଦାବି କରୁଛନ୍ତି।          

Leave a Reply