ମୁଣ୍ଡପିଛା ଜିଡିପି ପରିମାଣରେ ବାଲାଂଦେଶଠାରୁ ପଛରେ ପଡିଯିବ ଭାରତ, IMF ଦେଲା ଚେତାବନୀ

ନୂଆଦିଲ୍ଲୀ: ଭାରତରୁ ଅଲଗା ହୋଇ ପାକିସ୍ଥାନ ରାଷ୍ଟ୍ର ହୋଇଥିଲା । ଆଉ ପାକିସ୍ଥାନରୁ ଅଲଗା ହୋଇ ବାଲାଂଦେଶ ହୋଇଥିଲା । ସମୟଚକ୍ରରେ ଭାରତରେ ବିକାଶଶୀଳ ଦେଶମାନଙ୍କ ମଧ୍ୟରେ ଏକ ପ୍ରମୁଖ ନାମ । ହେଲେ ପାକିସ୍ଥାନ ଏକ ବ୍ୟବସ୍ଥାଗତ ବିଫଳ ରାଷ୍ଟ୍ର ଭାବେ ପରିଗଣିତ ହେଉଛି । କରୋନା ମହାମାରୀ ସମୟରେ ବିଶ୍ୱର ଅର୍ଥନୀତି ବହୁଳ ଭାବେ ପ୍ରଭାବିତ ହୋଇଛି । ଏହାର ସିଧାସଳଖ ପ୍ରଭାବ ସକଳ ଘରୋଇ ଉତ୍ପାଦ(ଜିଡିପି) ଏବଂ ମୁଣ୍ଡପିଛା ଆୟ ଉପରେ ପଡିଛି । ସେହି ଦୃଷ୍ଟିରୁ ଆମ ଦେଶର ଚଳିତ ବର୍ଷର ମୁଣ୍ଡପିଛା ଜିଡିପିର ପରିମାଣ ବାଲାଂଦେଶଠାରୁ ପଛରେ ପଡିଯିବ ବୋଲି ଆଶଙ୍କା କରାଯାଇଛି । ଇଣ୍ଟରନ୍ୟାସନାଲ ମନିଟାରୀ ଫଣ୍ଡ(ଆଇଏମଏଫ)ର ୱାଲ୍ଡ ଇକୋନୋମିକ ଆଉଟଲୁକ୍ ପକ୍ଷରୁ ଏହି ଆକଳନ କରାଯାଇଛି ।


ଏଥିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ଯଦି ସ୍ଥିତାବସ୍ଥା ଜାରି ରହୁଛି, ତେବେ ବାଲାଂଦେଶର ମୁଣ୍ଡପିଛା ଜିଡିପି ୪ ପ୍ରତିଶତ ବୃଦ୍ଧି ପାଇବ । ଏଥିସହିତ ଏହା ୧୮୮୮ ଡଲାର ରାଶିକୁ ବୃଦ୍ଧି ପାଇବ । ଅପରପକ୍ଷରେ ସମାନ ସମୟରେ ଭାରତରେ ମୁଣ୍ଡପିଛା ଡିଜିପିର ପରିମାଣ 10.5 ପ୍ରତିଶତ ହ୍ରାସ ପାଇଁ ୧୮୭୭ ଡଲାରରେ ରହିବ ବୋଲି ଆକଳନ କରାଯାଇଛି । ଏହି ବିଗତ ୪ ବର୍ଷର ସର୍ବନିମ୍ନ ହେବ ବୋଲି କୁହାଯାଇଛି ।


କରୋନା ଭୂତାଣୁ ଦ୍ୱାରା ଦକ୍ଷିଣ ଏସିଆରେ ଶ୍ରୀଲଙ୍କା ପରେ ଭାରତର ଅର୍ଥନୀତି ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । ସେହିପରି ନେପାଳ, ଭୂଟାନ ମଧ୍ୟ ନିଜ ଅର୍ଥନୀତିକୁ ଏର ନିର୍ଦ୍ଦିଷ୍ଟ ସ୍ଥିତିକୁ ଆଣିବା ପାଇଁ ଚେଷ୍ଟା କରୁଛନ୍ତି । ସାମଗ୍ରିକ ଭାବେ ଯଦି ଏହି ଆକଳନକୁ ବିଚାରକୁ ନିଆଯାଏ, ତେବେ ଭାରତ ଦକ୍ଷିଣ ଏସିଆର ତୃତୀୟ ଗରିବ ରାଷ୍ଟ୍ର ହେବ । ଭାରତଠାରୁ କେବଳ ପାକିସ୍ଥାନ ଏବଂ ନେପାଳ ପଛରେ ଥିବା ଜଣାପଡିଛି । ଅନ୍ୟମାନଙ୍କ ମଧ୍ୟରେ ଭୂଟାନ,ମାଳଦ୍ୱୀପ, ବାଲାଂଦେଶ ଏବଂ ଶ୍ରୀଲଙ୍କା ନିଜ ସ୍ଥିତିରେ ଉନ୍ନତି କରିପାରନ୍ତି ବୋଲି କୁହାଯାଉଛି । ହେଲେ ୨୦୨୧ ଶେଷ ବେଳକୁ ଭାରତ ପୁନର୍ବାର ବାଲାଂଦେଶର ମୁଣ୍ଡପିଛା ଜିଡିପିକୁ ସାମାନ୍ୟ ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରାଯାଇଛି । ଏହି ବର୍ଷ ଭାରତର ମୁଣ୍ଡପିଛା ଜିଡିପି ୮.୨ ପ୍ରତିଶତକୁ ବୃଦ୍ଧିପାଇପାରେ । ସେହି ସମୟରେ ବାଲାଂର ମୁଣ୍ଡପିଛା ଜିଡିପି ୫.୪ ପ୍ରତିଶତ ଥିବ ବୋଲି ଆକଳନ କରାଯାଇଛି । ଭାରତର ମୁଣ୍ଡପିଛା ଜିଡିପି ଏହି ସମୟରେ ୨୦୩୦ ଡଲାର ହୋଇଥିବ ବୋଲି ଆଶା କରାଯାଉଛି । ସେହି ସମୟରେ ବାଲାଂ ଦେଶ ଜିଡିପିର ପରିମାଣ ୧୯୯୦ ଡଲାର ରହିବ । ୫ ବର୍ଷ ପୂର୍ବେ ଭାରତର ମୁଣ୍ଡପିଛା ଜିଡିପିର ପରିମାଣ ବାଲାଂଦେଶଠାରୁ ୪୦ ପ୍ରତିଶତ ଅଧିକ ରହିଥିଲା । କିନ୍ତୁ ଏହି ୫ ବର୍ଷ ମଧ୍ୟରେ ବାଲାଂଦେଶ ଅର୍ଥନୀତିରେ ବ୍ୟାପକ ପରିବର୍ତ୍ତନ ଏବଂ ଅଭିବୃଦ୍ଧି ହୋଇଛି ।


ଏହି ସମୟରେ ବାଲାଂଦେଶର ମୁଣ୍ଡପିଛା ଜିଡିପିର ପରିମାଣ ବାର୍ଷିକ ୯.୧ ପ୍ରତିଶତ ହାରରେ ବୃଦ୍ଧି ପାଇଛି । ସମାନ ସମୟରେ ଭାରତର ମୁଣ୍ଡପିଛା ଅଭିବୃଦ୍ଧି ହାର ମାତ୍ର ୩.୨ ପ୍ରତିଶତ ରହିଥିଲା । ବାଲାଂଦେଶରେ ଆମଦାନୀ, ନଗଦ ଜମାକୁ ଗୁରୁତ୍ୱ ଏବଂ ଉତ୍ତମ ନିବେଶକୁ ପ୍ରାଧାନ୍ୟ ଦିଆଯାଇଥିଲା । ହେଲେ ସମାନ ସମୟରେ ଭାରତରେ ନିବେଶ ହ୍ରାସ ପାଇଥିବା ଆଇଏମଏଫ ପକ୍ଷରୁ କୁହାଯାଇଛି ।

Leave a Reply