ନେପାଳ ଚାହୁଁଛି କଥା ହେବାକୁ ,ଭାରତ କହିଲା ଆଗ ବିଶ୍ୱାସ ଜିତ

1 min read

ନୂଆଦିଲ୍ଲୀ: ଚୀନ କଥାରେ ପଡ଼ି ନେପାଳ ତାର ମାନଚିତ୍ର ପରିବର୍ତ୍ତନ କରି ଭାରତର କିଛି ଅଂଶକୁ ତା ମାନଚିତ୍ରର ଅନ୍ତର୍ଭୁକ୍ତ କରିଥିଲା । କିନ୍ତୁ ସେ ଏହି ନୂତନ ମାନଚିତ୍ରକୁ ନିଜ ଦେଶର ସଂସଦରେ ଅନୁମୋଦନ କରାଇବାରେ ଅସମର୍ଥ ହୋଇଛି । ତାପରେ ନେପଳର ଅହଂକାର ଭାଙ୍ଗି ଚୂନା ହୋଇଯାଇଛି ଏବେ ସେ ଭାରତ ସହ କଥା ହେବାକୁ ଆଗ୍ରହ ପ୍ରକାଶ କରିଛି । କିନ୍ତୁ ଭାରତ ସ୍ପଷ୍ଟ ଭାବେ କହିଛି ଯେ ଏହି ପୂରା ଘଟଣା ଦୁଇ ଦେଶ ମଧ୍ୟରେ ବିଶ୍ୱାସକୁ ଭାଙ୍ଗିଛି । କଥାବାର୍ତ୍ତା ପାଇଁ ନେପାଳ ପ୍ରଥମେ ଭାରତର ବିଶ୍ୱାସ ଜିତିବା ଆବଶ୍ୟକ ।

ନେପାଳ କାଲାପାନି ସୀମା ପ୍ରସଙ୍ଗରେ ବୈଦେଶିକ ସଚିବ ସ୍ତରୀୟ ଆଲୋଚନା ଉପରେ ଜିଦ୍ ଧରିଛି ଏବଂ ତାସହ ନୂତନ ମାନଚିତ୍ରକୁ ଅନୁମୋଦନ କରାଇବାକୁ ସମ୍ବିଧାନରେ ସଂଶୋଧନ ଆଣିବାକୁ ଚେଷ୍ଟା ମଧ୍ୟ କରୁଛି । କିନ୍ତୁ ଭାରତ କହିଛି ଯେ ଆଲୋଚନା ପାଇଁ ନେପାଳକୁ ବିଶ୍ୱାସ ଏବଂ ଭରସାର ବାତାବରଣ ସୃଷ୍ଟି କରିବାକୁ ପଡ଼ିବ।

ସଂସଦରେ ଏହି ବିଲ୍ ଉପସ୍ଥାପିତ ହୋଇପାରିନାହିଁ

ନେପାଳର କେ ପି ଓଲି ସରକାର ନୂତନ ମାନଚିତ୍ରକୁ ଅନୁମୋଦନ କରିବା ପାଇଁ ଏପର୍ଯ୍ୟନ୍ତ ସଂସଦରେ ବିଲ୍ ଆଗତ କରି ପାରିନାହିଁ । ନେପାଳର ମୁଖ୍ୟ ବିରୋଧୀ ଦଳ ନେପାଳି କଂଗ୍ରେସ ଏହା ଉପରେ ଅଧିକ ସମୟ ମାଗିଥିବାବେଳେ ମାଧେଶୀ ସମ୍ପ୍ରଦାୟ ଦାବି କରିଛନ୍ତି ଯେ,  ପ୍ରସ୍ତାବିତ ସଂଶୋଧନରେ ସେମାନଙ୍କ ଦାବିର ସମାଧାନ କରାଯାଉ ।

ନେପାଳରେ ଏହି ମାମଲାକୁ ଗୁରୁତର ସହ ନିଆଯାଉଛି ବୋଲି ଭାରତ କହିଛି । ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି ଯେ ଭାରତ ତାର ସମସ୍ତ ପଡ଼ୋଶୀମାନଙ୍କ ସହ ଭରସା ଓ ବିଶ୍ୱାସ ପରସ୍ପର ସମ୍ମାନର ଭାବନା ସହ କଥାବାର୍ତ୍ତା କରିବାକୁ ପ୍ରସ୍ତୁତ ଅଛି । ଏହା ଏକ ନିରନ୍ତର ପ୍ରକ୍ରିୟା ଏବଂ ସୃଜନଶୀଳ ଏବଂ ସକରାତ୍ମକ ପ୍ରୟାସ ଆବଶ୍ୟକ କରେ । ଭାରତ କହିଛି ଯେ ନେପାଳ ସହି ଲଗାତାର ଜାରି କଥାବାର୍ତ୍ତା ଜାରି ରହିଛି।

କ୍ରମାଗତ ଭାବରେ କଥାବାର୍ତ୍ତା ଜାରି ରହିଛି

ବୈଦେଶିକ ସଚିବ ହର୍ଷ ଶ୍ରୀଙ୍ଗଲା ପୂର୍ବରୁ ଦୁଇଥର ନେପାଳର ରାଷ୍ଟ୍ରଦୂତ ନୀଲାମ୍ବର ଆଚାର୍ଯ୍ୟଙ୍କୁ ଭେଟିଛନ୍ତି । ସୂଚନାନୁସାରେ, ବୈଦେଶିକ ମନ୍ତ୍ରଣାଳୟରେ ନେପାଳର କାର୍ଯ୍ୟକଳାପକୁ ଦେଖୁଥିା ଯୁଗ୍ମ ସଚିବ (ନାର୍ଥ) ପୀୟୁଷ ଶ୍ରୀବାସ୍ତବ ମଧ୍ୟ ବହୁଥର ଆଚାର୍ଯ୍ୟଙ୍କୁ ଭେଟିଛନ୍ତି ଏବଂ ତାଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି । ଏହାପୂର୍ବରୁ ନେପାଳର ଗଣମାଧ୍ୟମରେ ଖବର ଆସିଥିଲା ​​ଯେ ବରିଷ୍ଠ ଭାରତୀୟ ଅଧିକାରୀମାନେ ନେପାଳ ରାଷ୍ଟ୍ରଦୂତଙ୍କୁ କୌଣସି ମୂଲ୍ୟ ଦେଉ ନାହାଁନ୍ତି।
ଭାରତ ଜାମ୍ମୁ କାଶ୍ମୀରର ପୁନର୍ଗଠନ ପରେ ଗତ ବର୍ଷ ନଭେମ୍ବରରେ ଭାରତ ଏକ ନୂଆ ମାନଚିତ୍ର ଜାରି କରିଥିଲା। ସେବେଠାରୁ ନେପାଳ କାଲାପାନି ବିଷୟରେ କଥାବାର୍ତ୍ତା କରିବାକୁ ଜୋର ଦେଉଛି । ସେ ସୀମା ବିବାଦର ସମାଧାନ ପାଇଁ ବୈଦେଶିକ ସଚିବ ସ୍ତରୀୟ ଆଲୋଚନାକୁ ସକ୍ରିୟ କରିବାକୁ ଚାହୁଁଛନ୍ତି । ମାନଚିତ୍ରରେ ପରିବର୍ତ୍ତନ ପ୍ରସଙ୍ଗରେ ନେପାଳ କଂଗ୍ରେସ କେନ୍ଦ୍ରୀୟ କାର୍ଯ୍ୟକାରୀ ସମିତି ସହ ଶନିବାର ଦିନ ବୈଠକ କରିବ। ତେବେ ନୂତନ ମାନଚିତ୍ର ପ୍ରସଙ୍ଗରେ ଦଳ ପୂର୍ବରୁ ସରକାରଙ୍କୁ ସମର୍ଥନ କରିଥିଲା।

ନେପାଳ ସହ ସମ୍ପର୍କର ଗୁରୁତ୍ୱ

ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ନେପାଳ ସହିତ ଗଭୀର ଐତିହାସିକ, ସାଂସ୍କୃତିକ ତଥା ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ବହୁଗୁରୁତ୍ୱ ଦେଇଥାଏ। ଶ୍ରୀବାସ୍ତବ କହିଛନ୍ତି ଯେ କୋଭିଡ -୧୯ ମହାମାରୀର ଏହି ଚ୍ୟାଲେଞ୍ଜିଂ ପର୍ଯ୍ୟାୟରେ ମଧ୍ୟ ନେପାଳକୁ ଔଷଧ ସମେତ ସମସ୍ତ ପ୍ରକାରର ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣରେ ଭାରତ ନିରନ୍ତର ଯୋଗାଣ ପ୍ରକ୍ରିୟା ଜାରି ରଖିଛି।

Leave a Reply