କରୋନା ସଂକ୍ରମଣରେ ଭାରତର ନୂଆ ରେକର୍ଡ, ୨୪ ଘଣ୍ଟାରେ ୨୬ ହଜାରରୁ ଅଧିକ ପଜିଟିଭ୍

1 min read

ନୂଆଦିଲ୍ଲୀ: ଭାରତରେ ବଢ଼ୁଛି କରୋନା ସଂକ୍ରମଣ । ଭାଇରସ୍ ସୃଷ୍ଟି କରିଛି ଗୋଟିଏ ଦିନରେ ୨ଟି ନୂଆ ରେକର୍ଡ ।  ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସର୍ବାଧିକ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଚିହ୍ନଟ ହୋଇଛନ୍ତି ସର୍ବାଧିକ କରୋନା ସଂକ୍ରମିତ । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୭ ଲକ୍ଷ ୯୩ ହଜାର ୮୦୨ରେ ପହଞ୍ଚିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି ।

ଗତ ୨୪ ଘଣ୍ଟାରେ ଦେଶରେ ସର୍ବାଧିକ ୪୭୫ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିଭଳି ସର୍ବାଧିକ ୨୪ ହଜାର ୫୦୬ ଜଣ ସଂକ୍ରମିତ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି । ଦେଶରେ ଏବେ ୨ ଲକ୍ଷ ୭୬ ହଜାର ୬୮୫ ସକ୍ରିୟ ସଂକ୍ରମିତ ମାମଲା ରହିଥିବା ବେଳେ ୪ ଲକ୍ଷ ୯୫ ହଜାର ୫୧୩ ଜଣ ସୁସ୍ଥ ହୋଇ ଫେରିଛନ୍ତି । ୪୭୫ ଜଣଙ୍କ ମୃତ୍ୟୁ ପରେ ଦେଶରେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ୨୧ ହଜାର ୬୦୪ରେ ପହଞ୍ଚିଛି ।

ଦେଶରେ କୋଭିଡ୍ ମୃତ୍ୟୁର ୪୩ ପ୍ରତିଶତ ଡେଥ୍ ୩୦ରୁ ୫୯ ବର୍ଷ ବୟସ୍କ ଆକ୍ରାନ୍ତଙ୍କ ହେଉଛି । ବଢ଼ୁଥିବା ସଂକ୍ରମଣରେ ବ୍ରେକ୍ ଲଗାଇବାକୁ ଉତ୍ତରପ୍ରଦେଶର ଆଜି ରାତିରୁ ପୁଣି ଲକଡାଉନ୍ କରିବ । ଏହି ଲକଡାଉନ୍ ସୋମବାର ସକାଳ ଯାଏଁ ବଳବତ୍ତର ରହିବ । ଅନ୍ୟପଟେ ICMR ସାରା ଦେଶରେ ସେରୋଲୋଜିକାଲ ସର୍ଭେ କରିବାକୁ ଯୋଜନା କରୁଛି ।

ସରକାରଙ୍କ ଏହି ସ୍କିମରେ କରୋନାର ମାଗଣା ଚିକିତ୍ସା ! ଲିଷ୍ଟରେ ଏମିତି ଯାଞ୍ଚ୍ କରିପାରିବେ ନିଜର ନାଁ…

Leave a Reply