ରାଫେଲ ଦ୍ୱାରା ଭାରତ କରିପାରେ ଆକ୍ରମଣ,ପାକ୍ ବାୟୁସେନା ମୁଖ୍ୟଙ୍କ ଚିନ୍ତା

1 min read

ନୂଆଦିଲ୍ଲୀ: ଭାରତ ରାଫେଲ ଲଢୁଆ ବିମାନ ପାଇବା ପରେ ଏହା ବାୟୁ ଆକ୍ରମଣ କ୍ଷମତା ବୃଦ୍ଧି ପାଇଛି । ତେଣୁ ପାକିସ୍ତାନ ଉପରେ ଆକ୍ରମଣ ପାଇଁ ଭାରତ ଷଡ଼ଯନ୍ତ୍ର କରୁଛି ବୋଲି ପାକ୍ ବାୟୁସେନା ମୁଖ୍ୟ ମୁଜାହିଦ ଅନବର ଖାନ ଦାବି କରିଛନ୍ତି ।  ଭାରତୀୟ ବାୟୁସେନାର ରାଫେଲ ଫାଇଟର ପ୍ଲେନ୍ ପାକ୍ ବାୟୁସୀମାର ୫ କିଲୋମିଟର ମଧ୍ୟକୁ ଆସି ଆକ୍ରମଣ କରିବା ଆଶଙ୍କା ରହିଛି ବୋଲି ସେ କହିଛନ୍ତି ।

୧୮ରୁ ୨୪ ମାସ ମଧ୍ୟରେ ଆକ୍ରମଣ

ଆଗାମୀ ୧୮ ମାସରୁ ୨୪ ମାସ ମଧ୍ୟରେ ଏହି ଆକ୍ରମଣ ହୋଇପାରେ ବୋଲି ସେ ଚେତାବନୀ ଦେଇଛନ୍ତି । ପାକ୍ ବାୟୁସୀମାର ୫ କିଲୋମିଟର ଭିତରକୁ ଆସି ରାଫେଲ ତା’ର ଶକ୍ତିପ୍ରଦର୍ଶନ କରିବ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ,ଆଗାମୀ ୧୮ରୁ ୨୪ ମାସ ମଧ୍ୟରେ ଭାରତ ଏଭଳି କାଣ୍ଡ କରିପାରେ  କାରଣ ସେହି ସମୟ ବେଳକୁ ଫ୍ରାନ୍ସ ଭାରତକୁ ଅଧିକ ସଂଖ୍ୟାରେ ରାଫେଲ ଯୋଗାଇ ଦେଇଥିବ । ଆକ୍ରମଣ କାଳରେ ଭାରତ ଗୋଟିଏ ସମୟରେ ଅନେକ ଆଡ୍ଡା ଉପରେ ଆକ୍ରମଣ କରିବ ।

ପାର୍ବତ୍ୟ ଅଂଚଳରେ ଲଢିବାରେ ଓସ୍ତାଦ

ରାଫେଲର ଆକାର ଏହାକୁ ପାହାଡିଆ ଅଂଚଳ ପାଇଁ ଉପଯୁକ୍ତ କରିଛି । ରାଫେଲର ରେଂଜ୍ ୩ ହଜର ୭ ଶହ କିଲୋମିଟର । ଏହା ନିଜ ସହିତ ୪ଟି ମିଶାଇଲ ନେଇପାରେ । ବିମାନ ଛୋଟ ହୋଇଥିବାରୁ ଏହାକୁ ଉଡାଇବା ସହଜ ହୋଇଥାଏ ।

ଗୋଟିଏ ରାଫେଲ ଜେଟକୁ ରୋକିବା ପାଇଁ ଆବଶ୍ୟକ ୨ ଏଫ୍-୧୬

ଗୋଟିଏ ରାଫେଲ ବିମାନକୁ ଅଟକାଇବା ପାଇଁ ଦୁଇଟି ଏଫ୍-୧୬ ଲଢୁଆ ବିମାନ ଆବଶ୍ୟକ ହୋଇଥାଏ । ପାକିସ୍ତାନୀ ବାୟୁସେନାକୁ ଗୋଟିଏ ରାଫେଲକୁ ରୋକିବା ପାଇଁ ଦୁଇଟି ଏଫ୍-୧୬ ନିୟୋଜିତ କରିବାକୁ ପଡିବ । ଅନ୍ୟପକ୍ଷରେ ଆଗରୁ ଗୋଟିଏ ପାକିସ୍ତାନୀ ଏଫ୍-୧୬ ବିମାନ ରୋକିବା ପାଇଁ ଭାରତକୁ ଦୁଇଟି ସୁଖୋଇ-୩୦ ବ୍ୟବହାର କରିବାକୁ ପଡୁଥିଲା । ଏବେ କିନ୍ତୁ ସ୍ଥିତି ଓଲଟା । ବିଶେଷଜ୍ଞଙ୍କ କହିବା ହେଉଛି ଯଦି ବାଲାକୋଟ୍ ଆକ୍ରମଣ କାଳରେ ଭାରତ ପାଖରେ ରାଫେଲ ଥାନ୍ତା ତେବେ ସେ ସମୟରେ ଭାରତ ଅତିକମରେ ପାକିସ୍ତାନର ୧୨ଟି ଏଫ୍-୧୬ ବିମାନକୁ ନଷ୍ଟ କରି ପାରିଥାନ୍ତା । ଏହାସହ ଭାରତକୁ ବାଲାକୋଟ୍ ଏୟାର ଷ୍ଟ୍ରାଇକ ପାଇଁ ପାକ୍ ବାୟୁସୀମା ମଧ୍ୟକୁ ପ୍ରବେଶ କରିବାକୁ ପଡିନଥାନ୍ତା ।

Leave a Reply