ଆଷ୍ଟ୍ରାଜେନିକା ଟିକାକୁ ଭାରତରେ ଜରୁରିକାଳୀନ ବ୍ୟବହାର ଅନୁମତି

ନୂଆଦିଲ୍ଲୀ: ଆସନ୍ତା ସପ୍ତାହ ସୁଦ୍ଧା ଆଷ୍ଟ୍ରାଜେନିକା ଟିକାକୁ ଭାରତରେ ଖୁବ୍‌ଶୀଘ୍ର ଜରୁରିକାଳୀନ ବ୍ୟବହାର ଅନୁମତି ମିଳିପାରେ ।

ସୂଚନା ମୁତାବକ ଭାରତରେ ଆଷ୍ଟ୍ରାଜେନିକା ଟିକା ପ୍ରସ୍ତୁତିକାରୀ ଫାର୍ମା କମ୍ପାନୀ ପକ୍ଷରୁ ଅତିରିକ୍ତ ତଥ୍ୟ ଦାଖଲ କରାଯିବା ପରେ ଏ ନେଇ ସମ୍ଭାବନା ଦେଖାଦେଇଛି । ଭାକ୍ସିନ୍ ପ୍ରସ୍ତୁତକାରୀ ଏହି ବ୍ରିଟିସ୍ ଫାର୍ମା କମ୍ପାନୀକୁ ପ୍ରଥମ କରି ଭାରତରେ ଜରୁରିକାଳୀନ ଅନୁମତି ମିଳିବ ବୋଲି ଆଶା ପ୍ରକଟ କରାଯାଇଛି ।

ତେବେ ଏହାଛଡ଼ା ଫାଇଜର ଭାକ୍ସିନ ଓ ଭାରତ ବାୟୋଟେକ୍ ପ୍ରସ୍ତୁତ କରିଥିବା ଟିକାକୁ କରୁରିକାଳୀନ ଅନୁମତି ଦେବା ଲାଗି ଭାରତ ସରକାର ଚିନ୍ତା କରୁଛନ୍ତି ।

ଉଲ୍ଲେଖଯୋଗ୍ୟ, ବ୍ରିଟେନରେ କରୋନାର ଏକ ନୂଆ ପ୍ରକାର ଭୂତାଣୁର ସନ୍ଧାନ ମିଳିଛି । ପୂର୍ବରୁ ଚିହ୍ନଟ ହୋଇଥିବା ଭୂତାଣୁ ଅପେକ୍ଷା ଏହା ଅଧିକ ଭୟଙ୍କର ବୋଲି ମତ ଦେଇଛନ୍ତି ବିଶେଷଜ୍ଞ । ସଂକ୍ରମଣ ରୋକିବାକୁ ବ୍ରିଟେନ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିବା ସହ ପୁଣି ଶକ୍ତ କଟକଣା ଲାଗୁ କରିଛନ୍ତି ।

ବ୍ରିଟେନରେ ଏଭଳି ମାରାତ୍ମକ ଭାଇରସର ଉତ୍ପତି ଭୟ ଭାରତକୁ ଘାରିଛି । ଫଳରେ ବ୍ରିଟେନରୁ ଆସିବାକୁ ଥିବା ସମସ୍ତ ଫ୍ଲାଇଟର ଉଡାଣ ଡିସେମ୍ବର ୩୧ ପର୍ଯ୍ୟନ୍ତ ରଦ୍ଦ କରିଛନ୍ତି ଭାରତ ସରକାର ।

Leave a Reply