ଉତ୍ପାତ ହେଉଛି ଚୀନ୍, ଜବାବ ଦେବାକୁ ସୀମାରେ ଶକ୍ତିଶାଳୀ ଆକାଶ ମୁତୟନ କଲା ଭାରତ…

India-China Update, India Deploy Power Full Akash Missile At Ladakh Border

ନୂଆଦିଲ୍ଲୀ: ସୀମାରେ ଉତ୍ପାତ ହେଉଛି ଚୀନ୍‌ । ଆଲୋଚନା ପରେ ବି ସୁଧୁରିନି । ସମସ୍ତ ପ୍ରତିଶ୍ରୁତି ଭୁଲି ସୀମାରେ ଏବେ ଗୋଟିଏ ପରେ ଗୋଟିଏ ଭୁଲ କରିଚାଲିଛି ଚୀନ୍‌ । ଫଳରେ ଲଦାଖ୍‌ ସୀମାରେ ଏବେ ପୁଣି ଭାରତ ଓ ଚୀନ୍‌ ମଧ୍ୟରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ଚୀନ୍‌ର ଆଭିମୁଖ୍ୟକୁ ଦେଖିବା ପରେ ଭାରତ ମଧ୍ୟ କଡ଼ା ଜବାବ ଦେବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ଖାଲି ସେତିକି ନୁହେଁ ସୀମାରେ ଯୁଦ୍ଧାସ୍ତ୍ର ଓ ଅଧିକ ଯବାନ ମାନଙ୍କୁ ମୁତୟନ କରିଛି ଭାରତ ।

India China Doklam

ସାଟେଲାଇଟ୍‌ ଫଟୋ ମିଳିଥିବା ତଥ୍ୟ ଅନୁଯାୟୀ ଚୀନ୍‌ ପ୍ରଥମେ ସୀମାରେ ବଙ୍କର ନିର୍ମାଣ କରିଥିଲା । ଏହା ପରେ ଏବେ ହେଲିପ୍ୟାଡ୍‌ ନିର୍ମାଣ କରୁଛି । ଆଲୋଚନା ପରେ ସୀମା ବିବାଦ ସମାଧାନ ହେବ ବୋଲି କୁହାଯାଉଥିବା ବେଳେ କାହିଁକି ଏଭଳି ଆଭିମୁଖ୍ୟ ଗ୍ରହଣ କରୁଛି ଚୀନ୍‌ ? ଏହି କାରଣରୁ ଭାରତ ମଧ୍ୟ ଏବେ ଅଧିକ ଯବାନ ମାନଙ୍କୁ ମୁତୟନ କରିବା ସହ ଲଦାଖ ସୀମାରେ ଶକ୍ତିଶାଳୀ ମିଜାଇଲ ଆକାଶକୁ ମୁତୟନ କରିଛି ।

china soldier

ସାଟେଲାଇଟ୍‌ରୁ ମିଳିଥିବା ଦୃଶ୍ୟ ଅନୁଯାୟୀ ପାଙ୍ଗୋଙ୍ଗ ସୋ’ ଅଞ୍ଚଳରେ ଏହି ହେଲିପ୍ୟାଡ଼୍‌ ନିର୍ମାଣ କରୁଛି ଡ୍ରାଗନ୍‌ ।  ତେବେ ଏହାକୁ ଦେଖିବା ପରେ ଭାରତ ଆକାଶକୁ ମୁତୟନ କରିଛି । ଆକାଶ ଭଳି ଶକ୍ତିଶାଳୀ ମିଜାଇଲ୍ ଆକାଶରେ ଦୃତଗତିରେ ଉଡ଼ିବା ସହ ଶତ୍ରୁ ପକ୍ଷକୁ କଡ଼ା ଯବାବ ଦେବାରେ ବେଶ ସକ୍ଷମ । ସବୁଠୁ ବଡ଼ କଥ ହେଲା ପାହାଡ଼ ଉପରେ ମଧ୍ୟ ଆକାଶ ସବୁ ପରିସ୍ଥିତିର ମୁକାବିଲା କରିପାରିବ । ଭାରତ ଚୀନ୍‌କୁ ପ୍ରତିଯବାବ ଦେବା ପାଇଁ ସମସ୍ତ ପ୍ରକାର ରଣନୀତି ଆପଣେଇଛି ।

ସୂଚନାଯୋଗ୍ୟ, ଗତ ୮ ସପ୍ତାହ ଧରି ସୀମାରେ ଚୀନ୍‌ ସେନା ପକ୍ଷରୁ ସାମିରକ କ୍ଷେତ୍ରକୁ ବଢ଼ାଇବା ପାଇଁ ସବୁ ପ୍ରକାରର ଉଦ୍ୟମ ଜାରି ରହିଛି । ହେଲେ ସୀମାରେ ଦୁଇ ଦେଶର ଯବାନମାନେ ମୁହାଁମୁହିଁ ହେବା ଫଳରେ ସ୍ଥିତି ଏବେ ଉତ୍ତେଜନାପୂର୍ଣ୍ଣ ରହିଛି ।

Leave a Reply