ଚୀନର ଅନଲାଇନ ରିପୋର୍ଟକୁ ଖଣ୍ଡନ କଲା ଭାରତ; କହିଲା, ମାଇକ୍ରୋ ୱେଭ୍ ଅସ୍ତ୍ର ବ୍ୟବହାର କରିନି ଚୀନ୍

ନୂଆଦିଲ୍ଲୀ: ଚୀନର ଅନଲାଇନ ମିଡିଆର ରିପୋର୍ଟକୁ ଖଣ୍ଡନ କଲା ଭାରତୀୟ ସେନା  । ପୂର୍ବ ଲଦାଖରେ ଭାରତ ଓ ଚୀନ ମଧ୍ୟରେ ହେଉଥିବା ସଂଘର୍ଷରେ ଚୀନ ସେନା ମାଇକ୍ରୋ ୱେଭ ଅସ୍ତ୍ର ବ୍ୟବହାର କରୁଥିବା କିଛି ରିପୋର୍ଟ ପ୍ରକାଶ ପାଇଥିଲା  । ଯାହାକୁ ଭାରତୀୟ ସେନା ଖଣ୍ଡନ କରିଛି  । ଚୀନର ପିପୁଲ୍ସ ଲିବରେସନ ଆର୍ମି ଭାରତୀୟ ଯବାନଙ୍କୁ ଟାର୍ଗେଟ କରିବା ପାଇଁ ମାଇକ୍ରୋ ୱେଭ ଅସ୍ତ୍ର ବା ଲେଜର ଗନ୍ ବ୍ୟବହାର କରୁନାହିଁ ବୋଲି ଜଣାପଡିଛି ।

ଚୀନ୍ ପକ୍ଷରୁ ଏହି ମିଛ ଖବର ପ୍ରସାରଣ କରାଯାଉଥିଲା । ବେଜିଂର ଜଣେ ପ୍ରଫେସର ଏନେଇ ସୋସିଆଲ ମିଡିଆରେ ଉଲ୍ଲେଖ କରିଥିଲେ  । ଚୀନ ସେନା ମାଇକ୍ରୋ ୱେଭ ଅସ୍ତ୍ରରେ ଆକ୍ରମଣ କରିବା ପରେ ଭାରତୀୟ ସେନା ପଛଘୁଞ୍ଚା ଦେଇଛନ୍ତି ବୋଲି ଖବର ପ୍ରସାରଣ କରାଯାଇଥିଲା  । ସେପଟେ ଏବେ ବି ଉଭୟ ସେନା ପକ୍ଷରୁ ୫୦ ହଜାର ଲେଖାଏଁ ସେନା ସୀମାରେ ମୁତୟନ ଅଛନ୍ତି  । ବାରମ୍ବାର ଆଲୋଚନା ପରେ ମଧ୍ୟ ସୀମାରୁ ହଟିବା ନେଇ କୌଣସି ପର୍ଯ୍ୟାୟ ଆରମ୍ଭ ହୋଇନାହିଁ  । ଚୀନ ସେନା ପକ୍ଷରୁ ବାରମ୍ବାର ଫେକ ନ୍ୟୁଜ ପ୍ରସାରଣ କରାଯାଇ ଭାରତ ଉପରେ ମାନସିକ ଚାପ ସୃଷ୍ଟି କରିବାକୁ ଅପଚେଷ୍ଟା କରାଯାଉଛି ବୋଲି ଜଣାପଡିଛି  ।

Leave a Reply